କୋଲକାତା: ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ବଡ଼ ଧରଣର ନିବେଶ କୋଲକାତା ସଂଲଗ୍ନ “ନ୍ୟୁ ଟାଉନ୍’ର ରୂପରେଖ ବଦଳାଇବାକୁ ଯାଉଛି। ଆଦାନୀ ଗ୍ରୁପ୍ ଏଠାରେ “ଆଦାନୀ ଆରୋଗ୍ୟ ନିକେତନ’ ନାମରେ ଏକ ବିଶ୍ୱସ୍ତରୀୟ ବିଶାଳ ହସ୍ପିଟାଲ ନିର୍ମାଣ କରିବାକୁ ଯୋଜନା କରୁଛି। ୧,୨୦୦ କୋଟି ଟଙ୍କାର ଏହି ପ୍ରକଳ୍ପ ୫୧.୭୫ ଏକର ଜମି ଉପରେ ନିର୍ମିତ ହେବ ବୋଲି ଆଶା କରାଯାଉଛି। ଯଦି ଯୋଜନା ଅନୁଯାୟୀ କାର୍ଯ୍ୟ ଆଗକୁ ବଢ଼େ, ତେବେ ଖୁବ୍ ଶୀଘ୍ର ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇପାରେ। ଏହି ମହତ୍ତ୍ୱାକାଂକ୍ଷୀ ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ପ୍ରକଳ୍ପର ଶୁଭାରମ୍ଭ ପାଇଁ ଆଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନୀ ପଶ୍ଚିମବଙ୍ଗ ଗସ୍ତ କରିପାରନ୍ତି ବୋଲି ମଧ୍ୟ ଖବର ରହିଛି। ପ୍ରସ୍ତାବିତ ହସ୍ପିଟାଲକୁ ନେଇ ରାଜ୍ୟ ପ୍ରଶାସନ ମଧ୍ୟରେ ବ୍ୟାପକ ଆଲୋଚନା ଆରମ୍ଭ ହୋଇଛି, ବିଶେଷକରି ଏହାର ସମ୍ଭାବ୍ୟ ଅର୍ଥନୈତିକ ପ୍ରଭାବକୁ ନେଇ। ପ୍ରଶାସନ ଦ୍ୱାରା ପ୍ରସ୍ତୁତ ଏକ ବିସ୍ତୃତ ଆକଳନ ମୁଖ୍ୟମନ୍ତ୍ରୀଙ୍କ ସଚିବାଳୟକୁ ଦାଖଲ କରାଯାଇଛି, ଯେଉଁଥିରେ ପ୍ରକଳ୍ପ ସହ ଜଡ଼ିତ ନିବେଶ, ରିହାତି ଏବଂ ସମ୍ଭାବ୍ୟ ଦୀର୍ଘମିଆଦୀ ଲାଭ ସମ୍ପର୍କରେ ଉଲ୍ଲେଖ ରହିଛି। ଏହି ବିକାଶ କାର୍ଯ୍ୟକୁ ସୁଗମ କରିବା ପାଇଁ ପଶ୍ଚିମବଙ୍ଗ ସରକାର ଜମି ବ୍ୟବହାର ପରିବର୍ତ୍ତନ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ଅନୁମତି ସମେତ ବିଭିନ୍ନ ପ୍ରକାରର ରିହାତି ପ୍ରଦାନ କରୁଛନ୍ତି। ଆଦାନୀ ଗ୍ରୁପକୁ ପ୍ରଦାନ କରାଯାଉଥିବା ରାଜସ୍ୱ ରିହାତିର ଆନୁମାନିକ ମୂଲ୍ୟ ପ୍ରାୟ ୧,୯୬୭ କୋଟି ଟଙ୍କା। ଏତେ ପରିମାଣର ରିହାତି ସତ୍ତ୍ୱେ, ରାଜ୍ୟ ସରକାର (ନବାନ୍ନ) ବିଶ୍ୱାସ କରନ୍ତି ଯେ ହସ୍ପିଟାଲ ଦ୍ୱାରା ମିଳିବାକୁ ଥିବା ଦୀର୍ଘମିଆଦୀ ଅର୍ଥନୈତିକ ଓ ସାମାଜିକ ଲାଭ, ପ୍ରାରମ୍ଭିକ ରାଜସ୍ୱ ପ୍ରଭାବ ତୁଳନାରେ ଯଥେଷ୍ଟ ଅଧିକ ହେବ।ଆଦାନୀ ଗ୍ରୁପ୍ ପ୍ରାରମ୍ଭିକ ଭାବେ ୧,୦୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ପାଇଁ ପ୍ରସ୍ତାବ ଦେଇଛି, ଯାହାର ପୁଞ୍ଜିଗତ ଖର୍ଚ୍ଚ ୧,୨୦୦ କୋଟି ଟଙ୍କା ଆକଳନ କରାଯାଇଛି। କେବଳ ନିର୍ମାଣ ପର୍ଯ୍ୟା ଯଦି ଏହି ପ୍ରକଳ୍ପ ଶେଷରେ ୧,୦୦୦ ଶଯ୍ୟା ବିଶିଷ୍ଟ ସୁବିଧା ଭାବରେ ରହେ, ତଥାପି ପ୍ରଶାସନ ବିଶ୍ୱାସ କରେ ଯେ ଏହା ପଶ୍ଚିମବଙ୍ଗ ପାଇଁ ବ୍ୟାପକ ଲାଭ ଆଣିଦେବ। କେବଳ ସ୍ୱାସ୍ଥ୍ୟସେବା ଏବଂ ରୋଗୀ କଲ୍ୟାଣ କ୍ଷେତ୍ରରୁ ବାର୍ଷିକ ପ୍ରାୟ ୮୧୭ କୋଟି ଟଙ୍କାର ଲାଭ ମିଳିବ ବୋଲି ଆକଳନ କରାଯାଇଛି। ଯଦି ମାଗଣା ଚିକିତ୍ସା ପାଇଁ ଉଦ୍ଦିଷ୍ଟ ୫୦୦ ଶଯ୍ୟାରେ ବର୍ଷସାରା ୮୦ ପ୍ରତିଶତ ବ୍ୟବହାର ହାର (କ୍ଟମମଙ୍କକ୍ଟ୍ରବଦ୍ଭମଚ୍ଚ କ୍ସବଗ୍ଧର) ବଜାୟ ରହେ, ତେବେ ମାଗଣା ଅନ୍ତଃ-ବିଭାଗୀୟ ଚିକିତ୍ସାର ମୂଲ୍ୟ ବାର୍ଷିକ ପ୍ରାୟ ୭୩୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏହି ହିସାବ ହସ୍ପିଟାଲରେ ହାରାହାରି ପାଞ୍ଚ ଦିନର ରହଣି ଏବଂ ପ୍ରତି ରୋଗୀ ପିଛା ୨.୫ ଲକ୍ଷ ଟଙ୍କାର ଆନୁମାନିକ ଚିକିତ୍ସା ଖର୍ଚ୍ଚ ଉପରେ ଆଧାରିତ। ମାଗଣା ବହିଃ-ବିଭାଗୀୟ ସେବାରୁ ବାର୍ଷିକ ଅତିରିକ୍ତ ୬୨ କୋଟି ଟଙ୍କାର ଲାଭ ମିଳିବ ବୋଲି ଆଶା କରାଯାଉଥିବା ବେଳେ, ରୋଗ ନିର୍ଣ୍ଣୟକାରୀ ସୁବିଧା ପ୍ରାୟ ୨୫ କୋଟି ଟଙ୍କାର ଯୋଗଦାନ ଦେଇପାରେ। ଏହି ପ୍ରକଳ୍ପର ଅନ୍ୟ ଏକ ପ୍ରମୁଖ ଦିଗ ହେଉଛି ଏହାର ପ୍ରସ୍ତାବିତ ବୈଷୟିକ ଏବଂ ଚିକିତ୍ସା ଭିତ୍ତିଭୂମି। ରିପୋର୍ଟ ଅନୁଯାୟୀ, ଯୁକ୍ତରାଷ୍ଟ୍ର ଆମେରିକାର ପ୍ରସିଦ୍ଧ “ମେୟୋ କ୍ଲିନିକ୍’ ଠାରୁ ବୈଷୟିକ ଏବଂ ଚିକିତ୍ସା ସମ୍ବନ୍ଧୀୟ ବିଶେଷଜ୍ଞତା ଗ୍ରହଣ କରାଯିବ। ଉନ୍ନତ ସ୍ୱାସ୍ଥ୍ୟସେବାର ଉପଲବ୍ଧତା କୋଲକାତାକୁ ଚିକିତ୍ସା ପର୍ଯ୍ୟଟନର ଏକ ପ୍ରମୁଖ କେନ୍ଦ୍ର ଭାବରେ ପ୍ରତିଷ୍ଠିତ କରିବ ବୋଲି ଆଶା କରାଯାଉଛି, ଯାହା ଭାରତର ଅନ୍ୟାନ୍ୟ ଅଞ୍ଚଳ ତଥା ବିଦେଶରୁ ରୋଗୀଙ୍କୁ ଆକର୍ଷିତ କରିବ। ଫଳସ୍ୱରୂପ, ରାଜ୍ୟ ଚିକିତ୍ସା ପର୍ଯ୍ୟଟନ କ୍ଷେତ୍ରରୁ ବାର୍ଷିକ ପ୍ରାୟ ୧,୧୫୬ କୋଟି ଟଙ୍କାର ଅର୍ଥନୈତିକ ଲାଭ ପାଇପାରେ। ଚିକିତ୍ସା ଶିକ୍ଷା ଏବଂ ଗବେଷଣା କ୍ଷେତ୍ରରେ ମଧ୍ୟ ଏହି ହସ୍ପିଟାଲ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଉଛି। ଡାକ୍ତର, ନର୍ସ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟସେବା କର୍ମଚାରୀମାନେ ଏହି କେନ୍ଦ୍ରରେ ଉନ୍ନତ ପ୍ରଶିକ୍ଷଣ ଏବଂ ଅଭିଜ୍ଞତା ହାସଲ କରିପାରିବେ, ଯାହା ପଶ୍ଚିମବଙ ବୃହତ ପରିମାଣର ନିବେଶ, ମାଗଣା ସ୍ୱାସ୍ଥ୍ୟସେବା, ଉନ୍ନତ ଚିକିତ୍ସା ସେବା, ମେଡିକାଲ୍ ଟୁରିଜିମ୍ (ଚିକିତ୍ସା ପର୍ଯ୍ୟଟନ), ଶିକ୍ଷା, ଗବେଷଣା ଏବଂ ନିଯୁକ୍ତି ସୃଷ୍ଟିର ସମାହାର ସହିତ, ପ୍ରସ୍ତାବିତ “ଆଦାନୀ ଆରୋଗ୍ୟ ନିକେତନ’ର ଅର୍ଥନୈତିକ ପ୍ରଭାବ ଏହାର “ନ୍ୟୁ ଟାଉନ୍’ ପରିସର ବାହାରକୁ ମଧ୍ୟ ବ୍ୟାପିବ ବୋଲି ଆଶା କରାଯାଉଛି। ଏହି ପ୍ରକଳ୍ପ ଏକ ବଡ଼ ଧରଣର ସ୍ୱାସ୍ଥ୍ୟସେବା ନିବେଶ କିପରି ଏକ ବ୍ୟାପକ ଅର୍ଥନୈତିକ ପ୍ରଭାବ ସୃଷ୍ଟି କରିପାରିବ, ତାହାର ଏକ ପ୍ରମୁଖ ଉଦାହରଣ ହୋଇପାରେ।
