ଆଇଚି-ନାଗୋୟା: ସୋମବାର ଦିନ ଆଇଚି-ନାଗୋୟା ଠାରେ ଅନୁଷ୍ଠିତ ମହିଳା ୫୦୦୦ ମିଟର ଦୌଡ଼ରେ ତୃତୀୟ ସ୍ଥାନ ଅଧିକାର କରି ପାରୁଲ ଚୌଧୁରୀ ଏସୀୟ କ୍ରୀଡ଼ା ୨୦୨୬ରେ ତିନି ଦିନ ମଧ୍ୟରେ ନିଜର ଦ୍ୱିତୀୟ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଏକ କଡ଼ା ମୁକାବିଲାପୂର୍ଣ୍ଣ ଫାଇନାଲ୍ରେ ସେ ୧୫:୧୪.୬୧ ସମୟ ନେଇ ଦୌଡ଼ ଶେଷ କରିଥିଲେ। ବାହାରିନର ୱିନଫ୍ରେଡ୍ ୟାଭି ୧୫:୧୦.୧୮ ସମୟ ସହିତ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଜାପାନର ନୋଜୋମି ତାନାକା ୧୫:୧୧.୬୫ ସମୟ ସହ ରୌପ୍ୟ ପଦକ ହାସଲ କରିଥିଲେ। ପାରୁଲ ଦୃଢ଼ ସଂଘର୍ଷ କରି ଦୌଡ଼ ଶେଷ କରିଥିଲେ ଏବଂ ତୃତୀୟ ସ୍ଥାନରେ ରହିଥିଲେ। ମହିଳା ୩୦୦୦ ମିଟର ଷ୍ଟିପଲଚେଜ୍ରେ ବ୍ରୋଞ୍ଜ ପଦକ ଜିତିବାର ଗୋଟିଏ ଦିନ ପରେ ଏହି ଫଳାଫଳ ଆସିଛି। ସେହି ଇଭେଣ୍ଟରେ ୯:୦୮.୬୭ ସମୟ ସହିତ ସେ ଏକ ନୂତନ ଜାତୀୟ ରେକର୍ଡ ମଧ୍ୟ ସ୍ଥାପନ କରିଥିଲେ। ପାରୁଲ ସେପ୍େଟମ୍ବର ୨୬ ତାରିଖରେ ମହିଳା ୧୫୦୦ ମିଟର ଫାଇନାଲ୍ ସହିତ ନିଜର ଅଭିଯାନ ଆରମ୍ଭ କରିଥିଲେ ଏବଂ ୪:୦୯.୪୬ ସମୟ ସହ ଚତୁର୍ଥ ସ୍ଥାନରେ ରହିଥିଲେ। ଏହା ପରେ ସେପ୍େଟମ୍ବର ୨୭ରେ ୩୦୦୦ ମିଟର ଷ୍ଟିପଲଚେଜ୍ରେ ବ୍ରୋଞ୍ଜ ପଦକ ଜିତିଥିଲେ ଏବଂ ପରଦିନ ୫୦୦୦ ମିଟର ଦୌଡ଼ରେ ପୁନର୍ବାର ପଦକ ମଞ୍ଚକୁ ଫେରିଥିଲେ। ଲଗାତାର ତିନି ଦିନ ଧରି ତିନୋଟି ଫାଇନାଲ୍ରେ ଅଂଶଗ୍ରହଣ କରି ପାରୁଲ ଦୁଇଟି ଇଭେଣ୍ଟରେ ପଦକ ଜିତିଥିଲେ ଏବଂ ୧୫୦୦ ମିଟର ଦୌଡ଼ରେ ଅଳ୍ପକେ ପଦକ ମଞ୍ଚରୁ ବଞ୍ଚିତ ହୋଇଥିଲେ। ତାଙ୍କର ଏହି ନୂତନ ପଦକ ସହିତ ଏସୀୟ କ୍ରୀଡ଼ାରେ ଭାରତର ମୋଟ ପଦକ ସଂଖ୍ୟା ୪୨ରେ ପହଞ୍ଚିଛି, ଯେଉଁଥିରେ ୪ଟି ସ୍ୱର୍ଣ୍ଣ, ୧୮ଟି ରୌପ୍ୟ ଏବଂ ୨୦ଟି ବ୍ରୋଞ୍ଜ ପଦକ ସାମିଲ ଅଛି। ପଦକ ତାଲିକାରେ ଭାରତ ୧୨ତମ ସ୍ଥାନରେ ରହିଥିବା ବେଳେ ଦେଶର ମୋଟ ପଦକ ସଂଖ୍ୟାରେ ଆଥଲେଟିକ୍ସ ୧୬ଟି ପଦକ ଯୋଗଦାନ କରିଛି। ଏହା ପୂର୍ବରୁ ସୋମବାର ଦିନ ଭିଥ୍ୟା ରାମରାଜ ମହିଳା ୪୦୦ ମିଟର ହର୍ଡଲ୍ସ (ବାଧା ଦୌଡ଼)ରେ ୫୪.୭୫ ସେକେଣ୍ଡର ବ୍ୟକ୍ତିଗତ ଶ୍ରେଷ୍ ଗୁଲଭୀର ସିଂହ ପୁରୁଷ ୧୫୦୦ ମିଟର ଦୌଡ଼ରେ ୩:୩୬.୭୨ ସମୟ ସହ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ (କ୍ଟ୍ରରକ୍ସଗ୍ଦକ୍ଟଦ୍ଭବକ୍ଷ ଭରଗ୍ଦଗ୍ଧ) କରି ଦ୍ୱିତୀୟ ସ୍ଥାନ ଅଧିକାର ପୂର୍ବକ ଏହି କ୍ରୀଡ଼ା ପ୍ରତିଯୋଗିତାରେ ନିଜର ଦ୍ୱିତୀୟ ରୌପ୍ୟ ପଦକ ହାସଲ କରିଛନ୍ତି। ଜାପାନର କାଜୁତୋ ଇଇଜାୱା ଏହି ଦୌଡ଼ରେ ବିଜୟୀ ହେବା ସହ ଏକ ନୂତନ କ୍ରୀଡ଼ା ରେକର୍ଡ ସ୍ଥାପନ କରିଛନ୍ତି। ଗୁଲଭୀର ସିଂହ ପୁରୁଷ ୧୫୦୦ ମିଟର ଦୌଡ଼ରେ ୩:୩୬.୭୨ ସମୟ ସହ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ (କ୍ଟ୍ରରକ୍ସଗ୍ଦକ୍ଟଦ୍ଭବକ୍ଷ ଭରଗ୍ଦଗ୍ଧ) କରି ଦ୍ୱିତୀୟ ସ୍ଥାନ ଅଧିକାର ପୂର୍ବକ ଏହି କ୍ରୀଡ଼ା ପ୍ରତିଯୋଗିତାରେ ନିଜର ଦ୍ୱିତୀୟ ରୌପ୍ୟ ପଦକ ହାସଲ କରିଛନ୍ତି। ଜାପାନର କାଜୁତୋ ଇଇଜାୱା ଏହି ଦୌଡ଼ରେ ବିଜୟୀ ହେବା ସହ ଏକ ନୂତନ କ୍ରୀଡ଼ା ରେକର୍ଡ ସ୍ଥାପନ କରିଛନ୍ତି।
