ନୂଆଦିଲ୍ଲୀ: ଭାରତ ମଣ୍ଡପମ୍ରେ ଅନୁଷ୍ଠିତ ୧୮ତମ ବ୍ରିକ୍ସ ସମ୍ମିଳନୀର ଦ୍ୱିତୀୟ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ଙ୍କ ସହ ଏକ ସ୍ୱାଭାବିକ ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ମୁହୂର୍ତ୍ତ ଅତିବାହିତ କରିଥିଲେ; ଏହି ସମୟରେ ତିନି ନେତା ହସଖୁସି ମୁଦ୍ରାରେ ଏବଂ ହାଲୁକା ମିଜାଜରେ ଆଲୋଚନା କରୁଥିବାର ଦେଖିବାକୁ ମିଳିଥିଲା। ଭାରତ ଗସ୍ତ ଶେଷ କରି ନୂଆଦିଲ୍ଲୀରୁ ବିଦାୟ ନେବାର ଠିକ୍ ପୂର୍ବରୁ ଏହି ମୁହୂର୍ତ୍ତଟି ଦେଖିବାକୁ ମିଳିଥିଲା। ସମ୍ମିଳନୀର ଫଳାଫଳକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦୀ। ନିଜର ଉଦ୍ଯାପନୀ ଭାଷଣରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ନେତାମାନଙ୍କର ବିଚାର ଓ ପରାମର୍ଶ ବ୍ରିକ୍ସ ସହଯୋଗକୁ ଅଧିକ ବ୍ୟାପକ ଓ ଗଭୀର କରିଛି। ସେ ସଦସ୍ୟ ଦେଶଗୁଡ଼ିକର ଉପସ୍ଥିତି ଓ ଅଂଶଗ୍ରହଣକୁ ଏହି ଗୋଷ୍ଠୀର ବୃଦ୍ଧି ପାଉଥିବା ଗୁରୁତ୍ୱ, ଖୋଲାପଣ ଏବଂ ଅନ୍ତର୍ଭୁକ୍ତୀକରଣର ପ୍ରତିଫଳନ ବୋଲି ବର୍ଣ୍ଣନା କରିଥିଲେ। ମୋଦୀ କହିଥିଲେ ଯେ ସମ୍ମିଳନୀ ସମୟରେ ଗୃହୀତ ନୂଆଦିଲ୍ଲୀ ଘୋଷଣାନାମା ମିଳିତ ଚିନ୍ତାଧାରା ଏବଂ ଭବିଷ୍ୟତର ସହଯୋଗ ପାଇଁ ଏକ ସ୍ପଷ୍ଟ ଦିଗ୍ଦର୍ଶନ ପ୍ରଦାନ କରିବ। ସେ ସମ୍ମିଳନୀରେ ନିଆଯାଇଥିବା ନିଷ୍ପତ୍ତିଗୁଡ଼ିକୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ, ଯାହାର ପ୍ରଭାବ ତୃଣମୂଳ ସ୍ତରରେ ଅନୁଭୂତ ହୋଇପାରିବ। ମୋଦୀ କହିଥିଲେ, ଆମକୁ ନିଶ୍ଚିତ କରିବାକୁ ହେବ ଯେ ଆମର କାର୍ଯ୍ୟପନ୍ଥା କେବଳ କାଗଜପତ୍ର ମଧ୍ୟରେ ସୀମିତ ନ ରହି ବାସ୍ତବ ଜୀବନରେ ଠୋସ୍ ପ୍ରଭାବ ସୃଷ୍ଟି କରୁ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ବ୍ରିକ୍ସ ଏହାର ତୃତୀୟ ଦଶନ୍ଧିରେ ପ୍ରବେଶ କରିବାକୁ ପ୍ରସ୍ତୁତ ହେଉଛି ଏବଂ ବିଶ୍ୱ ଏହି ଗୋଷ୍ଠୀଠାରୁ କେବଳ ବିଚାର ଓ ପ୍ରତିଶ୍ରୁତି ନୁହେଁ, ବରଂ ଠୋସ୍ ଫଳାଫଳ ଆଶା କରୁଛି। ସାମୂହିକ ପ୍ରୟାସ ଉପରେ ଆସ୍ଥା ପ୍ରକଟ କରି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ସଦସ୍ୟ ରାଷ୍ଟ୍ରଗୁ ସେ ଆଗାମୀ ବ୍ରିକ୍ସ ସମ୍ମିଳନୀ ଆୟୋଜନ କରିବା ପାଇଁ ଚୀନ୍କୁ ଶୁଭେଚ୍ଛା ଜଣାଇଥିଲେ ଏବଂ ନୂଆଦିଲ୍ଲୀ ସମ୍ମିଳନୀକୁ ସଫଳ କରିବାରେ ସହଯୋଗ କରିଥିବା ଅଂଶଗ୍ରହଣକାରୀ ନେତା ଓ ସେମାନଙ୍କ ଦଳର ପ୍ରଶଂସା କରିଥିଲେ। ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଭାରତ ଗସ୍ତ ଶେଷ କରି ନିଜ ଦେଶକୁ ଫେରିବା ପରେ ଏହି ସମ୍ମିଳନୀର ସମାପ୍ତି ଘଟିଥିଲା। ଭାରତ ପାଇଁ, ନୂଆଦିଲ୍ଲୀ ଘୋଷଣାନାମା ଗ୍ରହଣ କରାଯିବାକୁ ଏହାର ବ୍ରିକ୍ସ ଅଧ୍ୟକ୍ଷତା କାଳର ଅନ୍ୟତମ ପ୍ରମୁଖ କୂଟନୈତିକ ସଫଳତା ଭାବରେ ବିବେଚନା କରାଯାଉଛି; ଏହା ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସାଧାରଣ ଅଗ୍ରାଧିକାର ଏବଂ ଭବିଷ୍ୟତର ପଦକ୍ଷେପଗୁଡ଼ିକ ଉପରେ ସହଯୋଗ ପାଇଁ ଏକ ଢାଞ୍ଚା ପ୍ରଦାନ କରିଥାଏ।
