ମାହାଙ୍ଗା : ତୃତୀୟ ଶ୍ରେଣୀ ଦିବ୍ୟାଙ୍ଗ ଛାତ୍ରୀଙ୍କୁ ଶିକ୍ଷୟତ୍ରୀ ମାଡମାରି ଆଖି ନଷ୍ଟ କରିଦେଇଥିବା ନେଇ ଅଭିଯୋଗ ପରେ ବିଇଓ, ସିଆର ସି ସି ଓ ପୋଲିସ ର ତଦନ୍ତ ଆରମ୍ଭ କ୍ଷ ଏଭଳି ଦୁର୍ଭାଗ୍ୟ ଜନିତ ଘଟଣା ଘଟିଛି କଟକ ଜିଲ୍ଲା ମାହାଙ୍ଗା ବ୍ଲକ୍ ଶିକ୍ଷା ମଣ୍ଡଳ ଅଧୀନରେ ଥିବା ସରକାରି ପ୍ରାଥମିକ ବିଦ୍ୟାଳୟରେ କ୍ଷ ତେବେ ଅଭିଯୋଗ ଅନୁଯାୟୀ ଗତ ୩ ତାରିଖ ଦିନ ସିରିପୂର୍ ଗ୍ରାମର ଅମୂଲ୍ୟ କୁମାର ସାମଲ ଙ୍କ ୯ ବର୍ଷର ଦିବ୍ୟା ଙ୍ଗ ଝିଅ ଦେବସ୍ମିତା ତୃତୀୟ ଶ୍ରେଣୀରେ ପଢ଼ନ୍ତି ସିରିପୁର ସରକାରୀ ପ୍ରାଥମିକ ପ୍ରକଳ୍ପ ବିଦ୍ୟାଳୟରେ କ୍ଷ ତେବେ ଗୁରୁବାର ଅର୍ଥାତ୍ ଗତ ୩ ତାରିଖ ଦିନ ସେହି ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ମମତା ଦେହୁରୀ ଦେବସ୍ମିତା ଙ୍କୁ ମାଡ ମାରି ତାଙ୍କ ବାମ ଆଖି ନଷ୍ଟ କରିଦେଇଥିବା ନେଇ ତାଙ୍କ ବାପା ଅମୂଲ୍ୟ ମାହାଙ୍ଗା ଥାନା ଓ ବିଇଓ ଅଫିସରେ ଲିଖିତ ଅଭିଯୋଗ କରିଥିଲେ କ୍ଷ ତେବେ ଘଟଣାକୁ ଭିତ୍ତିକରି ବିଇଓ, ସି ଆର୍ ସି ସି ଓ ମାହାଙ୍ଗା ପୋଲିସ ଶିରିପୂର୍ ବିଦ୍ୟାଳୟ ରେ ପହଞ୍ଚି ତଦନ୍ତ ଚଳାଇଛନ୍ତି କ୍ଷ ଅନ୍ୟ ପଟେ ପୀଡ଼ିତ ଦିବ୍ୟାଙ୍ଗ ଛାତ୍ରୀ ନିଜେ ଭିଡ଼ିଓ କରି ଏକ ବୟାନ ଦେଇଛନ୍ତି କି ମୁଁ ସେହି ବିଦ୍ୟାଳୟ ରେ ଥିବା ଲାଟିନ କୁ ଲାଟିନ ଯାଇଥିଲି ବୋଲି ମୋତେ ଦିଦି ମାଡମାରି ମୋର ଆଖି ନଷ୍ଟ କରିଦେଇଛନ୍ତି କ୍ଷ ତେବେ ସେହିଦିନ ଠାରୁ ବର୍ତ୍ତମାନ୍ ପର୍ୟ୍ୟନ୍ତ ଡ଼ାକ୍ତର ଖାନାରେ ଚିକିତ୍ସିତ ହେଉଛନ୍ତି ପୀଡ଼ିତ କ୍ଷ ଏପଟେ ନ୍ୟାୟ ସହ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି କ୍ଷ ଏପଟେ ଏହି ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ମମତା ଦେଉରୀ ମାଡ଼ମାରିବା ଘଟଣା କୁ ଖଣ୍ଡନ କରି ସଫେଇ ଦେଇଛନ୍ତି କ୍ଷ ତେବେ ବିଦ୍ୟାଳୟ ପରିସରରେ ଏଭଳି ଘଟଣା ଘଟିଲା କେମିତି ଜାଣି ନାହାଁନ୍ତି ପ୍ରଧାନ ଶିକ୍ଷୟତ୍ରୀ ତେଣୁ ଏହାର ବିଧିବଦ୍ଧ ତଦନ୍ତ କରାଯାଇ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି କ୍ଷ
