ମସ୍କୋ: ୟୁକ୍ରେନ୍ ସଂଘର୍ଷର ସମାଧାନ ଦିଗରେ ଏକ ବାସ୍ତବବାଦୀ ଯୋଗଦାନ ଦେବାକୁ ଭାରତ ନିଜର ପ୍ରସ୍ତୁତି ଘୋଷଣା କରିଛି ଏବଂ ଏହି ପ୍ରସ୍ତୁତି ତଥା ବିଚାରଧାରା ପାଇଁ ଋଷିଆ ନୂଆଦିଲ୍ଲୀ ନିକଟରେ କୃତଜ୍ଞ ବୋଲି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ଙ୍କ ଜଣେ ବରିଷ୍ଠ ସହଯୋଗୀ ବୁଧବାର ଦିନ କହିଛନ୍ତି। ୟୁକ୍ରେନ୍ ସଂଘର୍ଷର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଭାରତ ଏକ ନୂତନ ତିନି-ଭାଗ ବିଶିଷ୍ଟ ପ୍ରସ୍ତାବ ପଠାଇଥିବା ନେଇ ଗଣମାଧ୍ୟମରେ ପ୍ରକାଶିତ ଖବର ଉପରେ ପ୍ରତିକ୍ରିୟା ରଖିବା ବେଳେ କ୍ରେମଲିନ୍ ମୁଖପାତ୍ର ଦିମିତ୍ରି ପେସ୍କୋଭ୍ ଏହି ମନ୍ତବ୍ୟ ଦେଇଛନ୍ତି। ସରକାରୀ ସମ୍ବାଦ ସଂସ୍ଥା “ଟାସ୍’ ଅନୁଯାୟୀ ପେସ୍କୋଭ୍ କହିଛନ୍ତି, “ବାସ୍ତବରେ, ଭାରତ ୟୁକ୍ରେନ୍ ପରିସ୍ଥିତିର ସମାଧାନ ଦିଗରେ ଏକ ବାସ୍ତବବାଦୀ ଯୋଗଦାନ ଦେବାକୁ ପ୍ରସ୍ତୁତ ଥିବା ଘୋଷଣା କରୁଛି ଏବଂ ଏହି ପ୍ରସ୍ତୁତି ତଥା ପ୍ରଦାନ କରାଯାଉଥିବା ବିଚାରଧାରା ପାଇଁ ଆମେ ଆମର ଭାରତୀୟ ବନ୍ଧୁମାନଙ୍କ ନିକଟରେ କୃତଜ୍ଞ।’ ୟୁକ୍ରେନ୍ ବୈଦେଶିକ ମନ୍ତ୍ରୀ ଆନ୍ଦ୍ରି ସିବିହା ଋଷିଆ ସହ ସମ୍ଭାବ୍ୟ ଅସ୍ତ୍ରବିରତି ପାଇଁ ଭାରତର ପ୍ରସ୍ତାବକୁ କିଭ୍ ପାଖକୁ ଆସିଥିବା ଚାରୋଟି ପ୍ରସ୍ତାବ ମଧ୍ୟରେ ସବୁଠାରୁ ବ୍ୟାପକ ବୋଲି ବର୍ଣ୍ଣନା କରିବାର କିଛି ଦିନ ପରେ ତାଙ୍କର ଏହି ମନ୍ତବ୍ୟ ଆସିଛି। ଅନ୍ୟ ପ୍ରସ୍ତାବଗୁଡ଼ିକ ତୁର୍କୀ, ଇଜିପ୍ଟ ଏବଂ ଆମେରିକା ପକ୍ଷରୁ ଆସିଥିଲା। “ୟୁରୋପିଆନ୍ ପ୍ରାଭଦା’ଖବରକାଗଜ ଅନୁଯାୟୀ, ଶୁକ୍ରବାର ଦିନ କିଭ୍ରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ସିବିହା କହିଥିଲେ, ଆମ ପାଖରେ ଚାରୋଟି ପ୍ରସ୍ତାବ ରହିଛି। ସେଥିମଧ୍ୟରୁ ଭାରତର ପ୍ରସ୍ତାବଟି ସବୁଠାରୁ ବ୍ୟାପକ ଅଟେ। ଆମେ ଶକ୍ତି ଏବଂ କଳା ସାଗର ଅଞ୍ଚଳରେ ଅସ୍ତ୍ରବିରତି ପାଇଁ ପ୍ରସ୍ତୁତ, କିନ୍ତୁ କେବଳ ଏହି ମିଳିତ ସ୍ଥିତିରେ ହିଁ ତାହା ସମ୍ଭବ। ରୁଷ-ୟୁକ୍ରେନ୍ ଯୁଦ୍ଧ ଯୋଗୁଁ ହଜାର ହଜାର ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି ଏବଂ ଲକ୍ଷ ଲକ୍ଷ ଲ ଗୁରୁବାର ଦିନ ଭାଲଦାଇ ଇଣ୍ଟରନ୍ୟାସନାଲ୍ ଡିସକସନ୍ କ୍ଲବ୍ର ବାର୍ଷିକ ବୈଠକରେ ପୁଟିନ୍ କହିଥିଲେ, “ଯୁଦ୍ଧ ଶେଷ କରିବା ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମତ ବିଷୟରେ ମୁଁ କହିପାରେ ଯେ, ସେ ସେହି ବିଶ୍ୱ ନେତାମାନଙ୍କ ମଧ୍ୟରୁ ଅନ୍ୟତମ ଯେଉଁମାନେ – ଆମର ବ୍ୟକ୍ତିଗତ ସ୍ତର ସମେତ ଅତ୍ୟନ୍ତ ଭଲ ଏବଂ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଥିବା ସତ୍ତ୍ୱେ – କ୍ରମାଗତ ଭାବରେ ୟୁକ୍ରେନ୍ ସଂଘର୍ଷ ଶେଷ କରିବା ପ୍ରସଙ୍ଗ ଉଠାନ୍ତି ଏବଂ ଏ ବିଷୟରେ ପ୍ରଶ୍ନ ପଚାରନ୍ତି। ସେ କହିଥିଲେ ଯେ ମୋଦୀ “ଆମର ପ୍ରତ୍ୟେକ ବୈଠକରେ ଏହି ବିଷୟଗୁଡ଼ିକ ଉପସ୍ଥାପନ କରନ୍ତି ଏବଂ ଏଥିପ୍ରତି ଗଭୀର ଆଗ୍ରହ ପ୍ରକାଶ କରନ୍ତି।’ “ଟାସ୍’ ରିପୋର୍ଟ ଅନୁଯାୟୀ ପୁଟିନ୍ କହିଛନ୍ତି, “ଉଭୟ ପକ୍ଷଙ୍କ ପାଇଁ ଗ୍ରହଣୀୟ ସମାଧାନ ଖୋଜିବା ଲକ୍ଷ୍ୟରେ ତାଙ୍କ ପାଖରେ ଉତ୍ତମ ଚିନ୍ତାଧାରା ରହିଛି।

ଗତ ମାସରେ, ପେସ୍କୋଭ୍ କହିଥିଲେ ଯେ ୟୁକ୍ରେନ୍ ସଂଘର୍ଷର ସମାଧାନ ପାଇଁ ଭାରତର ଶାନ୍ତି ପ୍ରୟାସକୁ ଋଷିଆ ସ୍ୱାଗତ କରିବ ଏବଂ ଆଲୋଚନା ତଥା କୂଟନୀତି ଉପରେ ନୂଆଦିଲ୍ଲୀର ଗୁରୁତ୍ୱ ସହିତ ମସ୍କୋର ଆଭିମୁଖ୍ୟ ମେଳ ଖାଉଛି। ୟୁକ୍ରେନ୍ ଉପରେ ଋଷିଆର ଆକ୍ରମଣ ତୀବ୍ର ହୋଇଥିବା ସମୟରେ ୟୁକ୍ରେନ୍ ପକ୍ଷରୁ ଏହି ନୂତନ ପ୍ରସ୍ତାବ ଆସିଛି। ସିବିହା କହିଛନ୍ତି ଯେ ୟୁକ୍ରେନ୍ ଏକ ଯୁଦ୍ଧବିରତି ପାଇଁ ରାଜି ଅଛି, କିନ୍ତୁ ଏଥିପାଇଁ ସର୍ତ୍ତ ରହିଛି ଯେ ଏହା କେବଳ ସାମରିକ କାର୍ଯ୍ୟାନୁଷ୍ଠାନ ନୁହେଁ, ବରଂ ଶକ୍ତି ଓ ବନ୍ଦର ଭିତ୍ତିଭୂମି ଉପରେ ଆକ୍ରମଣ ଏବଂ କଳା ସାଗରର ସ୍ଥିତିକୁ ମଧ୍ୟ ଅନ୍ତର୍ଭୁକ୍ତ କରିବ। ବନ୍ଦର, ଭିତ୍ତିଭୂମି ଏବଂ ବାଣିଜ୍ୟିକ ଜାହାଜଗୁଡ଼ିକୁ ଲକ୍ଷ୍ୟ କରି ରୁଷିଆ ଓ ୟୁକ୍ରେନ୍ ଉଭୟଙ୍କ ଦ୍ୱାରା କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣ ବୃଦ୍ଧି ପାଇଥିବାରୁ, ବର୍ତ୍ତମାନ କଳା ସାଗର ବିଶ୍ୱର ଅନ୍ୟତମ ବିପଜ୍ଜନକ ବାଣିଜ୍ୟିକ ଜାହାଜ ଚଳାଚଳ କ୍ଷେତ୍ର ପାଲଟିଛି। ସିବିହା ସୀମାନ୍ତ ଅଞ୍ଚଳରେ ବିନା ସର୍ତ୍ତରେ ଯୁଦ୍ଧବିରତି ପାଇଁ ୟୁକ୍ରେନର ଆହ୍ୱାନକୁ ପୁନର୍ବାର ଦୋହରାଇଛନ୍ତି। ତେବେ ମସ୍କୋ ଏଭଳି ଯୁଦ୍ଧବିରତିକୁ ପ୍ରତ୍ୟାଖ୍ୟାନ କରି କହିଛି ଯେ ଏହା ପରିବର୍ତ୍ତେ ଏକ ବ୍ୟାପକ ଶାନ୍ତି ଚୁକ୍ତି ସ୍ଥାପନ କରାଯିବା ଉଚିତ୍।
