ଧୂଷୁରୀ: ଘର ଭିତରେ ସାପ କାମୁଡ଼ାରେ ଜଣେ ମହିଳାଙ୍କ ଅକାଳ ମୃତ୍ୟୁ ଘଟିଛି। ଧୂଷୁରୀ ଥାନା ଅଧୀନ ଓଲଟପୁର ଗ୍ରାମରେ ଘଟିଥିବା ଏହି ଘଟଣାକୁ ନେଇ ଅଞ୍ଚଳରେ ଶୋକ ପ୍ରକାଶ ପାଇଛି। ମୃତା ମହିଳା ହେଲେ ଗ୍ରାମର ପ୍ରମିଳା ଚୁହାଣ (୬୧)। ପରିବାର ଲୋକଙ୍କ ସୂଚନା ଅନୁଯାୟୀ, ମଙ୍ଗଳବାର ଭୋର ପ୍ରାୟ ସାଢ଼େ ୫ଟା ସମୟରେ ପ୍ରମିଳା ଘର ଭିତରେ ଥିବାବେଳେ ହଠାତ୍? ଏକ ସାପ ତାଙ୍କୁ କାମୁଡ଼ିଥିଲା। ଘଟଣା ଜଣାପଡ଼ିବା ପରେ ଘରଲୋକେ ତୁରନ୍ତ ତାଙ୍କୁ ଚିକିତ୍ସା ପାଇଁ ଭଦ୍ରକ ମୁଖ୍ୟଚିକିତ୍ସାଳୟକୁ ନେଇଥିଲେ। ମାତ୍ର ସେଠାରେ ପହଞ୍ଚିବା ପରେ ଡାକ୍ତର ପ୍ରମିଳାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପକ୍ଷରେ, ଘର ଭିତରେ ସାପଟି ରହିଥିବା ଜଣାପଡ଼ିବା ପରେ ତାହାକୁ ଧରିବା ପାଇଁ ସାପ ଧରାଳି ଶେଖ ମିର୍ଜାଙ୍କୁ ଡକାଯାଇଥିଲା। ସେ ଘରେ ଖୋଜାଖୋଜି କରି ଏକ ନାଗସାପକୁ ଧରିଥିଲେ। ଘଟଣା ସମ୍ପର୍କରେ ଧୂଷୁରୀ ପୁଲିସ ଖବର ପାଇବା ପରେ ଅପମୃତ୍ୟୁ ମାମଲା ରୁଜୁ କରିଛି। ଏନେଇ ଥାନାରେ କେସ୍? ନମ୍ବର ୩୦/୨୬ ରୁଜୁ ହୋଇଥିବାବେଳେ ପୁଲିସ ଘଟଣାର ତଦନ୍ତ ଚଳାଇଛି।
