ପୁରୀ: ପୁରୀର ହୁଳୁହୁଳିଆ ନିକଟସ୍ଥ କୃଷ୍ଣା ଗାର୍ଡେନ ଠାରେ ଭାରତୀୟ ଯୋଗ ସଂସ୍ଥାନର ପୁରୀ ଯୋଗ ଜିଲ୍ଲା ଦ୍ୱାରା ଆୟୋଜିତ ହୋଇଥିଲା ଜିଲ୍ଲା ଯୋଗ ଉତ୍ସବ। ଏହି ସଭାରେ ମୁଖ୍ୟ ଅଥିତି ଭୋ୍ୱ ପୁରୀ ଯୋଗଜିଲ୍ଲା ପ୍ରଧାନ ମନମୋହନ ମହାପାତ୍ର ଯୋଗ ଦେଇ ଶରୀରକୁ ସୁସ୍ଥ ରଖିବାପାଇଁ ହେଲେ ନିୟମିତ ଯୋଗାଭ୍ଯାସ କରିବା

ସହ ଯୋଗକୁ କିଭଳି ଭାବେ ପୁରୀସହର ସହ ସମସ୍ତ ଗ୍ରମାଞ୍ଚଳରେ ପହଞ୍ଚାଯାଇପାରିବ ଏବଂ ଅଧିକରୁ ଅଧିକ ଲୋକ ଏହି ନିଶୁକ୍ଳ ସେବା ପାଇପାରିବା ସହ ଓଡିଶା ପ୍ରାନ୍ତରେ ପୁରୀ ଯୋଗ ଜିଲ୍ଲାକୁ ଏକ ନମ୍ବର କରାଯିବା ନେଇ ଉପଦେଶ ଦେଇଥିଲେ। ଏହି ଅବସରରେ ଯୋଗ ଜିଲ୍ଲା ଉପଦେଷ୍ଟା ବିବିରାମ ସ୍ୱାଇଁ ଓ ଦେବଦତ୍ତ ଷଡଙ୍ଗୀ, ଜିଲ୍ଲା ମନ୍ତ୍ରୀ ଶଦାସିବ ଦାସ ,ଜିଲ୍ଲା ସଂଗଠନ ମନ୍ତ୍ରୀ ନିରଞ୍ଜନ ରାଉତରାୟ, ଗୁଣ୍ଡିଚା କ୍ଷେତ୍ର ଓ ଜଗନ୍ନାଥ କ୍ଷେତ୍ରର ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ। ପୁରୀ ଯୋଗ ଜିଲ୍ଲାର ଶତାଧିକ ସାଧକ ଓ ସାଧିକାମାନେ ଉପସ୍ଥିତ ରହି ଦୀପ ପ୍ରଜ୍ୱଳନ,

ଗାୟତ୍ରୀ ମନ୍ତ୍ର ସହ ବିଭିନ୍ନ ଆସନ, ପ୍ରାଣାୟାମ ଓ ଧ୍ୟାନ ର ଦକ୍ଷତା ବୃଦ୍ଧି ନିମନ୍ତେ ଯୋଗାଭ୍ୟାସ କରିଥିଲେ । ସୁକାନ୍ତ ସ୍ୱାଇଁ ମଞ୍ଚ ପରିଚାଳନା କରିଥିବା ବେଳେ ଶେଷରେ ଦେବଦତ୍ତ ଷଡଙ୍ଗୀ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।
