ନୀଳଗିରି: ଆକ୍ସନ ମୋଡରେ କୁଳଡିହା ରେଞ୍ଜର ସୋମ୍ୟ! ବାରମ୍ବାର କୁଲଡିହା ଅଭୟାରଣ୍ୟରୁ ଶିକାରୀ ମନେ ବନ ବିଭାଗ ଆଖିରେ ଧୂଳି ଫିଙ୍ଗି ଜନ୍ତୁ ଶିକାର କରି ତାର ମାଂସକୁ ଚଢା ଦରରେ ରାଜ୍ୟ ତଥା ରାଜ୍ୟ ବାହାରକୁ ଚାଲାଣ କରିଥାନ୍ତି!ଶିକାରୀ ଓ କାଠ ମାଫିଆ ମାନଙ୍କୁ ରୋକ ଦେବ ଲାଗି କୁଲଡ଼ିହା ରେଞ୍ଜର ଏକ ସ୍ୱତନ୍ତ୍ର ଟିମ ଗଠନ କରି ତୀକ୍ଷ୍ଣ ନଜର ରଖିଛନ୍ତି!ଶିକାରୀ ମାନେ ପାଦେ ଚାଲୁଥିବା ବେଳେ କୁଲଡିହା ରେଞ୍ଜର ଦୁଇ ପାଦ ଆଗକୁ ଯାଇ ଦୁଇ ସଶସ୍ତ୍ର ଶିକାରୀ ଗିରଫ କରିବାରେ ସକ୍ଷମ ହୋଇଛି ।ସୂଚନା ଥାଉକି କୁଳଡିହା ଅଭାୟରଣ୍ୟର ପଞ୍ଚଲିଙ୍ଗେଶ୍ୱର ବିଟ୍? ଅଧୀନରୁ ଦୁଇ ଶିକାରୀଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ଗୋଟିଏ ଦେଶୀ ବନ୍ଧୁକ, ଧନୁତୀର, ଜନ୍ତୁ ମାରିବା ପାଇଁ ବ୍ୟବହାର କରୁଥିବା ଫାସ ମଧ୍ୟ ଜବତ କରିଛି।ଏହି ଶିକାରୀ ଦୁଇ ଜଣ ଅଭୟାରଣ୍ୟ ଭିତରେ ଅବାଧରେ ଜନ୍ତୁ ଶିକାର କରୁଥିବାର ବାରମ୍ବାର ବନ ବିଭାଗ ଠାରେ ଅଭିଯୋଗ ହୋଇଆସୁଥିଲା!ଅଭିଯୋଗ ଦିନ ଠାରୁ କୁଲଡ଼ିହା ରେଞ୍ଜର ଉକ୍ତ ଦୁଇ ଜଣ ଶିକାରୀକୁ ଧରିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ଗୁପ୍ତ ଖବର ପାଇଥିଲେ।ଗତକାଲି ବିଳମ୍ବିତ ରାତିରେ କୁଳଡିହା ରେଞ୍ଜର ସୌମ୍ୟ ମାଝୀ ସଦଳବଳେ ଦ୍ୱାରିକା ଗ୍ରାମରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ କୋର୍ଟା ଚାଲଣ କରିଛନ୍ତି।ସେମାନଙ୍କ ଘରୁ ଗୋଟିଏ ଦେଶୀ ବନ୍ଧୁକ,ଧନୁ ତୀର,ଓ ଶିକାରୀ ସାରଞ୍ଜାମ ଜବତ କରିଥିଲେ।ଅଭିଯୁକ୍ତ ଦୁଇ ଜଣ ଦ୍ୱାରିକା ଗ୍ରାମର ଶ୍ୟାମ ସିଂ (୨୬)ଓ ନନ୍ଦୀ ମୁର୍ମୁ (୪୧) ବୋଲି ବନ ବିଭାଗ ସୂଚନା ଦେଇଛି!
