ବାଲିଅନ୍ତା: ରାତିରେ ଖାଇପିଇ ପରିବାର ସହ ଶୋଇଲେ। ମାତ୍ର ସକାଳେ ଉଠିବାରେ ବିଳମ୍ବ ହୋଇଥିଲା ।ପରିବାର ଲୋକେ ଯେତେ ଡାକିଲେ ୍ୱି ଶୁଣିନଥିଲେ । ପରେ କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ ।ସଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।ଏଭଳି ଏକ ହୃଦୟ ବିଦାରକ ଘଟଣା ବାଳକାଟି ଅଞ୍ଚଳରେ ଦେଖିବାକୁ ମିଳିଛି ।ମୃତ ଯୁବକ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ବେଣିପୁର ଗ୍ରାମର କମଳାକାନ୍ତ ସାହୁ (କୁନିଆ) ।ସେ ପୋଷ୍ଟାଲ ଏଜେଣ୍ଟ ଭାବେ କାମ କରୁଥିଲେ । ଦୀର୍ଘ ୫/୬ ବର୍ଷ ହେବ ବାଳକାଟି ବଡଭୋଇସାହିରେ ନିଜର ଘର କରି ରହୁଥିଲେ । ତାଙ୍କ ଅକାଳ ବିୟୋଗରେ ପରିବାର, ପରିଜନ ଓ ଶୁଭେଚ୍ଛୁ ମହଲରେ ଗଭୀର ଶୋକର ଛାୟା ଖେଳିଯାଇଛି ।ଜୀବନକାଳରେ ଅନେକ ମହତ୍ କାର୍ଯ୍ୟ କରିଥିବାବେଳେ ମୃତ୍ୟୁ ପରେ ମଧ୍ୟ ନିଜ ଚକ୍ଷୁଦାନ କରି ମାନବିକତାର ଏକ ଅନନ୍ୟ ଉଦାହରଣ ଛାଡ଼ିଯାଇଛନ୍ତି କମଳାକାନ୍ତ । ମୃତ୍ୟୁ ପରେ ମଧ୍ୟ ଅନ୍ୟର ଜୀବନରେ ଆଲୋକ ଭରିବାର ଏହି ମହତ୍ ପ୍ରୟାସ ତାଙ୍କୁ ସମାଜରେ ଚିରସ୍ମରଣୀୟ କରି ରଖିବ। ପ୍ରକାଶଥାଉକି ସ୍ୱର୍ଗତ କମଳାକାନ୍ତ ଗତକାଲି ରାତିରେ ଖାଇପିଇ ପରିବାର ସହ ଶୋଇଥିଲେ । ମାତ୍ର ଆଜି ସକାଳେ ଦୀର୍ଘ ସମୟ ଧରି ଉଠିନଥିଲେ । ପରିବାର ଲୋକେ ଡାକିଥିଲେ ମଧ୍ୟ କୌଣସି ଉତ୍ତର ଦେଇନଥିଲେ । ସେମାନେ ପ୍ରଥମେ ବାଳକାଟି ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ ରାଜଧାନୀ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।ପରେ ପରିବାର ଲୋକଙ୍କ ସହମତି କ୍ରମେ ଶ୍ରୀ ସାହୁଙ୍କ ଚକ୍ଷୁ ଦାନ କରାଯାଇଥିଲା ।
