ବଙ୍ଗୋମୁଣ୍ଡା: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା ଥାନା ଜୁରାବନ୍ଧ ପଞ୍ଚାୟତ ଛତ୍ରଙ୍ଗ ଗାଁ ର ଜଣେ ବିବାହିତା ମହିଳା ନିଖୋଜ ହୋଇଥିବା ବେଳେ ବଙ୍ଗୋମୁଣ୍ଡା ଥାନାର ଦ୍ୱାରସ୍ଥ ହେଲେ ସ୍ୱାମୀ ଓ ଝିଅ । ଗତ ସେପ୍େଟମ୍ବର ୮ ତାରିଖ ଅପରାହ୍ନ ୩ ଘଟିକା ରୁ ଛତ୍ରଙ୍ଗ ଗାଁର ତପସ୍ୱୀ ଶବର (୨୮)ନାମକ ଜଣେ ନିଖୋଜ ହୋଇଥିବା ନେଇ ଅଭିଯୋଗ ହୋଇଛି । ପରିବାର ଲୋକେ ସମ୍ପର୍କୀୟ ଘର ସହ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ମଧ୍ୟ କୌଣସି ପତ୍ତା ମିଳିପାରିନି । ପରେ ୧୦ ତାରିଖ ଦିନ ବଙ୍ଗୋମୁଣ୍ଡା ଥାନା କୁ ଯାଇ ଏତଲା ଦେଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ତାଙ୍କ ପତ୍ତା ମିଳିପରିନାହିଁ । ଘରେ ସ୍ୱାମୀ ତିୱାରୀ ଶବର ଓ ଝିଅ ମୁସ୍କାନ ଶବର ଏବେ ଚିନ୍ତା ରେ ଭାଙ୍ଗି ପଡିଛନ୍ତି । ଏ ନେଇ ବଙ୍ଗୋମୁଣ୍ଡା ଥାନା ରେ ଏକ ନିଖୋଜ ମାମଲା ରୁଜୁ କରି ଅଧିକ ତଦନ୍ତ ଆରମ୍ଭ କରୁଛି । ପତ୍ନୀ ଙ୍କୁ ଉଦ୍ଧାର କରିବା ପାଇଁ ସ୍ୱାମୀ ରାଜ୍ୟ ସରକାର ଙ୍କୁ ଅନୁରୋଧ କରାଯାଇଛି ।ତୁରନ୍ତ ତଦନ୍ତ କରି ନିଖୋଜ ମହିଳା ଙ୍କୁ ଉଦ୍ଧାର କରିବା ପାଇଁ ଗ୍ରାମବାସୀ ମାନେ ଦାବି କରିଥିଲେ ।
