ପୁରୀ; ପବିତ୍ର ଶ୍ରୀ ଜଗନ୍ନାଥ ଧାମ ପୁରୀରେ ସେପ୍େଟମ୍ବର ୨୫ରୁ ୨୭ ପର୍ଯ୍ୟନ୍ତ ୪ର୍ଥ ଓଡ଼ିଶା ଧ୍ୟାନ ମହାଯଜ୍ଞ–୨୦୨୬ ଧ୍ୟାନ, ଆଧ୍ୟାତ୍ମିକ ଜ୍ଞାନ, ଶାକାହାର, ଅହିଂସା ଓ ବିଶ୍ୱଶାନ୍ତିର ବାର୍ତ୍ତା ସହ ସଫଳତାରେ ଅନୁଷ୍ଠିତ ହୋଇଯାଇଛି।ପ୍ରଥମ ଦିବସରେ ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଗରିମାମୟ ଉପସ୍ଥିତି ଓ ଜଗନ୍ନାଥ ସଂସ୍କୃତି–ସନାତନ ଧର୍ମ ସମ୍ପର୍କିତ ବାର୍ତ୍ତା, ‘ଧ୍ୟାନ ଶିରୋମଣି’ ସମ୍ମାନ, ଶାକାହାର–ଅହିଂସା ବାର୍ତ୍ତା ନେଇ ନଗର ପରିକ୍ରମା ଓ ଶାନ୍ତି ପଦଯାତ୍ରା, ଧ୍ୟାନ ଏବଂ ସାଂସ୍କୃତିକ ପରିବେଷଣ ମୁଖ୍ୟ ଆକର୍ଷଣ ଥିଲା। ଦ୍ୱିତୀୟ ଦିବସରେ ଭାଗବତ ଜନ୍ମ, ପୂର୍ଣ୍ଣିମା ସାମୂହିକ ଧ୍ୟାନ ଓ ବିଭିନ୍ନ ଆଧ୍ୟାତ୍ମିକ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ‘ଆଧ୍ୟାତ୍ମିକ ବଟିକା’ (ସ୍ପିରିଚୁୱାଲ ଟାବଲେଟ ) କାର୍ଯ୍ୟକ୍ରମରେ ଡା. ଗୋପାଳ କୃଷ୍ଣଙ୍କ ମାର୍ଗଦର୍ଶନରେ ଲେଭେଲ –୧ ଥିଓରୀ କୋର୍ସ ସମ୍ପୂର୍ଣ୍ଣ କରିଥିବା ସ୍ପିରିଚୁୱାଲ କାଉନସେଲର ମାନଙ୍କୁ ପ୍ରମାଣପତ୍ର ଦିଆଯାଇଥିଲା।

ବାଲ୍ ବିକାଶରେ ଜୟଶ୍ରୀ ନନ୍ଦ, ସରସ୍ୱତୀ ଦାସ, ସୁଚିତ୍ରା ବେହୁରା, ନମିତା ମହାନ୍ତି ଓ ଅନ୍ୟ ମେଣ୍ଟରମାନଙ୍କ ସହଯୋଗରେ ପିଲାମାନଙ୍କୁ ଧ୍ୟାନ, ଭାରତୀୟ ଜ୍ଞାନ ପରମ୍ପରା (ଆଇ କେ ଏସ ), ମାଇଣ୍ଡଫୁଲ ନେସ , ନିଉରୋବିସ , ସୃଜନଶୀଳ କାର୍ଯ୍ୟକଳାପ ଓ କରୁଣା–ଶାକାହାର ଆଧାରିତ ଚିତ୍ରାଙ୍କନ ପ୍ରତିଯୋଗିତା ମାଧ୍ୟମରେ ସଚେତନ କରାଯାଇଥିଲା। ଅଂଶଗ୍ରହଣକାରୀ ଶିଶୁମାନଙ୍କୁ ପୁରସ୍କୃତ କରାଯାଇଥିଲା। ତୃତୀୟ ଦିବସରେ ଇପ୍ସିତା ପୂଜାରୀଙ୍କ ପରିଚାଳନାରେ ସମୁଦ୍ର ବେଳାଭୂମି ଧ୍ୟାନ, ସମୁଦ୍ର ଆରତି, ଗୁରୁମାତା ସ୍ୱର୍ଣ୍ଣମାଳା ପତ୍ରୀଜୀ ଓ ବରିଷ୍ଠ ପିରାମିଡ୍ ମାଷ୍ଟରମାନଙ୍କ ଆଧ୍ୟାତ୍ମିକ ଅଧିବେଶନ ସହ ସାହିଲ କାଣ୍ଡୋଇଙ୍କ ନେତୃତ୍ୱରେ ଇଙ୍ଗବଳରଦ୍ଭରୟ ଣକ୍ଟଙ୍କଗ୍ଧଷ ଞରବଜ୍ଞ ଗରୟସଗ୍ଧବଗ୍ଧସକ୍ଟଦ୍ଭ ଅନୁଷ୍ଠିତ ହୋଇଥିଲା।

ଧ୍ୟାନ ଆନ୍ଦୋଳନକୁ ଆଗେଇ ନେଉଥିବା ମାଷ୍ଟରମାନଙ୍କୁ ସମ୍ମାନିତ କରାଯାଇଥିଲା।ଶେଷରେ ୫୧ ଘଣ୍ଟିଆ ଅଖଣ୍ଡ ଧ୍ୟାନ, ଧନ୍ୟବାଦ ଜ୍ଞାପନ ଓ ଶାନ୍ତି ପାଠ ସହ ମହାଯଜ୍ଞ ସମାପ୍ତ ହୋଇ ‘ବସୁଧୈବ କୁଟୁମ୍ବକମ୍’ ଓ ବିଶ୍ୱଶାନ୍ତିର ବାର୍ତ୍ତା ପ୍ରସାର କରାଯାଇଥିଲା।
