ଖପ୍ରାଖୋଲ: ବଲାଙ୍ଗୀର ଜିଲ୍ଲା ହରିଶଙ୍କର ନିକଟସ୍ଥ ଗନ୍ଧମାର୍ଦ୍ଦନ ପାହାଡ଼ ପାଦଦେଶକୁ ତିନୋଟି ହାତୀ ଆସିଥିବା ଜଣାପଡ଼ିବା ପରେ ହରିଶଙ୍କର ବନବିଭାଗ ପକ୍ଷରୁ ତତ୍ପରତା ବୃଦ୍ଧି କରାଯାଇଛି। ହାତୀଙ୍କ ଗତିବିଧିକୁ ନଜରରେ ରଖିବା ସହ ନିକଟସ୍ଥ ଗାଁଗୁଡ଼ିକରେ ଡାକବାଜି ଯନ୍ତ୍ର ମାଧ୍ୟମରେ ଲୋକଙ୍କୁ ସତର୍କ କରାଯାଉଛି। ବିଶେଷକରି ରାତି ସମୟରେ ଏକାକୀ ବାହାରକୁ ନଯିବା, ସନ୍ଧ୍ୟା ହେବା ପୂର୍ବରୁ କ୍ଷେତରୁ ଘରକୁ ଫେରିଆସିବା ଏବଂ ହାତୀ ଦେଖିଲେ ତାହାର ନିକଟକୁ ନଯିବା ପାଇଁ ବନବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଉଛି। ପ୍ରତିବର୍ଷ ଏହି ସମୟରେ ହାତୀପଲ ଜନବସତି ନିକଟକୁ ଆସିବା ଯୋଗୁଁ ମଣିଷ-ହାତୀ ସଂଘର୍ଷର ଆଶଙ୍କା ବଢ଼ିଥାଏ। ଅତୀତରେ ଏଭଳି ଘଟଣାରେ ଜୀବନହାନି ମଧ୍ୟ ଘଟିଥିବାରୁ କୌଣସି ଅଘଟଣକୁ ଏଡ଼ାଇବା ପାଇଁ ବନବିଭାଗ ଆଗୁଆ ସତର୍କତାମୂଳକ ପଦକ୍ଷେପ ନେଇଛି। ଲୋକଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ସଚେତନତା ସହ ହାତୀଙ୍କ ଗତିବିଧି ଉପରେ ନଜର ରଖାଯାଉଛି।ସହ ଅଭିଯୁକ୍ତକୁ ଗିରଫ କରିଛି ବାଲୁଗାଁ ଅବକାରୀ ବିଭାଗ।ଅଭିଯୁକ୍ତ ଜଣକ ପଶ୍ଚିମବଙ୍ଗ ରବୀନ୍ଦ୍ର ନଗର ଥାନା ଅନ୍ତର୍ଗତ ମାହେସ୍ଥଳ ଗ୍ରାମର ଅଭୟ ନାରାୟଣ ସିଂହଙ୍କ ପୁଅ ଅଭିଷେକ କୁମାର ସିଂହ (୨୪) ବୋଲି ଜଣାପଡ଼ିଛି।ସୂଚନା ମୁତାବକ ରବିବାର ପୂର୍ବାହ୍ନରେ ଗଞ୍ଜେଇ ଚାଲାଣ ହେଉଥିବା କୌଣସି ସୂତ୍ରରୁ ଖବର ପାଇ ଅବକାରୀ ଅଧୀକ୍ଷକ ଶ୍ରୀ ପାତ୍ରଙ୍କ ନେତୃତ୍ୱରେ ବାଲୁଗାଁ ଅବକାରୀ ଟିମ ଓ ରେଳ ସୁରକ୍ଷା ବଳ ପୋଲିସ ପକ୍ଷରୁ ଷ୍ଟେସନ ରୋଡରେ ଅଚାନକ ଚଢ଼ାଉ କରାଯାଇଥିଲା।ଚଢ଼ାଉ ବେଳେ ପଶ୍ଚିମବଙ୍ଗର ଅଭିଷେକ କୁମାର ସିଂହଙ୍କ ଠାରୁ ଏକ ଜରି ବସ୍ତାରୁ ୨୦.୫ କେଜି ଗଞ୍ଜେଇ ଜବତ କରାଯାଇଥିଲା।ଅଭିଯୁକ୍ତଙ୍କ ବିରୁଦ୍ଧରେ କେଶ ନଂ ୧୭୩/୨୬-୨୭ ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ବାଲୁଗାଁ ଅବକାରୀ ଅଧିକାରୀ ସୋମ୍ୟ ରଞ୍ଜନ ବେହେରା କହିଛନ୍ତି।ଅଭିଯୁକ୍ତ ଜଣକ ଟ୍ରେନ୍ ଯୋଗେ ଗଞ୍ଜେଇ କୋଲକାତାକୁ ନେଇ ଯାଉଥିବା ଜଣାପଡ଼ିଛି।
