ପୁରୀ: ନିର୍ବାଚନ ପ୍ରକ୍ରିୟାରେ ଜାଲିୟାତି ଘଟଣାରେ ମୁଖ୍ୟ ସଡଯନ୍ତ୍ରକାରୀ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଓ ଗିରଫ ଦାବୀରେ ଅକ୍ଟୋବର ୧ତାରିଖରେ ସିପିଆଇ ଓ ସିପିଏମ ପକ୍ଷରୁ ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ପ୍ରତିବାଦ ସଭାରେ ସିପିଆଇ ରାଜ୍ୟ କାର୍ଯ୍ୟକାରୀ କମିଟି ସଭ୍ୟ ବ୍ରଜବନ୍ଧୁ ପ୍ରଧାନ, ଜିଲ୍ଲା ସମ୍ପାଦକ କୃଷ୍ଣଚନ୍ଦ୍ର ରାଉତ, ପ୍ରଦୀପ୍ତ ମହାନ୍ତି, ସିପିଏମ ଜିଲ୍ଲାସମ୍ପାଦକ ଜଗନ୍ନାଥ ଦେଓ, ଶ୍ରମିକ ନେତା ଶରତ ରାୟଗୁରୁ, ଶିକ୍ଷକ ନେତା ସୁରେନ୍ଦ୍ର ଜେନା, ସିପିଏମ ନେତା ଭୀମସେନ ସ୍ୱାଇଁ, ହାରାମଣି ମହାପାତ୍ର, ସିପିଆଇ ନେତା ହରିହର ସେନାପତି, ବନମାଳୀ ସାହୁ , ପ୍ରଫୁଲ୍ଲ ମହାପାତ୍ର ପ୍ରମୁଖ ଜ୍ଞାନେଶ କୁମାରଙ୍କ ଇସ୍ତଫା ଓ ଗିରଫ ଦାବି କରିଥିଲେ। ସେମାନ ଅଭିଯୋଗ କରିଥିଲେ ଯେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ନାମରେ ବିଜେପିକୁ ସୁହାଇବା ଭଳି ବୈଧ ଭୋଟରଙ୍କ ନାମ ବାଦ ଦେବା, ବିଜେପି ବିରୋଧୀ ଦଳମାନଙ୍କର ଅଭିଯୋଗ କୁ ଅଣଦେଖା କରି ଆସୁଛନ୍ତି। ଜ୍ଞାନେଶ ନିର୍ବାଚନ ପ୍ରକ୍ରିୟାରେ ଏକ ପାଖିଆ ଓ ମନମୁଖୀ କାର୍ଯ୍ୟ କରୁଥିବାର କମିଶନର ଅନ୍ୟ ଦୁଇ ସଦସ୍ୟ ଅଭିଯୋଗ କରିବାପରେ ତାଙ୍କର ସମସ୍ତ ବେଆଇନ କାର୍ଯ୍ୟ ପଦାରେ ପଡିଯାଇଛି ବୋଲି କମ୍ୟୁନିଷ୍ଟ ନେତା ମାନେ ଅଭିଯୋଗ କରିଥିଲେ। ଭାରତର ଗଣତନ୍ତ୍ର ଓ ନିରପେକ୍ଷ ନିର୍ବାଚନ ବ୍ୟବସ୍ଥା କୁ ବଞ୍ଚାଇ ରଖିବା ପାଇଁ ଜ୍ଞାନେଶ କୁମାରଙ୍କୁ ବହିଷ୍କାର ଅତି ଜରୁରୀ ବୋଲି ସେମାନେ ଅଭିଯୋଗ କରିଥିଲେ।
