ନୀଳଗିରି: ବାଲେଶ୍ୱର ସିଟି ଏଣ୍ଡ ଜିଏସ୍ଟି ପ୍ରବର୍ତ୍ତନ ୟୁନିଟ୍ର ଚଢ଼ାଉ। ଲୁହା ସ୍କ୍ରାପ୍ ବୋଝେଇ ପିକ୍ଅପ୍ ଗାଡ଼ିରୁ ୩୨ ହଜାର ୪୦୦ ଟଙ୍କା ଫାଇନ୍ ଆଦାୟ। ନୀଳଗିରି ଝରଣାଘାଟି ରାସ୍ତାର ପୋଡ଼ାଶୁଳ ମଲ୍ୟାଣି ଛକ ନିକଟରେ ଲୁହାସ୍କ୍ରାପ୍ ବୋଝେଇ ଏକ ପିକ୍ଅପ୍ ଗାଡ଼ିରୁ ଫାଇନ୍ ଆଦାୟ କରିଛି ବାଲେଶ୍ୱର ସିଟି ଏଣ୍ଡ ଜିଏସ୍ଟି ପ୍ରବର୍ତ୍ତନ ୟୁନିଟ୍। ସୂଚନା ଓ.ଆର୍ -୦୧ଟି-୬୧୮୫ ନମ୍ବର ଏକ ପିକ୍ଅପ୍ ଗାଡ଼ିରେ ଲୁହା ସ୍କ୍ରାପ୍ ବୋଝେଇ ନୀଳଗିରି ଅଭିମୁଖେ ଆସୁଥିବା ବେଳେ ସିଟି ଏଣ୍ଡ ଜିଏସ୍?ଟି ପ୍ରବର୍ତ୍ତନ ୟୁନିଟ୍ର ଅଧିକାରୀ ଅନ୍ତର୍ଯ୍ୟାମୀ ଦାସ ଗାଡ଼ିଟିକୁ ଅଟକାଇ ଯାଞ୍ଚ କରିଥିଲେ।ଯାଞ୍ଚ ସମୟରେ ଗାଡ଼ିରେ ଥିବା ଲୁହା ସ୍କ୍ରାପ୍ ସମ୍ପର୍କିତ ଆବଶ୍ୟକ କାଗଜପତ୍ର ଦେଖାଇ ପାରିନଥିଲେ ଗାଡ଼ି ଚାଳକ। ଏହାପରେ ବିଭାଗ ପକ୍ଷରୁ ୩୨ ହଜାର ୪୦୦ ଟଙ୍କାର ଫାଇନ୍ ଆଦାୟ କରାଯାଇଥିବା ଅଧିକାରୀ ଅନ୍ତର୍ଯ୍ୟାମୀ ଦାସ ସୂଚନା ଦେଇଛନ୍ତି। ନୀଳଗିରି ଅଞ୍ଚଳରେ ବିନା ଆବଶ୍ୟକ କାଗଜପତ୍ରରେ ଏଭଳି କାରବାର ଚାଲିଥିବା ନେଇ ସୂଚନା ମିଳିବା ପରେ ଯାଞ୍ଚ ଓ ଚଢ଼ାଉ କରାଯାଇଥିବା ବେଳେ ଆଗାମୀ ଦିନରେ ମଧ୍ୟ ଏଭଳି ଯାଞ୍ଚ ଜାରି ରହିବ ବୋଲି ସିଟି ଏଣ୍ଡ ଜିଏସ୍ଟି ପ୍ରବର୍ତ୍ତନ ୟୁନିଟ୍ ଅଧିକାରୀ ଅନ୍ତର୍ଯ୍ୟାମୀ ଦାସ ସୂଚନା ଦେଇଛନ୍ତି।
