ପୁରୀ: ପୁରୀରେ ରାଷ୍ଟ୍ରୀୟ ହିନ୍ଦୁ ସଂଗଠନର ୧୪ତମ ପ୍ରତିଷ୍ଠା ଦିବସ ଏବଂ ଜାତୀୟ ଅଧିବେଶନ ବୁଧବାର ଟାଉନହଲ ଠାରେ ଉଦଯାପିତ ହୋଇଯାଇଛି । ସଂଗଠନର ପ୍ରଧାନ କାର୍ଯ୍ୟାଳୟ ଜାର୍ଜ ଟାଉନ ପ୍ରୟାଗରାଜ ପକ୍ଷରୁ ଆୟୋଜିତ ଏହି ଅଧିବେଶନରେ ରାଷ୍ଟ୍ରୀୟ ହିନ୍ଦୁ ସଂଗଠନର ରାଷ୍ଟ୍ରୀୟ ଅଧ୍ୟକ୍ଷ ସତ୍ୟେନ୍ଦ୍ର ଦୁବେଙ୍କ ଅଧ୍ୟକ୍ଷତାରେ ଜାତୀୟ ଓ ପ୍ରାଦେଶିକ ସ୍ତରର ପଦାଧିକାରୀ, ଜାତୀୟ ପରିଷଦ ସଦସ୍ୟ ଏବଂ ବିଭିନ୍ନ ରାଜ୍ୟର କାର୍ଯ୍ୟକର୍ତ୍ତାମାନେ ଯୋଗ ଦେଇ ସନାତନ ସମାଜର ସାଂସ୍କୃତିକ ଅସ୍ମିତା, ଅଧିକାର ଓ ଭବିଷ୍ୟତର ସୁରକ୍ଷା ପାଇଁ ସାମ୍ବିଧାନିକ ଏବଂ ଗଣତାନ୍ତ୍ରିକ ମାର୍ଗରେ ସଂଗଠିତ ପ୍ରୟାସ ଜାରି ଏବଂ ଗଣତନ୍ତ୍ରରେ ନିଜର ଭୂମିକା ନିଜେ ନିର୍ଦ୍ଧାରଣ କରିବା ସହ ସଂଗଠିତ ହିନ୍ଦୁ , ସୁରକ୍ଷିତ ସମାଜ ,ସଶକ୍ତ ରାଷ୍ଟ୍ର,ସନାତନ ସଂସ୍କୃତି ,ସାମାଜିକ ସମରସତା ,ଜାତୀୟ ଚେତନା, ରାଷ୍ଟ୍ରୀୟ ସଦସ୍ୟତା ବିସ୍ତାର, ସମସ୍ତ ଜିଲ୍ଲାରେ ଜିଲ୍ଲା କାର୍ଯ୍ୟାଳୟ ସ୍ଥାପନ, ବୈଦିକ ଗୁରୁକୁଳ ସ୍ଥାପନ, ୧୦୦୧ ହିନ୍ଦୁ ଶକ୍ତି କେନ୍ଦ୍ର ସ୍ଥାପନ ଏବଂ ହିନ୍ଦୁ ରାଷ୍ଟ୍ର ଆନ୍ଦୋଳନର ଶଙ୍ଖନାଦର ଉପରେ ଗୁରୁତ୍ୱାରୋପ କରିଥିଲେ ।

ଏଥିରେ ଅତିଥି ଭାବେ ରାଷ୍ଟ୍ରୀୟ ମିଡିଆ ପ୍ରଭାରୀ ସାରାଂଶ ନିଗମ, ମହେନ୍ଦ୍ର ନାଥ ମିଶ୍ର, ଟି.ବିଜୟ, ମୀନକେତନ ମିଶ୍ର ,ଉଦୟ ପ୍ରତାପ ସିଂହ ,ସୁରେଶ ବାଗ ଜୀ ,ପୂଜ୍ଯ ରାଧାରମଣ କୂଲଶ୍ରେଷ୍ଠ ଜୀ ମହାରାଜ, ଡି.ଏନ ମଧୁଜୀ, ନେବଳଦାସ ମଠର ମଠାଧୀଶ ରାମକୃଷ୍ଣ ଦାସ ମହାରାଜ, ସ୍ୱାମୀ ତପସ୍ଯାନନ୍ଦ ସରସ୍ୱତୀ ମହାରାଜ, ମହୀପ୍ରକାଶ ମଠର ମଠାଧୀଶ ଶୁଭାନନ୍ଦ ମହାରାଜ, ପୂଜ୍ଯ ଜୟନାରୟଣ ମହାରାଜ ଜୀ,ଚନ୍ଦ୍ରିକା ପାଣ୍ଡେ ପ୍ରମୁଖ ଯୋଗଦେଇ ସଂଗଠିତ ହିନ୍ଦୁ ସଶକ୍ତ ରାଷ୍ଟ୍ର ବାର୍ତ୍ତା ସହିତ ରାଷ୍ଟ୍ରୀୟ ହିନ୍ଦୁ ସଂଗଠନର ୧୪ତମ ପ୍ରତିଷ୍ଠା ଦିବସ ଓ ଜାତୀୟ ଅଧିବେଶନରେ ଯୋଗ ଦେଇଥିବା କର୍ମକର୍ତ୍ତା ମାନଙ୍କୁ ଉତ୍ସାହିତ କରିବା ସହ ପ୍ରଶଂସା କରିଥିଲେ । ଶେଷରେ ଓଡ଼ିଶା ପ୍ରଦେଶ ଅଧ୍ୟକ୍ଷ ଡଃ ସୁନୀତି ମୁଣ୍ଡ ଧନ୍ୟବାଦ ଜ୍ଞାପନ କରିଥିଲେ।ଭେଟେରାନ୍ ବିଦ୍ୟାଧର ନାୟକ ଏବଂ ଚିତ୍ରସେନ ରାଉତରାୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବିଭିନ୍ନ ରାଜ୍ୟର ଅଧ୍ୟକ୍ଷ, ପ୍ରଭାରୀ ଓ ସଚିବସ୍ତରୀୟ, ପଦାଧିକାରୀ ସମେତ କର୍ମକର୍ତ୍ତା ମାନେ ଯୋଗଦେଇ ହିନ୍ଦୁ ସଂଗଠନକୁ ମଜଭୁତ କରିବା ସହ ହିନ୍ଦୁ ମାନଙ୍କ ଏକତା ଓ ଜଗନ୍ନାଥ ଧାମରେ ଏକତ୍ରିତ ହୋଇ ହିନ୍ଦୁ ସଂଗଠନର ଜିନ୍ଦାବାଦ ସ୍ଲୋଗାନ ଦେଇଥିଲେ ।
