ଜୟପୁର: ଜୟପୁର ଟାଉନ୍ ପୋଲିସ ୧୫ଟି ଚୋରା ମୋଟରସାଇକେଲ ଜବତ କରି , ୨ ଅଭିଯୁକ୍ତ ଗିରଫ . କରିଛି ।ଅଭିଯୁକ୍ତ ମାନେ ହେଲେ ଜୟପୁର ହାନାଗୁଡ଼ା ଅଞ୍ଚଳ ର ରାହୁଲ ବାଘ ନନ୍ଦପୁର ଅଞ୍ଚଳ ର ବଳଭଦ୍ର ପାଙ୍ଗି ।ଏନେଇ ଆଜି ଜୟପୁର ଟାଉନ ଥାନା ରେ ଏସଡିପିଓ ଅର୍ଚିତା ମିତ୍ତଲ ସୂଚନା ଦେଇଛନ୍ତି । ଗତ ମାସ ରେ କୋଣାର୍କ ମେଡିକାଲ୍ ଷ୍ଟୋର୍ ସାମ୍ନାରୁ ଛତିଶଗଡ଼ର ଭାବେଶ ବର୍ମାଙ୍କ ଏକ ହିରୋ ସ୍ପେଣ୍ଡର ଗାଡ଼ି ଚୋରି ହୋଇଥିଲା ଏନେଇ ଜୟପୁର ଟାଉନ ଥାନାରେ ଅଭିଯୋଗ ହୋଇଥିଲା ।

ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଘଟଣା ର ତଦନ୍ତ ବେଳେ ପୋଲିସ ଦୁଇ ଅଭିଯୁକ୍ତ କୁ ଧରିବାରେ ସଫଳ ହୋଇଥିଲା ।. ତଦନ୍ତ ପରେ ପୋଲିସ ସମୁଦାୟ ୧୫ ବାଇକ ଜବତ କରିଛି ।ଗିରଫ ଦୁଇ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଛି ।ଏହି ସାମ୍ବାଦିକ ସମ୍ମିଳନୀ ରେ ଟାଉନ ଥାନା ଅଧିକାରୀ ଉଲ୍ଲସ ଚନ୍ଦ୍ର ରାଉତ ଉପସ୍ଥିତ ଥିଲେ ।
