ବାରିପଦା: ରାଇରଙ୍ଗପୁର – ତିରିଂ ଜାତୀୟ ରାଜପଥ ୨୨୦ ନମ୍ବର କାଦୁଆଣି ନିକଟସ୍ଥ ଦୁମାତାଣ୍ଡି ନିକଟସ୍ଥ ଢ଼ାବା ନିକଟରେ ଆଜି ପୂର୍ବାହ୍ନ ୧୧.୩୦ ଟା ସମୟରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଦୁଇ ବାଇକ୍ ଆସନା ସାମନା ହେବା ଫଳରେ ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ସମସ୍ତ ୩ ଆରୋହୀ ରାସ୍ତାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିଲେ । ଆମ୍ବୁଲାନ୍ସ ଯୋଗେ ଉଭୟଙ୍କୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଅଣାଯାଇଥିଲା । ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିବାବେଳେ ଜଣେ ଜୀବନ ମରଣ ସହ ସଂଘର୍ଷ କରୁଛି । ମୃତକ ମାନେ ହେଲେ ୍ୱହଳଦା ଥାନା ଅନ୍ତର୍ଗତ ଭୁରୁଷା ଗ୍ରାମର ଜୟେଶ ମହାନ୍ତ ପିତା ଫୁଲଚାନ୍ଦ ମହାନ୍ତ ଓ ଅନ୍ୟଜଣେ ବହଳଦା ଥାନା ଅନ୍ତର୍ଗତ କଣ୍ଟାସୋଳା ଗ୍ରାମର ଜଗଦିଶ ମୁର୍ମୁ ବୋଲି ଜଣାପଡ଼ିଛି । ଏହି ଦୁର୍ଘଟଣା ରେ ନରସିଂହ ମୁର୍ମୁ ଗୁରୁତର ହୋଇଛନ୍ତି ।୍ୱହଳଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବାର ପ୍ରକାଶ ।
