ବାରିପଦା ; ରାଇରଙ୍ଗପୁର ପୋଲିସ ଜିଲ୍ଲା ଅଧିନସ୍ଥ ବହଳଦା ଥାନା ଅଞ୍ଚଳର କାଦୁଆଣି ବଜାର ରୁ ଆଜି ସକାଳେ ଜନୈକା ଅଜଣା ମହିଳା ଙ୍କ ମୃତ ଦେହ ପଡ଼ିଥିବା ଖବର ପାଇ ବହଳଦା ଥାନାଧିକାରୀ ଭାସ୍କର ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ମୃତ ମହିଳାକୁ ଉଦ୍ଧାର କରି ଥିଲେ ।ଏ ବାବଦରେ ଏକ ଅପମୃତ୍ୟୁ ମାମଲା କେଶ ନଂ ୭/୨୬ମୂଳେ ରୁଜୁ କରି ଶବ ୍ୱ୍ଯଛେଦ ପାଇଁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇବା ସହ ତଦନ୍ତ ଜାରି ରଖିଛନ୍ତି ।ମହିଳାଙ୍କ ବୟସ ପ୍ରାୟ ୪୫ ହେବ ବୋଲି କୁହାଯାଉଛି ।
