ବାଲିଗୁଡ଼ା: ଗଞ୍ଜେଇ ଚୋରା ଚାଲାଣର ନୁଆ ତରିକା । ଆମ୍ବୁଲାନ୍ସରେ ହେଉଥିଲା ଗଞ୍ଜେଇ ଚୋରା ଚାଲାଣ। ମାଡ଼ି ବସିଲେ ଅବକାରୀ ବିଭାଗର ମୋବାଇଲ୍ ଟିମ୍ । ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା । ଗୋଟିଏ ଦିନରେ ମୋଟ ୧୨୧ କେଜି ଗଞ୍ଜେଇ ଜବତ କରିବା ସହ ଗୋଟିଏ ଆମ୍ବୁଲାନ୍ସ, ଗୋଟିଏ କାର୍ ଓ ଗୋଟିଏ ପିକ ଅପ୍ ଭ୍ୟାନ୍ ଜବତ କରିଛି ଅବାକାରୀ ପୋଲିସ୍ । ଚତୁରତାର ସହ ଆମ୍ବୁଲାନ୍ସରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଶଙ୍କରାଖୋଲ ନିକଟରେ ଆମ୍ବୁଲାନ୍ସ ଜବତ ହୋଇଥିବା ବେଳେ ଲାଇନପଡ଼ା ନିକଟରୁ ଗଞ୍ଜେଇ ବୋଝେଇ ଗୋଟିଏ ପିକଅପ୍ ଭ୍ୟାନ୍ ଓ ଗୋଟିଏ କାର୍ ଜବତ ହୋଇଥିବା ଜଣାପଡ଼ିଛି । ଜବତ ଗଞ୍ଜେଇ କନ୍ଧମାଳ ଜିଲ୍ଲାରୁ ବାଲେଶ୍ୱର ଜିଲ୍ଲାକୁ ଚୋରା ଚାଲାଣ ହେଉଥିଲା । ଘଟଣାରେ ୬ ଜଣ ମାଫିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ସମସ୍ତ ଅଭିଯୁକ୍ତ ବାଲେଶ୍ୱର ଜିଲ୍ଲାର ହୋଇଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
