Oplus_16908288
ନୀଳଗିରି: ବନ୍ଦଘରୁ ଜୈନିକ ମହିଳାଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଶାଶୁଘର ଲୋକେ ଯୌତୁକପାଇଁ ତାଙ୍କ ଝିଅକୁ ହତ୍ୟାକରି ଆତ୍ମହତ୍ୟାର ରୂପ ଦେଇଥିବାନେଇ ମହିଳାଙ୍କ ବାପା ନୀଳଗିରି ଥାନାରେ ଲିଖିତ ଅଭିଯୋଗ କରିଥିବାରୁ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ସୂଚନା ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଜାରଡା ଗ୍ରାମର ପ୍ରଭଞ୍ଜନ ପ୍ରଧାନଙ୍କ କନ୍ୟା ଶୁଭଲକ୍ଷ୍ମୀଙ୍କୁ ୨୦୨୪ ମସିହାରେ ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଓଲଡ଼ଙ୍ଗ ଗ୍ରାମର ଶମ୍ଭୁନାଥ ସାମଲଙ୍କ ପୁଅ ପଙ୍କଜ ସାମଲଙ୍କୁ ବୈଦିକରୀତିରେ ବିବାହ ଦେଇଥିଲେ। ବିବାହ ସମୟରେ ବରପକ୍ଷର ଦାବୀ ମୁତାବକ ସମସ୍ତ ଯାନିଯୌତୁକ ଦେଇ ଝିଅକୁ ବିଦାକରିଥିଲେ। କିଛିଦିନ ଭଲରେ ଘରସଂସାର କରିବାପରେ ଶାଶୁ, ଶଶୁର, ନଣନ୍ଦ, ନଣନ୍ଦେଇଙ୍କ ସମେତ ସ୍ୱାମୀ ପଙ୍କଜ ଅଧିକ ଯୌତୁକ ଦାବିକରି ବାରମ୍ବାର ନିର୍ଯାତନା ଦେଉଥିବା ଏବଂ ଏଥିପାଇଁ ବାରମ୍ବାର ଉଭୟ ପରିବାର ବସି ସମାଧାନ କରିଥିଲେ। ଆଜି ସକାଳ ପ୍ରାୟ ୭ଟା ସମୟରେ ଶୁଭଲକ୍ଷ୍ମୀ ନିଜର ମାଆ ସହିତ ଫୋନରେ କଥାହୋଇଥିବା ବେଳେ ଦିନପ୍ରାୟ ୯ଟା ସମୟରେ ଉକ୍ତ ମହିଳାଙ୍କ ଝୁଲନ୍ତା ମୃତଦେହ ଏକ ବନ୍ଦଘରୁ ଉଦ୍ଧାର କରାଯାଇ ନୀଳଗିରି ହସ୍ପିଟାଲ ଅଣାଯାଇଥିଲା। ନୀଳଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରିରଖିଥିବା ବେଳେ ସ୍ୱାମୀ ପଙ୍କଜଙ୍କୁ ଅଟକ ରଖି ପଚରାଉଚରା କରୁଛି। ତେବେ ମୃତ ଶୁଭଲକ୍ଷ୍ମୀଙ୍କ ବାପା ନୀଳଗିରି ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିବାସହିତ ତାଙ୍କ ଝିଅକୁ ଶାଶୁଘର ଲୋକ ୫ଲକ୍ଷଟଙ୍କା ପାଇଁ ମାରିଦେଇ ଦଉଡ଼ିରେ ଟାଙ୍ଗିଦେଇ ଆତ୍ମହତ୍ୟାର ରୂପ ଦେଇଥିବା ଅଭିଯୋଗପତ୍ରରେ ଉଲ୍ଲେଖ କରିବାସହ ଝିଅକୁ ନିର୍ଯାତନାର ଫୋନରେକଡ଼ିଂ ତାଙ୍କନିକଟରେ ଥିବା ଅଭିଯୋଗ କରିଛନ୍ତି।ମହିଳାଙ୍କ ଶବବ୍ୟବଚ୍ଛେଦ କରାଯିବାପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ସୂଚନା ରହିଛି।ଏନେଇ ନୀଳଗିରି ଥାନାରେ ୪୨୫/୨୬ ଧାରା ୮୫/୮୦,୧୦୩(୧)୩(୫) ଭାରତୀୟ ନ୍ୟାୟସଂହିତା ୪ଡିପି ମାମଲା ରୁଜୁକରି ତଦନ୍ତ ଜାରିରଖିଛି। ତଦନ୍ତକାରୀ ଅଧିକାରୀ ଦେବବ୍ରତ ସ୍ୱାଇଁ ତଦନ୍ତ ଜାରିରଖିଥିବା ବେଳେ ସିସି ଟିଭି ଫୁଟେଜର ହାର୍ଡ ଡିସ୍କ ଏବଂ ମୋବାଇଲ୍ ଜବତ କରିଛି।
