ପୁରୀ: ସ୍ୱାଧୀନତା ପୂର୍ବରୁ ପୁରୀ ଜିଲ୍ଲା ର ଶିକ୍ଷା ଆନ୍ଦୋଳନ ର ସୂତ୍ରଧର, ପ୍ରାୟ ୫୦ ବର୍ଷର ଶିକ୍ଷକତା,୫ସ୍କୁଲ ର ପ୍ରତିଷ୍ଠାତା ଶିକ୍ଷକ ଅଗାଧୁଚନ୍ଦ୍ର ଦାଶଙ୍କ ପରଲୋକ ଘଟିଛି ।ତାଙ୍କ ମୃତ୍ୟୁ ଖବର ଶୁଣି କାକଟପୁର, ଅସ୍ତରଙ୍ଗ, ନିମାପଡା ଓ ପୁରୀରେ ଶୋକ ର ଛାୟା ଖେଳିଯାଇଛି । ସେ ପୁରୀଜିଲ୍ଲା କାକଟପୁର ବ୍ଲକ ଅନ୍ତର୍ଗତ କାହାଳ ଗ୍ରାମରେ ୧୯୩୦ ମସିହାରେ ଜନ୍ମ ଗ୍ରହଣ କରିଥିଲେ ।ମୃତ୍ୟୁ ବେଳକୁ ତାଙ୍କୁ ୯୬ ବର୍ଷ ହୋଇଥିଲା । ପୁରୀ ସହର ପୋଲିସ ଲାଇନ ସ୍କୁଲ ର ସେ ପ୍ରଥମ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ କରି ଗରିବ ଓ ପାଠ ପଢାରେ ପଛୁଆ ବିଦ୍ୟାର୍ଥୀ ମାନଙ୍କୁ ସାହାଯ୍ୟ କରି ସହରରେ ବେଶ ପରିଚିତ ଶିକ୍ଷକ ଭାବେ ସୁନାମ ଅର୍ଜନ କରିଥିଲେ । ଅଧାରୁ ପଢା ଛାଡୁଥିବା ଛାତ୍ରଛାତ୍ରୀ ମାନଙ୍କ ଘରକୁ ଯାଇ ସେମାନଙ୍କ ପିତାମାତା ଙ୍କୁ ବୁଝାଇ ପୁଣି ସ୍କୁଲକୁ ଆଣି ପାଠ ପଢ଼ାଉଥିଲେ ।ପୁରୀ ଜିଲ୍ଲା ରେ ସେ ଜଣେ ଦୂରଦର୍ଶୀ, ଶିକ୍ଷାବିତ, ଆଦର୍ଶ ଶିକ୍ଷକ, ଧାର୍ମିକ ବ୍ୟକ୍ତି, ପରୋପକାରୀ ମଣିଷ ଭାବେ ପରିଚିତ ଥିଲେ ।ତାଙ୍କ ଛାତ୍ରଛାତ୍ରୀ ବିଭିନ୍ନ ଉଚ୍ଚ ପଦବୀରେ ଚାକିରି କରିଥିଲେ । ସେପ୍େଟମ୍ବର ୧୨ ଶନିବାର ଅପରାହ୍ଣ ୩ ଟାରେ ତାଙ୍କର ପରଲୋକ ଘଟିଛି । ନିଜ ପୈତୃକ ଗ୍ରାମ କାହାଳ ଗାଁ ମଶାଣିରେ ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି । ତାଙ୍କ ବଡପୁଅ ଦେବେନ୍ଦ୍ର କୁମାର ଦାଶ ମୁଖାଗ୍ନି ଦେଇଥିଲେ । ମଝିଆଁ ପୁଅ ପ୍ରଭାତ କୁମାର ଦାଶ ପୋଲିସ ଲାଇନ ହାଇସ୍କୁଲରେ ଏବେ ଶିକ୍ଷକ ଅଛନ୍ତି ସେ ମଧ୍ୟ ମୃତ୍ୟୁ ବେଳେ ଉପସ୍ଥିତ ଥିଲେ । ସାନପୁଅ ପ୍ରଶାନ୍ତ କୁମାର ଦାଶ,ବୋହୂ ଜୟନ୍ତୀ , ନନ୍ଦିନୀ , ମଧୁସ୍ମିତା ,ରଶ୍ମିତା ,ଝିଅ ମାନସି ପାଢୀ ,ଜ୍ୱାଇଁ ରବି ନାରାୟଣ ପାଢୀ , ନାତି ସନ୍ତୋଷ, ଅଂଶୁମାନ, ମହାଦୀପ, ନାତୁଣୀ ପ୍ରତୀକ୍ଷା, ଆକାଂକ୍ଷା ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ ।ସାର ଙ୍କ ଶେଷଦର୍ଶନ ପାଇଁ ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ,କବି, ଲେଖକ,ବୁଦ୍ଧିଜୀବୀ, ରାଜନେତା ଗ୍ରାମରେ ପହଞ୍ଚିଥିଲେ ।ସ୍ୱର୍ଗତ ଦାଶ ସପ୍ତମ ପାସ କରି ଶିକ୍ଷକତା କରିବା ସହ ନିଜେ ଉଚ୍ଚଶିକ୍ଷା ପଢୁଥିଲେ । ଜିଲ୍ଲରେ ସେ ୫ ଟି ସ୍କୁଲ ପ୍ରତିଷ୍ଠା କରିବା ସହ ଶିକ୍ଷାଦାନ ଦେଉଥିଲେ । ଅବସର ପରେ ମଧ୍ୟ ସେ ସ୍କୁଲରେ ଶିକ୍ଷାଦାନ କରୁଥିଲେ । ତାଙ୍କ ବିୟୋଗରେ ଜିଲ୍ଲା ଜଣେ ଶୈକ୍ଷିକ ମୁରବୀ ହରାଇଲା ବୋଲି ମତ ପ୍ରକାଶ ପାଇଛି ।
