ବଙ୍ଗୋମୁଣ୍ଡା: ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା -ଖଡ଼ିଆଳ ୫୯ ନମ୍ବର ଜାତୀୟ ରାଜପଥ ବୋରୋବାହାଲ ଗାଁ ବୁଲାଣି ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ସିମେଣ୍ଟ ବୋଝେଇ ଟ୍ରକ ଧକ୍କା ରେ ବାଇକ ଆରୋହି ଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ,ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ କପିଲାଭଟା ପଞ୍ଚାୟତ ଅଧିନସ୍ଥ ବରତୁଣ୍ଡା ଗାଁର ଦୁଃଖୀ ଭୋଇ (୩୮) ମୁରିବାହାଲ ବ୍ଲକ ସିଙ୍ଘପାଲି ଗାଁ ଶ୍ୱଶୁର ଘର କୁ ନିଜ ବାଇକ ନଂ ( ଓଡ଼ି ୦୩ ଏସ ୦୮୪୮)ଯୋଗେ ନିଜ ବଡ଼ପୁଅ କୁ ଛାଡି ନିଜ ଗାଁ ବରତୁଣ୍ଡା କୁ ଫେରୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ସିମେଣ୍ଟ ବୋଝେଇ ଟ୍ରକ ଗାଡି ନଂ (ସିଜି ୦୪ଏମ ଜେ୫୦୭୭) ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ଉଦ୍ଧାର କରି ଅଗ୍ନିଶମ ବିଭାଗ ଗାଡି ରେ କଣ୍ଟାବାଞ୍ଜି ଡାକ୍ତରଖାନା ରେ ଭର୍ତ୍ତି କରିଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ବର୍ତ୍ତମାନ ପରିବାରରେ ବୃଦ୍ଧ ବାପା ମାଆ ସହ ସ୍ତ୍ରୀ କବିତା ଭୋଇ ଓ ପୁଅ ଇହାନ ଭୋଇ (୪),ରିହାନ(୧),ହେମାଁଶୁ (୪ ମାସ) ମାନେ ବେସାହାରା ହୋଇଯାଇଛନ୍ତି । ତୁରନ୍ତ ମୃତକ ଙ୍କ ପରିବାର କୁ କ୍ଷତିପୂରଣ ଯୋଗାଇ ଦେବାକୁ ସାଧାରଣ ରେ ଗ୍ରାମବାସୀ ଦାବି କରିଛନ୍ତି । ଏ ନେଇ ଘଟଣା ସ୍ଥଳରେ ବଙ୍ଗୋମୁଣ୍ଡା ପୋଲିସ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ବାଇକ ଓ ଟ୍ରକକୁ ଜବତ କରି ଅଧିକ ତଦନ୍ତ କରୁଛି । ଦୁର୍ଘଟଣା ଘଟାଇ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଛି ।
