ମୁମ୍ବାଇ: ପୋଲିସ ଅନୁମତି ଦେଇନଥିବା ସତ୍ତ୍ୱେ, ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଶୁକ୍ରବାର ଦିନ ହଜାର ହଜାର ଯୁବକ-ଯୁବତୀ ‘କକ୍ରୋଚ ଜନତା ପାର୍ଟି’ (ସିଜେପି)ର ବିକ୍ଷୋଭ ପାଇଁ ଏଠାକାର ଶିବାଜୀ ପାର୍କରେ ଏକାଠି ହୋଇଥିଲେ। ମଧ୍ୟ ମୁମ୍ବାଇ ଅଞ୍ଚଳରେ ବହୁ ସଂଖ୍ୟାରେ ପୋଲିସ ଓ ସୁରକ୍ଷା ବାହିନୀ ମୁତୟନ କରାଯାଇଥିଲା ଏବଂ ନିକଟସ୍ଥ ଦାଦର ରେଳ ଷ୍ଟେସନରୁ ଆସୁଥିବା ରାସ୍ତାଗୁଡ଼ିକୁ ବ୍ୟାରିକେଡ୍ ଦ୍ୱାରା ବନ୍ଦ କରାଯାଇଥିଲା, ତଥାପି ବିକ୍ଷୋଭକାରୀମାନେ ସେହି ପଡ଼ିଆରେ ପହଞ୍ଚିବାରେ ସଫଳ ହୋଇଥିଲେ, ଯାହାକି ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ସଭା ପାଇଁ ପ୍ରସିଦ୍ଧ। ସେମାନଙ୍କ ହାତରେ ତ୍ରିରଙ୍ଗା ପତାକା ଏବଂ ପ୍ଲାକାର୍ଡ ଥିଲା, ଯେଉଁଥିରେ “ଜ୍ଞାନୁ, ତୁଝା ଡେମୋକ୍ରାସି ବର ଭରୋସା ନାୟ କାୟ?’ “ଜ୍ଞାନେଶ ବ୍ରୋ, ଜଷ୍ଟ ରିଜାଇନ୍’ ଏବଂ “ଗଦ୍ଦାର ଜ୍ଞାନୁ ମଷ୍ଟ ଗୋ’ ଭଳି ବାର୍ତ୍ତା ଲେଖାଯାଇଥିଲା। ଏଥିରେ ଷ୍ଟୁଡେଣ୍ଟସ୍ ଫେଡେରେସନ୍ ଅଫ୍ ଇଣ୍ଡିଆ (ଏସଏଫଆଇ) ଏବଂ ଅଲ୍ ଇଣ୍ଡିଆ ଷ୍ଟୁଡେଣ୍ଟସ୍ ଫେଡେରେସନ୍ (ଏଆଇଏସଏଫ) ଭଳି ସଂଗଠନର କର୍ମୀମାନଙ୍କ ସହିତ ବରିଷ୍ଠ ଅଭିନେତ୍ରୀ ଶବାନା ଆଜମି, ଅଭିନେତା ନସିରୁଦ୍ଦିନ୍ ଶାହ ଏବଂ ଗାୟକ ବିଶାଲ ଦାଦଲାନି ମଧ୍ୟ ଉପସ୍ଥିତ ଥିଲେ। ମହାତ୍ମା ଗାନ୍ଧୀଙ୍କ ପ୍ରପୌତ୍ର ତଥା ସାମାଜିକ କର୍ମୀ ତୁଷାର ଗାନ୍ଧୀ ମଧ୍ୟ ଏଥିରେ ଉପସ୍ଥିତ ଥିଲେ। ବିକ୍ଷୋଭକାରୀଙ୍କୁ ସମ୍ବୋଧିତ କରି ସିଜେପି ନେତା ଅଭିଜିତ ଦୀପକେ କହିଥିଲେ ଯେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ଏତେ “ଅକ୍ଷମ’ ଯେ ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ଜନ୍ତର ମନ୍ତରରେ ହୋଇଥିବା ଆନ୍ଦୋଳନର ମାତ୍ର ଦୁଇ ମାସ ମଧ୍ୟରେ ସେମାନଙ୍କୁ ଆଉ ଏକ ବିକ୍ଷୋଭ ଆରମ୍ଭ କରିବାକୁ ପଡ଼ିଲା। ସେ ମୁଖ୍ୟ ନିର୍ବାଚନ କମିଶନର ନିଯୁକ୍ତିରେ ସ୍ୱଚ୍ଛତା ଦାବି କରିବା ସହ ୨୦୨୫ ମସିହାର ଭୋଟର ତାଲିକାକୁ ସ୍ଥିର ରଖିବାକୁ ଆହ୍ୱାନ ଦେଇଛନ୍ତି। ନିର୍ବାଚନ କମିଶନର ସୁଖବୀର ସିଂ ସାନ୍ଧୁ ଏବଂ ବିବେକ ଯୋଶୀ, ଭୋଟର ତାଲିକାର “ସ୍ୱତନ୍ତ୍ର ଘନିଷ୍ଠ ସଂଶୋଧନ’ (ଏସଆଇଆର) ସମ୍ବନ୍ଧୀୟ ନିଷ୍ପତ୍ତି ଓ ନିର୍ଦ୍ଦେଶ ଉପରେ ୧୦ ମାସ ମଧ୍ୟରେ ଅତିକମରେ ୧୪ ଥର ଆପତ୍ତି ଉଠାଇଥିବା ନେଇ ସାମ୍ପ୍ରତିକ ଗଣମାଧ୍ୟମ ରିପୋର୍ଟ ପ୍ରକାଶ ପାଇବା ପରେ ଉଔଚ ଏହି ବିରୋଧ ପ୍ରଦର୍ଶନ କରି ଉଋଉ କୁମାରଙ୍କ ଇସ୍ତଫା ଦାବି କରିଛନ୍ତି; ଉକ୍ତ ନିଷ୍ପତ୍ତିଗୁଡ଼ିକ ମଧ୍ୟରୁ କିଛି ସେମାନଙ୍କ ଅଜାଣତରେ ଜାରି କରାଯାଇଥିବା ସେମାନେ ଦର୍ଶାଇଥିଲେ। ପରବର୍ତ୍ତୀ ସମୟରେ ନିର୍ବାଚନ କମିଶନ ସ୍ପଷ୍ଟ କରିଥିଲେ ଯେ ତିନି ସଦସ୍ୟ ବିଶିଷ୍ଟ କମିଶନ ଝଓଜ ସମ୍ବନ୍ଧୀୟ ନିଷ୍ପତ୍ତି ସମେତ ସମସ୍ତ ନିଷ୍ପତ୍ତି ସର୍ବସମ୍ମତି କ୍ରମେ ଗ୍ରହଣ କରିଥିଲେ।
