ନୂଆଦିଲ୍ଲୀ: ଜାତୀୟ ରାଜଧାନୀରେ ବିକ୍ଷୋଭକାରୀଙ୍କ ଉପରେ ଦିଲ୍ଲୀ ପୋଲିସର କଠୋର କାର୍ଯ୍ୟାନୁଷ୍ଠାନ ମଧ୍ୟରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଶନିବାର ଦିନ ଅଭିଯୋଗ କରିଛନ୍ତି ଯେ ଭାରତ ଆଉ “ଗଣତନ୍ତ୍ର’ ହୋଇ ରହିନାହିଁ, ବରଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ଦ୍ୱାରା ପରିଚାଳିତ ଏକ “ଏକଚ୍ଛତ୍ରବାଦ’ରେ ପରିଣତ ହୋଇଛି। କଂଗ୍ରେସର ସାଧାରଣ ସମ୍ପାଦିକା କହିଛନ୍ତି ଯେ ଯେଉଁମାନେ ଗଣତନ୍ତ୍ରକୁ ଧ୍ୱଂସ କରିବା ପାଇଁ ସେମାନଙ୍କ ସହ ମିଳିତ ହୋଇ କାର୍ଯ୍ୟ କରୁଛନ୍ତି, ସେମାନେ ଦେଶ ବିରୁଦ୍ଧରେ ଦେଶଦ୍ରୋହ କରୁଛନ୍ତି। ପ୍ରଥମେ ସେମାନେ ୨୫୪ ଜଣ ସାଂସଦଙ୍କ ସହ ଦୁର୍ବ୍ୟବହାର କରନ୍ତି ଏବଂ ସେମାନଙ୍କର ମୌଳିକ ସାମ୍ବିଧାନିକ ଅଧିକାରକୁ କ୍ଷୁଣ୍ଣ କରି ସମ୍ପୂର୍ଣ୍ଣ ବେଆଇନ ଭାବେ ଅଟକ ରଖନ୍ତି; ବିରୋଧୀ ଦଳର ଅନ୍ୟ ବିକ୍ଷୋଭକାରୀଙ୍କ କ୍ଷେତ୍ରରେ ମଧ୍ୟ ସେମାନେ ସମାନ କାର୍ଯ୍ୟ କରନ୍ତି ବୋଲି ପ୍ରିୟଙ୍କା ଗାନ୍ଧୀ କହିଛନ୍ତି। ତା’ପରେ ସେମାନେ ଜାତୀୟ ରାଜଧାନୀକୁ ଚାରିଆଡୁ ବ୍ୟାରିକେଡ୍ ଲଗାଇ ଓ ସିଲ୍ କରି ଅବରୋଧ କରନ୍ତି, ଟ୍ରେନ୍ ଓ ମେଟ୍ରୋ ଚଳାଚଳ ବନ୍ଦ କରନ୍ତି, ଇଣ୍ଟରନେଟ୍ ସେବା ବନ୍ଦ କରନ୍ତି ଏବଂ ସବୁଆଡ଼େ ଯାଞ୍ଚ ଚୌକି (ଚେକ୍ ପୋଷ୍ଟ) ସ୍ଥାପନ କରନ୍ତି। ବିକ୍ଷୋଭ ପ୍ରଦର୍ଶନ କରିବାର ସାମ୍ବିଧାନିକ ଅଧିକାର ବ୍ୟବହାର କରୁଥିବା ଯୁବକ ଓ ଯୁବତୀମାନଙ୍କୁ ସେମାନେ ମାଡ଼ ମାରନ୍ତି ଓ ଅଟକ ରଖନ୍ତି ବୋଲି ସେ କହିଛନ୍ତି। ଯଦି ଏହା ପ୍ରମାଣ ନୁହେଁ ଯେ ସେମାନେ ନିର୍ବାଚନ ଆୟୋଗଙ୍କ ସହ ମିଳିତ ହୋଇ ନିର୍ବାଚନରେ ଜାଲିଆତି କରିଛନ୍ତି ଏବଂ ସେମାନଙ୍କ ସରକାରର ବେଆଇନତା ପଦାରେ ପଡ଼ିବା ଓ ଉତ୍ତରଦାୟିତ୍ୱ ଦାବି କରାଯିବା ନେଇ ଭୟଭୀତ ଅଛନ୍ତି, ତେବେ ପ୍ରମାଣ ଆଉ କ’ଣ ବୋଲି ସେ ପ୍ରଶ୍ନ କରିଛନ୍ତି।

ଶନିବାର ଦିନ ଦେଶର ରାଜଧାନୀ ଏକ ଦୁର୍ଗରେ ପରିଣତ ହୋଇଥିଲା କାରଣ ପୋଲିସ୍ ଏକ ବ୍ୟାପକ କା,ର୍ାନୁଷ୍ଠାନ ଗ୍ରହଣ କରି ଉଔଚ ନେତା ଅଭିଜିତ୍ ଦିପକେ, ୟୁଟ୍ୟୁବର୍ ଧ୍ରୁବ୍ ରାଠୀ ଏବଂ ପ୍ରାୟ ୫୦୦ ବିକ୍ଷୋଭକାରୀଙ୍କୁ ଅଟକ ରଖିଥିଲା; ଫଳସ୍ୱରୂପ ସେମାନଙ୍କର ଜନ୍ତର ମନ୍ତରରେ ପହଞ୍ଚିବାର ପ୍ରୟାସ ବିଫଳ ହୋଇଥିଲା। ବିରୋଧୀ ଦଳ ଏହି ପରିସ୍ଥିତିକୁ ଜରୁରୀକାଳୀନ ପରିସ୍ଥିତି ଠାରୁ ମଧ୍ୟ ଖରାପ ବୋଲି ବର୍ଣ୍ଣନା କରିଥିଲେ। ମୁମ୍ବାଇରୁ ଆସିଥିବା ବିମାନ ରାଜଧାନୀରେ ଅବତରଣ କରିବା ମାତ୍ରେ ଦିଲ୍ଲୀ ପୋଲିସ୍ ବିମାନ ଭିତରୁ ଦୀପକେ ଏବଂ ଅନ୍ୟ ଦୁଇଜଣ ସିଜେପି ନେତା – ସୌରଭ ଦାସ ଓ ଆଶୁତୋଷ ରଙ୍କାଙ୍କୁ ଅଟକ ରଖିଥିଲା। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ହେଉଥିବା ବିକ୍ଷୋଭର ନେତୃତ୍ୱ ନେବା ପାଇଁ ଏହି ସିଜେପି ନେତାମାନେ ସେଠାରେ ପହଞ୍ଚିଥିଲେ।

ଟିମଏମସି ମୁଖ୍ୟ ମମତା ବାନାର୍ଜୀ, କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ୍, ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ମାଣିକ ସରକାର ଏବଂ ସିପିଏମ ସାଂସଦ ଜନ୍ ବ୍ରିଟାସ୍ ମଧ୍ୟ ଅଟକ ରଖାଯାଇଥିଲେ।
