ନୀଳଗିରି; ପୂର୍ବ ମେଦିନପୁର ତମଲୁକ୍ ଅଞ୍ଚଳରୁ ୭୨ ଜଣ ପର୍ଯ୍ୟଟକକୁ ଧରି କଳାସୁନା ନାମକ ବସ୍ ଯାହାର ନମ୍ବର (ଡବ୍ଲୁବି-୩୩ସି ୫୭୨୪) ମୟୁରଭଞ୍ଜ ଜିଲ୍ଲାର ଦେବକୁଣ୍ଡ ଦର୍ଶନ କରି ପଞ୍ଚଲିଙ୍ଗେଶ୍ୱର ଅଭିମୁଖେ ଅପରାହ୍ନ ବେଳେ ଆସୁଥିବା ସମୟରେ ଶେରଗଡ ଝରଣାଘାଟୀ ୧୯ ନମ୍ବର ରାଜ୍ୟ ରାଜପଥର ଭୁଡ଼ୁରୁବଣୀ ଛକ ନିକଟରେ ଏକ ବାଛୁରୀକୁ ଧକ୍କା ଦେଇ ରାସ୍ତାରୁ ପ୍ରାୟ ୨୦ ଫୁଟ ତଳକୁ ଓଲଟି ପଡିଥିଲା।ଗୋହିରା ଛକରେ ଓଟ ଚାଳାଇ ପେଟ ପୋଷୁଥିବା ବିଶ୍ୱନାଥ ନାୟକ ଏ ଘଟଣା ଦେଖିବା ମାତ୍ରେ ଅଞ୍ଚଳବାସୀଙ୍କୁ ଜଣାଇଥିଲେ।ଗୋହିରା ଓ ଛତ୍ରପୁର ଗ୍ରାମର ଯୁବକମାନେ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ପର୍ଯ୍ଯଟକ ମାନଙ୍କୁ ବସ୍ ଭିତରୁ ଉଦ୍ଧାର କରିବାକୁ ଆରମ୍ଭ କରିଥିଲେ।

ଆମ୍ବୁଲାନ୍ସକୁ ଅପେକ୍ଷା ନକରି ନିଜ ଅଟୋରେ ୪୦ ରୁ ଉର୍ଦ୍ଧ୍ୱ ଆହତ ଓ ଗୁରୁତର ପର୍ଯ୍ଯଟକଙ୍କୁ ବରହମପୁର ଗୋଷ୍ଠୀ ଚିକିତ୍ସା କେନ୍ଦ୍ରରେ ପହଞ୍ଚାଇଥିଲେ ଅଟୋ ଚାଳକ ବିଶ୍ୱନାଥ।ତାଙ୍କୁ ପଚାରିବାରୁ ଅଟୋ ଚଳାଇବା ମୋ ପେଷା ସେମାନେ ବାହାର ରାଜ୍ୟରୁ ଆସିଛନ୍ତି ଅତିଥିଙ୍କୁ ସେବା କରିବା ଆମର କର୍ତ୍ତବ୍ୟ ପୁଣି ସେମାନେ ଅସୁବିଧାରେ ପଜିଛନ୍ତି ଆମ୍ବୁଲାନ୍ସକୁ ଅପେକ୍ଷା କଲେ ଯଦି କାହାର ଜୀବନ ଚାଲିଯିବ ତେଣୁ କେମିତି ସେମାନେ ଆଗ ମେଡିକାଲରେ ପହଞ୍ଚିବେ ଯୁବ ଭାଇ ମାନେ ଉଦ୍ଧାର କରି ରାସ୍ତା ଉପରକୁ ଆଣିଲେ କିଛି ନ ଭାବି ସେମାନଙ୍କୁ ମେଡିକାଲକୁ ନେଇଥିଲି ବୋଲି କହିଥିଲେ।
