ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୬ର ୪୮ତମ ମୁକାବିଲାରେ ଚେନ୍ନାଇ ସୁପର କିଙ୍ଗ୍ସର ବିଜୟୀ ହୋଇଛି। ୧୫୬ ରନ୍ର ବିଜୟ ଲକ୍ଷ୍ୟ ନେଇ ଚେନ୍ନାଇ ବ୍ୟାଟିଂ କରିଥିଲା। ଦଳ ୨ଟି ୱିକେଟ୍ ହରାଇ ୧୫୯ ରନ୍ କରିଛି। ଚେନ୍ନାଇର ସ୍କୋରରେ ପ୍ରାରମ୍ଭିକ ବ୍ୟାଟର ସଞ୍ଜୁ ସାମସନ୍ ବିସ୍ଫୋରକ ବ୍ୟାଟିଂ କରିଛନ୍ତି। ସାମସନ ୫୨ଟି ବଲ୍ ଖେଳି ୭ଟି ଚୌକା ଏବଂ ୬ଟି ଛକା ବଳରେ ଅପରାଜିତ ୮୭ ରନ୍ ସଂଗ୍ରହ କରିଛନ୍ତି। କାର୍ତ୍ତିକ ଶର୍ମା ଅପରାଜିତ ୪୧ ରନ୍ କରିଛନ୍ତି। ଚେନ୍ନାଇର ପ୍ରାରମ୍ଭିକ ବ୍ୟାଟିଂ ଯଦିଓ ଭଲ ନଥିଲା, ତଥାପି ପରବର୍ତ୍ତୀ ସମୟରେ ଏଥିରେ ସୁଧାର ଆସିଥିଲା। ଦଳ ୨୪ ରନ୍ରେ ପ୍ରଥମ ଏବଂ ୪୫ ରନ୍ରେ ଦ୍ୱିତୀୟ ୱିକେଟ୍ ହରାଇଥିଲା। ଅଧିନାୟକଋତୁରାଜ ଗାଏକ୍ୱାର୍ଡ ୬ ରନ୍ ଏବଂ ଉର୍ଭିଲ ପଟେଲ୍ ୧୭ ରନ୍ କରିଥିଲେ। ଅରୁଣ ଜେଟଲୀ ଷ୍ଟାଡିୟମରେ ଦିଲ୍ଲୀ ଟସ୍ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଦଳ ନିର୍ଦ୍ଧାରିତ ୨୦ ଓଭରରେ ୭ଟି ୱିକେଟ୍ ହରାଇ ୧୫୫ ରନ୍ ସଂଗ୍ରହ କରିଥିଲା। ଦିଲ୍ଲୀ ପାଇଁ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ ସମୀର ରିଜ୍ଭି। ସେ ୨୪ଟି ବଲ୍ ଖେଳି ୪୦ ରନ୍ ସଂଗ୍ରହ କରିଥିଲେ। ଏଥିରେ ୪ଟି ଛକା ସାମିଲ ରହିଛି। ତିସ୍ତାନ ଷ୍ଟବ୍ ଦଳ ପାଇଁ ଦ୍ୱିତୀୟ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ, ଯିଏକି ୩୧ଟି ବଲ୍ ଖେଳି ଗୋଟିଏ ଚୌକା ଏବଂ ୨ଟି ଛକା ବଳରେ ୩୮ ରନ୍ ଯୋଡ଼ିଥିଲେ। ପ୍ରାରମ୍ଭିକ ବ୍ୟାଟର ପାଥୁମ ନିଶଙ୍କା ୧୯ ରନ୍, କେଏଲ୍ ରାହୁଲ ୧୨ ରନ୍, ନିତିଶ ରାଣା ୧୫ ରନ, କରୁଣ ନାୟର ୧୩ ରନ୍ ଏବଂ ଆଶୁତୋଷ ଶର୍ମା ୧୪ ରନ୍ ସଂଗ୍ରହ କରିଥିଲେ। ଦଳର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ହୋଇଥିଲା। ୨୯ ରନ୍ରେ ପ୍ରଥମ ଓ ୩୬ ରନ୍ରେ ଦ୍ୱିତୀୟ ୱିକେଟ୍ର ପତନ ଘଟିଥିଲା। ସେହିପରି ୫୨ ରନ୍ରେ ତୃତୀୟ, ୬୧ ରନ୍ରେ ଚତୁର୍ଥ, ୬୯ ରନ୍ରେ ପଞ୍ଚମ ୱିକେଟ ପଡ଼ିଥିଲା। ଦିଲ୍ଲୀ ୧୩୪ ରନ୍ରେ ଷଷ୍ଠ ଏବଂ ୧୪୯ ରନ୍ରେ ସପ୍ତମ ୱିକେଟ ହରାଇଥିଲା।
