ପୁରୀ: ପୁରୀରେ ରାଷ୍ଟ୍ରୀୟ ହିନ୍ଦୁ ସଂଗଠନର ୧୪ତମ ପ୍ରତିଷ୍ଠା ଦିବସ ଏବଂ ଜାତୀୟ ଅଧିବେଶନ ମଙ୍ଗଳବାର ଚକ୍ରତୀର୍ଥ ରୋଡ ସ୍ଥିତ ଗୋପିନାଥ ଗୌଡିୟ ମଠ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ସଂଗଠନର ପ୍ରଧାନ କାର୍ଯ୍ୟାଳୟ ଜାର୍ଜ ଟାଉନ ପ୍ରୟାଗରାଜ ପକ୍ଷରୁ ଆୟୋଜିତ ଏହି ଅଧିବେଶନରେ ରାଷ୍ଟ୍ରୀୟ ହିନ୍ଦୁ ସଂଗଠନର ରାଷ୍ଟ୍ରୀୟ ଅଧ୍ୟକ୍ଷ ସତ୍ୟେନ୍ଦ୍ର ଦୁବେଙ୍କ ଅଧ୍ୟକ୍ଷତାରେ ଜାତୀୟ ଓ ପ୍ରାଦେଶିକ ସ୍ତରର ପଦାଧିକାରୀ, ଜାତୀୟ ପରିଷଦ ସଦସ୍ୟ ଏବଂ ବିଭିନ୍ନ ରାଜ୍ୟର କାର୍ଯ୍ୟକର୍ତ୍ତାମାନେ ଯୋଗ ଦେଇଥିଲେ।ଅଧିବେଶନର ପ୍ରଥମ ସତ୍ରରେ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ କାର୍ଯ୍ୟକାଳର ବିସ୍ତାର ଏବଂ କେନ୍ଦ୍ରୀୟ କାର୍ଯ୍ୟକାରିଣୀର ଅଧ୍ୟକ୍ଷଙ୍କ ମନୋନୟନ ସମ୍ପର୍କରେ ଆଲୋଚନା ହୋଇଥିଲା। ପରବର୍ତ୍ତୀ ଦ୍ୱିତୀୟ ସତ୍ରରେ ସଂଗଠନର ବିତ୍ତ ନୀତି ଓ ଭବିଷ୍ୟତ ବିତ୍ତ ଯୋଜନା, ପ୍ରଚାର ବିଭାଗର କାର୍ଯ୍ୟ, ସଶକ୍ତ ଓ କର୍ମଠ ସଦସ୍ୟଙ୍କ ଗୁରୁତ୍ୱ ଏବଂ ସାପ୍ତାହିକ ହିନ୍ଦୁ ସମାଗମ ର ଧାରଣା ଉପରେ ଚର୍ଚ୍ଚା ହୋଇଥିଲା।ତୃତୀୟ ସତ୍ରରେ ଭଗବାନ ଶ୍ରୀଜଗନ୍ନାଥଙ୍କ ସ୍ତୁତି ସହିତ ମାଙ୍ଗଳିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହିତ ସଂଗଠନର ସମ୍ପର୍କ ସୂଚନା ପ୍ରସ୍ତୁତ କରାଯାଇଥିଲା। ଏହା ସହିତ ସମାଗମର ମୂଳ ଅବଧାରଣାରୁ ଧ୍ୟେୟବାକ୍ୟ ଓ ହିନ୍ଦୁ ରାଷ୍ଟ୍ର ଘୋଷଣା ଯାତ୍ରା ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା। ଓଡ଼ିଆ ଲୋକଗୀତ ପରିବେଷଣ ସହିତ ଏହି ସତ୍ରର ସମାପନ ହୋଇଥିଲା। ଭବିଷ୍ୟତ ରଣନୀତି ଓ ସାଂଗଠନିକ ବିସ୍ତାର ଉପରେ ଗୁରୁତ୍ୱ ଓ ଚତୁର୍ଥ ସତ୍ରରେ ସଂଗଠନର ଭବିଷ୍ୟତ ତିନିସ୍ତରୀୟ ରଣନୀତି ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଆହ୍ୱାନ ଉପରେ ଆଲୋଚନା ହୋଇଥିଲା। ଏଥିସହ ସଦସ୍ୟତା ବିସ୍ତାର, ସମସ୍ତ ଜିଲ୍ଲାରେ ଜିଲ୍ଲା କାର୍ଯ୍ୟାଳୟ ସ୍ଥାପନ, ବୈଦିକ ଗୁରୁକୁଳ ସ୍ଥାପନ, ୧୦୦୧ ହିନ୍ଦୁ ଶକ୍ତି କେନ୍ଦ୍ର ସ୍ଥାପନ ଏବଂ ହିନ୍ଦୁ ରାଷ୍ଟ୍ର ଆନ୍ଦୋଳନର ଶଂଖନାଦର ତାରିଖ ଓ କାର୍ଯ୍ୟକ୍ରମ ଘୋଷଣା ଭଳି ବିଷୟ ଉପରେ ଗୁରୁତ୍ୱ ଦିଆଯାଇଥିଲା।ଅଧିବେଶନରେ ମନୋନୟନ ପତ୍ର ବିତରଣ, ନୂତନ ଦାୟିତ୍ୱ ପ୍ରଦାନ ଏବଂ ସଂଗଠନର କାର୍ଯ୍ୟବିସ୍ତାର ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା।ଏହି ଅବସରରେ ଓଡ଼ିଶା ପ୍ରଦେଶ ଅଧ୍ୟକ୍ଷ ଡଃ ସୁନୀତି ମୁଣ୍ଡ ଧନ୍ୟବାଦ ଜ୍ଞାପନ କରିଥିଲେ। ରାଷ୍ଟ୍ରୀୟ ଅଧ୍ୟକ୍ଷ ଏବଂ କେନ୍ଦ୍ରୀୟ କାର୍ଯ୍ୟକାରିଣୀର ଅଧ୍ୟକ୍ଷଙ୍କ କାର୍ଯ୍ୟବିସ୍ତାର ପାଇଁ ସ୍ୱାଗତ ସମାରୋହ, ପ୍ରତିଜ୍ଞା ଓ ସମାପନ ସମାରୋହ ଆୟୋଜିତ ହୋଇଥିଲା। ଏହା ସହିତ ବିଭିନ୍ନ ରାଜ୍ୟର ଅଧ୍ୟକ୍ଷ, ପ୍ରଭାରୀ ଓ ସଚିବସ୍ତରୀୟ ପଦାଧିକାରୀମାନଙ୍କ ଫଟୋ ସେସନ୍ ମଧ୍ୟ ଅନୁଷ୍ଠିତ ହୋଇଥିଲା। ସଂଗଠିତ ହିନ୍ଦୁ ସଶକ୍ତ ରାଷ୍ଟ୍ର ବାର୍ତ୍ତା ସହିତ ରାଷ୍ଟ୍ରୀୟ ହିନ୍ଦୁ ସଂଗଠନର ୧୪ତମ ପ୍ରତିଷ୍ଠା ଦିବସ ଓ ଜାତୀୟ ଅଧିବେଶନ ପ୍ରଥମ ଦିବସ କାର୍ଯ୍ୟକ୍ରମ ସଫଳତାର ସହିତ ସମାପ୍ତ ହୋଇଛି। ଆସନ୍ତା କାଲି ସେପ୍େଟମ୍ବର ସକାଳ ୮ଟା ରେ ଶ୍ରୀ ଜଗନ୍ନାଥ ମନ୍ଦିର ସମ୍ମୁଖରେ ସମସ୍ତ ରାଜ୍ୟ ପଦାଧିକାରୀ କାର୍ଯ୍ୟକର୍ତ୍ତା ମାନେ ଏକତ୍ରିତ ହୋଇ ମନ୍ଦିର ପରିକ୍ରମା କରିବାର କାର୍ଯ୍ୟକ୍ରମ ରହିଛି ବୋଲି ରାଷ୍ଟ୍ରୀୟ ମିଡିଆ ପ୍ରଭାରୀ ସାରାଂଶ ନିଗମ, ମହେନ୍ଦ୍ର ନାଥ ମିଶ୍ର, ଟି.ବିଜୟ, ମୀନକେତନ ମିଶ୍ର, ଭେଟେରାନ୍ ବିଦ୍ୟାଧର ନାୟକ ଏବଂ ଚିତ୍ରସେନ ରାଉତରାୟଙ୍କ ଗରିମାମୟ ଉପସ୍ଥିତି ରହି କାର୍ଯ୍ୟକ୍ରମର ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ ।
