ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ୍? ରକ୍ଷା ପଞ୍ଚାୟତରେ ସରକାରୀ ଯୋଜନାର ଅର୍ଥ ଆତ୍ମସାତ୍ କରିବା ମାମଲାରେ ରାଜ୍ୟ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ୨୦୨୨-୨୩ ଓ ୨୦୨୩-୨୪ ଆର୍ôଥକ ବର୍ଷରେ ଖପୁରାପୁରରୁ ବଳମାନଟିକିରା ଏବଂ ରାଜନଗର ରାସ୍ତାର ଉନ୍ନତୀକରଣ ନାମରେ ଏମଜିଏନ୍?ଆ?ର୍ଇଜିଏସ୍? (ଗଏଘଜଋଏଝ) ପାଣ୍ଠିରୁ ପ୍ରାୟ ୧୩ ଲକ୍ଷରୁ ଅଧିକ ଟଙ୍କା ହରିଲୁଟ୍ ହୋଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ସମ୍ପୃକ୍ତ ଉଲୁଣ୍ଡା ବ୍ଲକ୍?ର ପୂର୍ବତନ କନିଷ୍ଠ ଯନ୍ତ୍ରୀ (ଔଋ) ??? ବର୍ତ୍ତମାନ ସୋନପୁର ବ୍ଲକ୍?ରେ କାର୍ଯ୍ୟରତ ସୁପ୍ରିୟା ଗୁରୁଙ୍କୁ ରାଜ୍ୟ ପଞ୍ଚାୟତରାଜ ବିଭାଗ ନିଲମ୍ବିତ କରିଛି। ଜିଲ୍ଲା ପ୍ରଶାସନର ତଦନ୍ତ ରିପୋର୍ଟ ଏବଂ ପୂର୍ବତନ ଜିଲ୍ଲାପାଳ ଡ. ନୃପରାଜ ସାହୁଙ୍କ ସୁପାରିସ ଆଧାରରେ ବିଭାଗୀୟ ଚିଠି ନଂ. ୨୨୩୭୦୧ ଅନୁଯାୟୀ ଏହି ନିଲମ୍ବନ ଆଦେଶ ଜାରି କରାଯାଇଛି। ନିଲମ୍ବନ କାଳରେ ସୁପ୍ରିୟା ଗୁରୁଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନାଯୋଗ୍ୟ ଯେ, ମାଟି ନପକାଇ, ରାସ୍ତା ନନିର୍ମାଇ କେବଳ କାଗଜପତ୍ରରେ ସବୁ କାମ ଶେଷ ଦେଖାଇ ସରକାରୀ ଟଙ୍କା ଚଞ୍ଚକତା କରି ଉଠାଇ ନିଆଯାଇଥିଲା। ଏହି ମହାଘୋଟାଲାରେ ପୂର୍ବରୁ ପଞ୍ଚାୟତର ତତ୍କାଳୀନ ଚଋଙ ସୀତାରାମ ତ୍ରିପାଠୀ ଓ ଇଊଙ ହିମାଂଶୁ ଶେଖର ସମାରାଙ୍କୁ ନିଲମ୍ବନ କରାସରିଛି। ବର୍ତ୍ତମାନ ଏହି ମାମଲାରେ ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ ମଧ୍ୟ ଅପରାଧିକ ମାମଲା ରୁଜୁ ହୋଇ ଅଧିକ ଖୋଳତାଡ଼ ଜାରି ରହିଛି।
