ଛତ୍ରପୁର: ଅନଲାଇନ୍ ବେଟିଂ ଆପ୍ ଜରିଆରେ ଅଧିକ ଟଙ୍କା ଫେରସ୍ତର ପ୍ରଲୋଭନ ଦେଖାଇ ଲୋକଙ୍କଠାରୁ ଟଙ୍କା ଜମା କରାଯାଉଥିବା ଅଭିଯୋଗରେ ଏକ ଠକେଇ ନେଟୱର୍କର ପର୍ଦ୍ଦାଫାସ କରିଛି ଗଞ୍ଜାମ ସାଇବର ପୋଲିସ। ଘଟଣାରେ ୩ ଜଣଙ୍କୁ ଗିରଫ କରାଯିବା ସହ ୭୮ଟି ଏଟିଏମ୍?/ଡେବିଟ୍ କାର୍ଡ, ୮୬ଟି ସିମ୍ କାର୍ଡ, ୧୪ଟି ସ୍ମାର୍ଟଫୋନ୍, ଲାପଟପ୍ ଓ ବିଭିନ୍ନ ବ୍ୟାଙ୍କ ଦଲିଲ ସମେତ ବିପୁଳ ସାମଗ୍ରୀ ଜବତ ହୋଇଛି ଛତ୍ରପୁର ସ୍ଥିତ ଗଞ୍ଜାମ ଏସ୍?ପିଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ପ୍ରେସ୍?ମିଟ୍?ରେ ଏସ୍?ପି ହରିଶ ବିଶି ଏହି ସୂଚନା ଦେଇଥିଲେ। ପୋଲିସ ସୂଚନା ଅନୁସାରେ, ରମ୍ଭା ଥାନା ଅଧୀନ ଗଜପତିନଗର ଅଞ୍ଚଳରେ କିଛି ବାହାର ରାଜ୍ୟର ଯୁବକ ଭଡ଼ା ଘରେ ରହି ଅନଲାଇନ୍ ବେଟିଂ ଆପ୍?ର ପ୍ରଚାର ଓ ପରିଚାଳନା କରୁଥିବା ନେଇ ପୋଲିସକୁ ସୂଚନା ମିଳିଥିଲା। ଏହାପରେ ସାଇବର ଥାନା ପୋଲିସ ସେଠାରେ ଚଢ଼ାଉ କରିଥିଲା।

ଚଢ଼ାଉ ସମୟରେ ଦୁଇଜଣଙ୍କୁ କାବୁ କରାଯାଇଥିବା ବେଳେ ଅନ୍ୟ ଦୁଇଜଣ ଅନ୍ଧାରର ସୁଯୋଗ ନେଇ ଫେରାର ହୋଇଥିଲେ। ପରବର୍ତ୍ତୀ ସମୟରେ ମୋବାଇଲ୍ ନମ୍ବର ଆଧାରରେ ତଦନ୍ତ କରି ଚମାଖଣ୍ଡି ଅଞ୍ଚଳରୁ ଜଗଦୀଶ ସେଠୀ ଓରଫ ସୁରଜଙ୍କୁ ଗିରଫ କରାଯାଇଥିଲା। ଗିରଫ ଅଭିଯୁକ୍ତମାନେ ହେଲେ ଝାଡ଼ଖଣ୍ଡର ସତ୍ରୁଘ୍ନ କୁମାର ପାଣ୍ଡେ, ଛତିଶଗଡ଼ର ଧର୍ମଦାସ ମାଣିକପୁରୀ ଏବଂ ଜଗଦୀଶ ସେଠୀ ଓରଫ ସୁରଜ। ଚଢ଼ାଉ ବେଳେ ପୋଲିସ ୨ଟି ଲାପଟପ୍?, ଗୋଟିଏ ଲେନୋଭୋ କ୍ରୋମବୁକ୍?, ୭୮ଟି ଏଟିଏମ୍?/ଡେବିଟ୍ ଓ ଅନ୍ୟାନ୍ୟ କାର୍ଡ, ୧୬ଟି ବ୍ୟାଙ୍କ ପାସ୍?ବୁକ୍?, ୧୪ଟି ସ୍ମାର୍ଟଫୋନ୍?, ୮୬ଟି ସିମ୍? କାର୍ଡ ଏବଂ ଗୋଟିଏ ବାଜାଜ୍ ପଲସ?ର୍ ୨୨୦ ବାଇକ୍? ସମେତ ବିଭିନ୍ନ ଦଲିଲ ଜବତ କରିଛି। ଅଭିଯୁକ୍ତମାନଙ୍କ ମୋବାଇଲ୍? ଫୋନ୍?ରୁ ବିଭିନ୍ନ ବ୍ୟକ୍ତିଙ୍କ ପାନ୍? କାର୍ଡ, ଆଧାର କାର୍ଡ, ବ୍ୟାଙ୍କ ଖାତା ସମ୍ପର୍କିତ ତଥ୍ୟ ଓ ଅନ୍ୟାନ୍ୟ ପରିଚୟପତ୍ର ମିଳିଥିବା ପୋଲିସ କହିଛି। ଏଥିସହ ରେଡ୍ଡୀ ପ୍ଲେ ୧୧, ହସ୍? ୭୭୭, ୧୦୦ ପେନେଲ, ଫେରପ୍ଲେ ଆଦି ଅନଲାଇନ୍ ଗେମିଂ/ବେଟିଂ ପ୍ଲାଟଫର୍ମ ସହ ଜଡ଼ିତ ୟୁଜ?ର୍ ଆଇଡି, ପାସ୍?ୱାର୍ଡ ଏବଂ ଟଙ୍କା ଜମା-ଉଠାଣ ସମ୍ପର୍କିତ ରେକର୍ଡ ମଧ୍ୟ ଜବତ ହୋଇଛି। ଏହି ଘଟଣା ସମ୍ପର୍କରେ ୧୯ ସେପ୍େଟମ୍ବର ୨୦୨୬ରେ ଆଇଆଇସି ପ୍ରିୟଙ୍କା ବେହେରାଙ୍କ ଅଭିଯୋଗକ୍ରମେ କେସ୍? ନମ୍ବର ୨୦/୨୦୨୬ ରୁଜୁ କରାଯାଇଛି। ମାମଲାରେ ଅଧିକ ତଦନ୍ତ ଜାରି ରହିଥିବା ବେଳେ ଜବତ ଡିଜିଟାଲ୍ ଉପକରଣଗୁଡ଼ିକର ଫୋରେନସିକ୍ ଯାଞ୍ଚ କରାଯାଉଛି।

ଏହି ନେଟୱର୍କରେ ଆଉ କେତେଜଣଙ୍କ ସମ୍ପୃକ୍ତି ରହିଛି, ଆର୍ôଥକ କାରବାରର ପରିମାଣ ଏବଂ ଠକେଇର ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି। ଗିରଫ ଅଭିଯୁକ୍ତମାନଙ୍କୁ ଅଧିକ ତଦନ୍ତ ନିମନ୍ତେ ରିମାଣ୍ଡରେ ଅଣାଯିବା ସହ ଭଡ଼ା ଘର ମାଲିକଙ୍କୁ ମଧ୍ୟ ପଚରାଉଚରା କରାଯିବ ବୋଲି ପ୍ରେସ୍?ମିଟ୍?ରେ ସୂଚନା ଦିଆଯାଇଛି। ପ୍ରେସ୍?ମିଟ୍?ରେ ଛତ୍ରପୁର ଏସ୍?ଡିପିଓ ଚନ୍ଦନ କୁମାର ଘଡ଼ାଇ, ସାଇବର ଥାନା ଆଇଆଇସି ଜ୍ୟୋତି ରଞ୍ଜନ ବେହେରାଙ୍କ ସମେତ ଅନ୍ୟାନ୍ୟ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।
