ଫୁଲବାଣୀ: ରିଖ ଶୁକ୍ରବାର ଦିନ ସକାଳ ୬.୩୦ ମିନିଟ୍ ସମୟରେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ମେଡିକାଲ୍ କଲେଜ୍ ଭେଷଜ ବିଭାଗ ରେ ଚିକିତ୍ସିତ ହେଉଥିବା ୪୦ ରୁ ଉର୍ଦ୍ଧ୍ୱ ମହିଳା ଙ୍କୁ ମେଡିକାଲ୍ ପକ୍ଷରୁ କୌଣସି ଭୁଲ୍ ଇଞ୍ଜେକ୍ସନ ଦେବାରୁ ଇଞ୍ଜେକସନ ଦେବାର ୧୫ ମିନିଟ୍ ପରେ ପାର୍ଶ୍ୱ ପ୍ରତିକ୍ରିୟା ସୃଷ୍ଟି ହେବାରୁ ଗୁରୁତର ହୋଇଯାଇଛନ୍ତି। ଏବେ ମଧ୍ୟ ସୁସ୍ଥ ହୋଇ ନାହାନ୍ତି । କେତେକ ରୋଗୀ ଅତ୍ୟଧିକ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଅକ୍ସିଜେନ ଲାଗିଛି। ମୃତ୍ୟୁ ସହିତ ସଂଘର୍ଷ କରୁଛନ୍ତି। ଗୋଟିଏ ରୋଗୀ କୁ କୁଆଡେ ବ୍ରହ୍ମପୁର ସ୍ଥାନାନ୍ତରିତ କରାଯାଇଛି। ରୋଗୀ ମାନଙ୍କର ଆଟେନାଣ୍ଟ କୁ ଘଟଣା ସମ୍ପର୍କରେ ପଚାରି ବୁଝିବା ରୁ ଆମ ରୋଗୀ ଭଲ ଥିଲା ଆଜି ସକାଳେ କେଉଁ ଇଞ୍ଜେକସନ ଦେଲେ ଆମେ ଜାଣି ନାହିଁ। ଇଂଜେକ୍ସନ୍ ଦେବାପରେ ଆମ ରୋଗୀ ସହିତ ୱାର୍ଡ ର ସମସ୍ତ ମହିଳା ରୋଗୀ ସିରିଅସ୍ ହୋଇଯାଇଛନ୍ତି। କାହାକୁ ଅଧିକ ରୁ ଅଧିକ ପ୍ରବଳ ବାନ୍ତି ହେଉଛି ତୋ କାହାକୁ ଭୀଷଣ ଜ୍ୱର ଆରମ୍ଭ ହୋଇଛି। ସମସ୍ତ ରୋଗୀ ବିଛଣା ରେ ଛଟ ପଟ ହୋଇ ଯାଇଥିଲେ। ଛାତି ଧଡପଡ ଜର ହୋଇଥିଲା। ହାର୍ଟ ବିଟ୍ ଦ୍ରୁତ ବେଗରେ ବଡ଼ି ଯାଇଥିଲା। ସେହି ସମୟରେ ଯେଉଁ ଡାକ୍ତର ଙ୍କର ବ୍ୟବହାର ଠିକ୍ ନଥିଲା। ରୋଗୀ ମାନେ ସିରିଅସ୍ ହେବାରୁ ଡାକ୍ତର ଙ୍କୁ ଡାକିବାରୁ ଆସିଲେ ନାହିଁ । କିଛି ହେବ ନାହିଁ ବୋଲି ଆଟେନେଣ୍ଟ ମାନଙ୍କୁ କହିଥିଲେ। ସୂଚନନୁଯାୟୀ କିଛି ରୋଗୀ ସୁସ୍ଥ ହୋଇ ଘରକୁ ଡିସଚାର୍ଜ ହେବାର ଥିଲା ସେହି ରୋଗୀ ମାନେ ମଧ୍ୟ ସେହି ଇଞ୍ଜେକସନ ଦେବା ପରେ ସିରିଅସ୍ ହୋଇଯାଇଥିଲେ।ଦମୟନ୍ତୀ ଦିଗାଲ ନାମ ମହିଳା ସେହି ମେଡିକାଲ୍ ରେ ବି ଏ ସି ନର୍ସିଂ କରୁଛି ସେହି ମହିଳା ଘର ତଳଦଣ୍ଡିକିଆ ସେହି ମହିଳା ଙ୍କ ର ଛାତି ବଥା ହେବାରୁ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ। ସେ ସୁସ୍ଥ ହୋଇ ସାରିଥିଲେ।ଏହି ଇଂଜେକ୍ସନ୍ ଦେବାପରେ ସେ ସିରିଅସ୍ ହୋଇଯାଇଥିଲେ ତାଙ୍କୁ ବର୍ତ୍ତମାନ ଅକ୍ସିଜେନ ଲାଗିଛି ବୋଲି ଖବର ସଂଗ୍ରହ ସମୟରେ ତାଙ୍କ ବାପା ଗଣ ମାଧ୍ୟମ କୁ ସୂଚନା ଦେଇଛନ୍ତି। ତୁମୁଡ଼ିବନ୍ଧ ବ୍ଲକ ଅନ୍ତର୍ଗତ ମୁଣ୍ଡିଗଡ ଗ୍ରାମର ନିମନ୍ତି ନାୟକ ଇଞ୍ଜେକସନ ଦେବା ପରେ ସିରିଅସ୍ ହୋଇଯାଇଥିବା ହେତୁ ତାଙ୍କ ପରିବାର ଅସ୍ତ ବ୍ୟସ୍ତ ହୋଇ ଯାଉଥିବା ଦେଖିବାକୁ ମିଳିଥିଲା। ତତ୍ ସହିତ ଟିକାବାଲି ବ୍ଲକ ଅନ୍ତର୍ଗତ ବାଡ଼ିମୁଣ୍ଡା ଗ୍ରାମର ବାସନ୍ତୀ ନାୟକ ଭଲ ଥିଲେ ଡିସଚାର୍ଜ ହେବା ର ଥିଲା ଇଂଜେକ୍ସନ୍ ଦେବାପରେ ମଧ୍ୟ ସିରିଅସ୍ ହୋଇଯାଇଥିଲେ ତାଙ୍କ ଲୋକ ମାନେ କହିଥିଲେ। ଭୁଲ୍ ଇଞ୍ଜେକ୍ସନ ଯୋଗୁଁ ରୋଗୀ ମାନଙ୍କ ଙ୍କର ଅବସ୍ଥା ଗୁରୁତର ହୋଇଯାଇଥିବା ଘଟଣା ସମ୍ପର୍କରେ ଖବର ପାଇ ଗଣମାଧ୍ୟମ ପ୍ରତିନିଧି ମେଡିକାଲ୍ ଆସି ସେହି ସମୟରେ ରେ ଡିୟୁଟି ରେ ଥିବା ଜଣେ ମହିଳା ଡାକ୍ତର ଙ୍କୁ ଘଟଣା ସମ୍ପର୍କରେ ପଚାରି ବୁଝିବା କୁ ଚେଷ୍ଟା କରିବାରୁ ମହିଳା ଡାକ୍ତର ଜଣକ ମୁ କିଛି କହିପାରିବି ନାହିଁ। ମୁଁ ରୋଗୀ ସେବା ରେ ଅଛି ବୋଲି କହିଥିଲେ। ଜଣେ କିମ୍ବା ଦୁଇ ଜଣ ରୋଗୀ ମାନେ ନାହିଁ ୪୦ ରୁ ଉର୍ଦ୍ଧ୍ୱ ମହିଳା ରୋଗୀ ଗୁରୁତର ହୋଇଥିବା ରୋଗୀ ଙ୍କର ଆଟେ ନାଣ୍ଟ ବାପା ମାଆ ମାନେ କହୁଛନ୍ତି ବୋଲି ସାମ୍ବାଦିକ ପଚାରିବାରୁ ତୁମେ ରୋଗୀ ମରିଗଲେ ରକ୍ଷା କରି ପାରିବକି ଡାକ୍ତର ରୋଗୀ କୁ ରକ୍ଷା କରିବେ ବୋଲି କର୍କଶ ସ୍ୱର ରେ କହିଥିଲେ। ଏଠାରେ ପ୍ରଶ୍ନ ଉଠୁଛି କି ରୋଗୀ ଚିକିତ୍ସା ପାଇଁ ସରକାର ଡାକ୍ତର ମାନଙ୍କୁ ନିଯୁକ୍ତି ଦେଇଛନ୍ତି ନା ରୋଗୀ ମାନଙ୍କୁ ଭୁଲ୍ ଇଞ୍ଜେକ୍ସନ ଦେଇ ମାରିବା ପାଇଁ ନିଯୁକ୍ତି ଦେଇଛନ୍ତି ବୋଲି ରୋଗୀ ଙ୍କର ବାପା ମାଆ ମାନେ ପ୍ରଶ୍ନ କରିଛନ୍ତି। ସି ଡି ଏମ୍ ଓ, ଜିଲ୍ଲାପାଳ,ମେଡିକାଲ୍ କଲେଜ୍ ଡିନ୍, ଏହାର ପ୍ରକୃତ ତଦନ୍ତ କରି ସେହି ସମୟରେ କାର୍ଯ୍ୟରତ ଡାକ୍ତର ଏବଂ ଅନ୍ୟ ମହିଳା ଡାକ୍ତର ପ୍ରଡି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜନ ସାଧାରଣ ରେ ଦାବି ହେଉଛି। ତତ୍ ସହିତ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ଓଡ଼ିଶା ମୁକେଶ ମହାଲିଙ୍ଗ୍ ଏହି ଅଭାନୀୟ ଘଟଣା ପ୍ରତି ଗୁରୁତ୍ୱ ଦେବା ପାଇଁ ଦାବି ହେଉଛି। ପ୍ରକୃତ ତଦନ୍ତ ନହେଲେ ପରବର୍ତ୍ତୀ ସମୟରେ ରୋଗୀ ମାନେ ଏହି ସମସ୍ୟା ର ସମ୍ମୁଖୀନ ହୋଇପାରନ୍ତି ବୋଲି ଆଲୋଚନା କରିବା ସହ ଆଜିର ଘଟଣା କୁ ନେଇ ନିନ୍ଦା କରିଛନ୍ତି।
