ପୁରୀ: ପୁରୀଜିଲ୍ଲା ମଧ୍ୟାହ୍ନ ଭୋଜନ ପାଚିକା ସଂଘ ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ଯାଳୟ ସମ୍ମୁଖରେ ଶୁକ୍ରବାର ପୂର୍ବାହ୍ନ ରେ ବିକ୍ଷୋଭ ପ୍ରଦର୍ଶନ ଓ ଦାବିପତ୍ର ପ୍ରଦାନ କରାଯାଇଥଲା । ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚିକା ସଂଘ ଡାକରାରେ ପୁରୀ ଶାଖା ପକ୍ଷରୁ ବିଭିନ୍ନ ଦାବି ସମ୍ପର୍କରେ ସ୍ଲୋଗାନ ଦେଇଥିଲେ । ସେମାନଙ୍କ ପାଞ୍ଚ ଦଫା ଦାବି ମାନଙ୍କ ମଧ୍ୟରେ ପାଚିକାଙ୍କ ବକେୟା ଦରମା ପ୍ରଦାନ କରାଯାଉ । ପାଚିକା ମାନଙ୍କୁ ମଧ୍ୟାହ୍ନ ଭୋଜନ ବ୍ଯତୀତ ଅନ୍ଯ କୌଣସି କାମରେ ଲଗାନଯାଉ । ଅଧିକା ଛାତ୍ରଛାତ୍ରୀଙ୍କ ପାଇଁ ଅଧିକା ପାଚିକା ନିଯୁକ୍ତି ଦିଆଯାଉ । ପାଚିକାଙ୍କ ଉପରେ ଜୁଲମ ବନ୍ଦ କରାଯାଉ । ପ୍ରତି ମାସର ନିର୍ଦିଷ୍ଟ ତାରିଖରେ ପାଚିକା ମାନଙ୍କ ଦରମା ପ୍ରଦାନ କରାଯାଉ । ପାଚିକା ସଂଘର ପୁରୀଜିଲ୍ଲା ସଭାପତି ପୀତବାସ ବେହେରାଙ୍କ ସଭାପତିତ୍ବରେ ଶ୍ରମିକ ନେତା ଜଗନ୍ନାଥ ଦେଓ ଓ ଟୁନା ନାୟକ, ପାଚିକା ସଂଘର ଜିଲ୍ଲା ସମ୍ପାଦିକା ସଞ୍ଜୁକ୍ତା ଯାଦବଙ୍କ ନେତୃତ୍ବରେ ସଭାରେ ବକ୍ତବ୍ୟ ପ୍ରଦାନ ସହ ପାଚିକାଙ୍କ ସମସ୍ଯାର ସମାଧାନ ପାଇଁ ଦାବିପତ୍ର ପ୍ରଦାନ କରାଯାଇଥିଲା । ସୁଜାତା ବିଶ୍ବାସ, ତରୁଲତା ମିଶ୍ର, ଲକ୍ଷ୍ମୀପ୍ରିୟା ଷଡଙ୍ଗୀ, ବାସନ୍ତି ପ୍ରଧାନ, ବବିତା ବାରିକ, ଝୁନାମଣୀ ଓ କୃଷ୍ଣପ୍ରିୟା ବରାଳଙ୍କ ସମେତ ଶତାଧିକ ପାଚିକା ମାନେ ଯୋଗ ଦେଇଥିଲେ । ପୁ
