ଚେନ୍ନାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚେନ୍ନାଇ ଗସ୍ତର ଗୋଟିଏ ଦିନ ପୂର୍ବରୁ, ସହରର କିଛି ସ୍ଥାନରେ ଯୁବକମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଶିବାନନ୍ଦ ସାଲାଇ ଏବଂ ବେସାନ୍ତ ନଗର ସମେତ ବିଭିନ୍ନ ସ୍ଥାନରେ ସେମାନେ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା କିମ୍ବା ତାଙ୍କୁ ତୁରନ୍ତ ସେହି ଗୁରୁତ୍ୱପୂର୍ଣ୍ଣ ପଦବୀରୁ ହଟାଇବା ଦାବି କରିଥିଲେ। ସିଇସିଙ୍କୁ ହଟାଇବା ଦାବିରେ ସଚିବାଳୟ ଆଡ଼କୁ ଶୋଭାଯାତ୍ରା କରିବାକୁ ଚେଷ୍ଟା କରୁଥିବା ବେଳେ ସହର ପୋଲିସ୍ “ଅଲ୍ ଇଣ୍ଡିଆ ଷ୍ଟୁଡେଣ୍ଟସ୍ ଫେଡେରେସନ୍’ (ଏଆଇଏସଏଫ) ଏବଂ “ଅଲ୍ ଇଣ୍ଡିଆ ୟୁଥ୍ ଫେଡେରେସନ୍’ (ଏଆଇୱାଇଏଫ)ର ୧୦୦ରୁ ଅଧିକ କର୍ମୀଙ୍କୁ ଗିରଫ କରିଥିଲା। ଆନ୍ନା ସାଲାଇସ୍ଥିତ ପେରିୟାର ପ୍ରତିମୂର୍ତ୍ତି ନିକଟରେ ଏକାଠି ହେବା ପରେ ଶିବାନନ୍ଦ ସାଲାଇ ଦେଇ ଆଗକୁ ବଢ଼ୁଥିବା ବିକ୍ଷୋଭକାରୀଙ୍କୁ ପୋଲିସ୍ ଅଟକାଇଥିଲା। ପ୍ରତିରୋଧ ଏବଂ ତୀବ୍ର ଯୁକ୍ତିତର୍କ ସତ୍ତ୍ୱେ ସେମାନଙ୍କୁ ଏକ ସାମୁଦାୟିକ ଭବନରେ ଅଟକ ରଖାଯାଇଥିଲା। ଡିଏମକେର ଉପ-ସାଧାରଣ ସମ୍ପାଦକ ଏ. ରାଜା ଏବଂ ଦଳୀୟ କର୍ମକର୍ତ୍ତାମାନେ ସେହି ସାମୁଦାୟିକ ଭବନକୁ ଯାଇ ବିକ୍ଷୋଭ କରୁଥିବା ଯୁବକମାନଙ୍କ ପ୍ରତି ସମର୍ଥନ ଜଣାଇଥିଲେ। ରାଜା ଛାତ୍ରମାନଙ୍କୁ କହିଥିଲେ ଯେ ଗିରଫ ହୋଇଥିବା ଛାତ୍ରମାନଙ୍କୁ ମୁକ୍ତ ନ କରାଯିବା ପର୍ଯ୍ୟନ୍ତ ସେ ଏବଂ ଅନ୍ୟ ଊଗକ କର୍ମକର୍ତ୍ତାମାନେ ସେହି ସ୍ଥାନ ଛାଡ଼ିବେ ନାହିଁ। ଏହି ସମୟରେ, ଡିଏମକେ ସଭାପତି ଏମ୍.କେ. ଷ୍ଟାଲିନ୍ ନିଜ ସୋସିଆଲ୍ ମିଡିଆ ପୋଷ୍ଟରେ କହିଛନ୍ତି ଯେ ଦେଶବ୍ୟାପୀ ଗିରଫ ହୋଇଥିବା ଛାତ୍ର ଏବଂ ରାଜନୈତିକ ନେତାମାନଙ୍କୁ ତୁରନ୍ତ ମୁକ୍ତ କରାଯିବା ଉଚିତ। ଷ୍ଟାଲିନ୍ କହିଛନ୍ତି, ମୁଁ ତାମିଲନାଡୁରେ ଟିଭିକେ ସରକାରଙ୍କୁ ଦୃଢ଼ ନିନ୍ଦା କରୁଛି କାରଣ ସେମାନେ ବିଜେପିର ଏକ ଅଂଶବିଶେଷ ଭାବରେ କାର୍ଯ୍ୟ କରୁଛନ୍ତି ଏବଂ ବିକ୍ଷୋଭ କରୁଥିବା ଛାତ୍ରମାନଙ୍କ ଉପରେ ପୋଲିସ୍ ଦମନଲୀଳା ଚଳାଇଛନ୍ତି। ଡିଏକେ ସଭାପତି କହିଛନ୍ତି ଯେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ପ୍ରସଙ୍ଗରେ କୌଣସି ବୁଝାମଣା ହୋଇପାରିବ
