ବାରିପଦା ; ଓଡିଶୀ ନୃତ୍ୟ ର ବ୍ୟାପକ ପ୍ରଚାର ଓ ପ୍ରସାର ଦିଗରେ ବିଶେଷ ଧ୍ୟାନ ଦେବେବୋଲି ଓଡିଶୀ ନୃତ୍ୟ ଶିଳ୍ପୀ ମୋହନ ସୟ ପ୍ରକାଶ କରିଛନ୍ତି । ମୟୂରଭଞ୍ଜ ଜିଲ୍ଲା, କରଞ୍ଜିଆ ବ୍ଲକ ପାଟୁଳିଡ଼ିହି ଗ୍ରାମର ଏକ ଆଦିବାସୀ ପରିବାରରେ ସେ ଜନ୍ମଗ୍ରହଣ କରିଛନ୍ତି । ବାପା ରାମରାୟ ସୟ ମା ସୁରୁମଣୀ ସୟ ଙ୍କ ପୁତ୍ର ମୋହନ ପ୍ରଥମେ ୨୦୨୩ ମସିହା ସେପ୍େଟମ୍ବର ମାସ ରୁ ୧୮ ବର୍ଷ ବୟସରୁ ଓଡ଼ିଶୀ ନୃତ୍ୟ ରେ ଯାତ୍ରା ଆରମ୍ଭ କରିଥିଲେ । କରଞ୍ଜିଆ ନୃତ୍ୟ ଶ୍ରୀ ଅନୁଷ୍ଠାନ ରେ ସେ ଓଡିଶୀ ନୃତ୍ୟ ଶିକହିଥିଲେ ଏବଂ ଏବେ ମଧ୍ୟ ସେ ଏହିଶିକ୍ଷା ନେଉଛନ୍ତି । ଓଡିଶୀ ନୃତ୍ୟଗୁରୁ ଡଃ ମନୋଜ କୁମାର ବେହେରା ତାଙ୍କୁ ଅନୁଷ୍ଠାନ ତରଫରୁ ଦଳଗତ ନୃତ୍ୟ ଏବଂ ଏକକ ନୃତ୍ୟ ବାବଦରେ ଶିକ୍ଷା ଦେଇଥିଲେ । ଦଳଗତ ଛଉ ନୃତ୍ୟ ପରିବେଷଣ ପାଇଁ ଦିଲ୍ଲୀ ହରିୟଣା କର୍ନାଲ ଏବଂ ଓଡ଼ିଶୀ ଦଳଗତ ନୃତ୍ୟ ପାଇଁ ରାଞ୍ଚି,ଭୁବନେଶ୍ୱର ଏବଂ ଅନେକ କେତେକ ମହୋତ୍ସବ ରେ ମୋହନ ମଧ୍ୟ ଅଂଶ ଗ୍ରହଣ କରି ବେଶ ଆଦୃତ ହୋଇଛନ୍ତି ।
ବର୍ତମାନ ସେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ରେ ଚଏ କରୁଛନ୍ତି । ଏହି ଓଡ଼ିଶୀ ନୃତ୍ୟ ରେ ତାଙ୍କର ପ୍ରିୟ ଗୁରୁ ଭରତ ଚନ୍ଦ୍ର ମହାନ୍ତ ସବୁ ସମୟରେ ତାଙ୍କୁ ବହୁତ ସାହାଯ୍ୟ କରିଛନ୍ତି ଏବଂ ସେ ତାଙ୍କୁ ତାଙ୍କ ବାପା ଭାବେ ସମ୍ମାନ ଦିଅନ୍ତି ।ଆଗକୁ ଭଲ ଓଡ଼ିଶୀ ନୃତ୍ୟ ଶିଳ୍ପୀ ହୋଇ ବିଭିନ୍ନ ରାଜ୍ୟରେ ଏବଂ ଓଡ଼ିଶା ବାହାରେ ନୃତ୍ୟ କୁ ପରିବେଷଣ କରିବା ପାଇଁ ତାଙ୍କର ଇଛା ଅଛି ଏବଂ ଗୁରୁଜୀଙ୍କ ନାମକୁ ବହୁତ ଆଗକୁ ନେବାପାଇଁ ଚେଷ୍ଟା କରିବେ ବୋଲି ମୋହନ ପ୍ରକାଶ କରିଛନ୍ତି । ଏହାଛଡା ଗୁରୁ ଡଃ ମନଜ କୁମାର ବେହେରା ଙ୍କୁ ଓଡିଶୀ ନୃତ୍ୟ ଶିକ୍ଷାର ସମସ୍ତ ଶ୍ରେୟ ଦିଅନ୍ତି ବୋଲି ସେ ପ୍ରକାଶ କରିଛନ୍ତି ।
