ତିରୁଅନନ୍ତପୁରମ: କେରଳ ସ୍ଥାନୀୟ ସଂସ୍ଥା ଉପ-ନିର୍ବାଚନ ଫଳାଫଳ ଶାସକ ୟୁଡିଏଫ ଏବଂ ଏଲଡିଏଫ ମଧ୍ୟରେ ଏକ କଡ଼ା ମୁକାବିଲା ଦେଖିବାକୁ ମିଳିଛି; ନିର୍ବାଚନ ହୋଇଥିବା ୩୮ଟି ୱାର୍ଡ ମଧ୍ୟରୁ ୟୁଡିଏଫ ୧୯ଟିରେ ବିଜୟୀ ହୋଇଛି। ୩୮ଟି ୱାର୍ଡରେ ଅନୁଷ୍ଠିତ ଏହି ଉପ-ନିର୍ବାଚନରେ ଏଲଡିଏଫ ସଫଳତା ହାସଲ କରିଥିବାରୁ କେରଳର ବିଭିନ୍ନ ଅଞ୍ଚଳରେ ଶାସକ ୟୁଡିଏଫକୁ ଝଟକା ଲାଗିଛି। ଟଊୠ ୧୯ଟି ଆସନ ଜିତିଥିବାବେଳେ ଏଲଡିଏଫ ୧୮ଟି ଏବଂ “ଟ୍ୱେଣ୍ଟି-୨୦’ ଗୋଟିଏ ଆସନ ଜିତିଛି। ଉପ-ନିର୍ବାଚନ ପୂର୍ବରୁ ୟୁଡିଏଫ୍ ପାଖରେ ଏହି ଆସନଗୁଡ଼ିକ ମଧ୍ୟରୁ ୨୨ଟି ଥିବାବେଳେ ଏଲଡିଏଫ ପାଖରେ ୧୫ଟି ଥିଲା। ଫଳାଫଳରେ ଦୁଇ ପ୍ରମୁଖ ମେଣ୍ଟ ମଧ୍ୟରେ ଅନେକ ୱାର୍ଡର ଅଦଳବଦଳ ଦେଖିବାକୁ ମିଳିଛି; ଏଲଡିଏଫ ଗୁରୁତ୍ୱପୂର୍ଣ୍ଣ ଜିଲ୍ଲାଗୁଡ଼ିକରେ ସଫଳତା ପାଇଥିବାବେଳେ ୟୁଡିଏଫ ମଧ୍ୟ ବାମପନ୍ଥୀ ଦଳଠାରୁ କିଛି ଆସନ ଛଡ଼ାଇ ନେବାରେ ସଫଳ ହୋଇଛି। ଏଲଡିଏଫ୍ ତିରୁଅନନ୍ତପୁରମ, କୋଟ୍ଟାୟମ, ପାଲକ୍କାଡ଼ ଏବଂ କନ୍ନୁର ଜିଲ୍ଲାରେ ସଫଳତା ହାସଲ କରିଛି। ପାଲକ୍କାଡ଼ର ଚିଟ୍ଟୁରରେ ସବୁଠାରୁ କଡ଼ା ମୁକାବିଲା ଦେଖିବାକୁ ମିଳିଥିଲା, ଯେଉଁଠାରେ ବିଧାୟକ ସୁମେଶ ଅଚ୍ୟୁଥନଙ୍କ ନିର୍ବାଚନ ପରେ ଆସନଟି ଖାଲି ପଡ଼ିଥିଲା। ଏହି ନିର୍ବାଚନ ମଣ୍ଡଳୀରେ ଖଊୠ ଏବଂ ଏଲଡିଏଫ ପ୍ରାର୍ଥୀ ଉଭୟ ୪୨୩ଟି ଲେଖାଏଁ ଭୋଟ୍ ପାଇଥିଲେ, ଫଳସ୍ୱରୂପ ଫଳାଫଳ ସମାନ (ଟାଇ) ରହିଥିଲା। ଏହାପରେ ବିଜେତା ନିର୍ଦ୍ଧାରଣ ପାଇଁ ଲଟେରୀ କରାଯାଇଥିଲା, ଯେଉଁଥିରେ ଏଲଡିଏଫର ତୁଳସୀଧରନ୍ ବିଜୟୀ ହୋଇଥିଲେ। କୋଟ୍ଟାୟମ ଜିଲ୍ଲା ପଞ୍ଚାୟତର ତ୍ରିକକୋଡିଥାନମ୍ ଡିଭିଜନରେ ମଧ୍ୟ ଏଲଡିଏଫ ଏକ ଗୁରୁତ୍ୱପୂର୍ଣ୍ଣ ବିଜୟ ହାସଲ କରିଛି। କେରଳ କଂଗ୍ରେସ ନେତା ଭିନୁ ଜବ୍ ବିଧାୟକ ହେବା ପରେ ଏହି ଆସନଟି ଖାଲି ପଡ଼ିଥିଲା। ସିପିଏମର ମଞ୍ଜୁ ସୁଜିତ୍ ୨,୧୪୦ ଭୋଟ୍ ବ୍ୟବଧାନରେ ଏହି ଆସନ ଜିତି ୟୁଡିଏଫକୁ ଝଟ୍କା ଦେଇଛନ୍ତି।
