କୋଲକାତା: ପଶ୍ଚିମବଙ୍ଗରେ ନିର୍ବାଚନୀ ପରବର୍ତ୍ତର ହିଂସାକାଣ୍ଡ ଉଗ୍ରରୂପ ନେଇଛି। ବୁଧବାର ସଂଧ୍ୟାରେ ୨୪ ପ୍ରଗଣା ମଧ୍ୟମଗ୍ରାମରେ ବିଜେପି ନେତା ସଦ୍ୟ ସମାପ୍ତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପରାଜିତ କରିଥିବା ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟକ୍ତିଗତ ସହାୟକଙ୍କୁ ଗୁଳି କରି ହତ୍ୟା କରାଯାଇଛି। ରିପୋର୍ଟ ଅନୁସାରେ, ତାଙ୍କୁ ଅତି ନିକଟରୁ ଗୁଳି କରାଯାଇଛି। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହେବାର ଦୁଇ ଦିନ ପରେ ଏହି ହତ୍ୟାକାଣ୍ଡ ଘଟିଛି। ପ୍ରଥମ ଥର ପାଇଁ ବିଜେପି ରାଜ୍ୟରେ ବହୁମତ ହାସଲ କରିଛି।
