ନୂଆଦିଲ୍ଲୀ: ଭୋଟ୍ ଚୋରି ପ୍ରସଙ୍ଗରେ କଡ଼ା ଆକ୍ରମଣ କରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଦିନ ଦୃଢ଼ତାର ସହ କହିଛନ୍ତି ଯେ, ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦରୁ ହଟାଇ ଦେଶଦ୍ରୋହ ଅପରାଧରେ ଜେଲ୍କୁ ପଠାଯିବ। ଅନ୍ୟପକ୍ଷରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ସେମାନେ ଆଇନରୁ ଖସିଯିବା ବିଷୟରେ ଚିନ୍ତା ମଧ୍ୟ କରିବା ଉଚିତ୍ ନୁହେଁ। ନିର୍ବାଚନୀ ଅନିୟମିତତା ଏବଂ ଏସ୍ଆଇଆର ପ୍ରକ୍ରିୟା ବିରୋଧରେ ଏଠାରେ ଆୟୋଜିତ ଇଣ୍ଡିଆ ମେଣ୍ଟର ଏକ ସମାବେଶକୁ ସମ୍ବୋଧିତ କରିବା ବେଳେ ରାହୁଲ ଗାନ୍ଧୀ ୨୦୨୪ ଲୋକସଭା ନିର୍ବାଚନକୁ ବେଆଇନ ବୋଲି ବର୍ଣ୍ଣନା କରିଥିଲେ। ସେ ଦର୍ଶାଇଥିଲେ ଯେ, ଗତ ସାଧାରଣ ନିର୍ବାଚନରେ ଏନ୍ଡିଏ ଏବଂ ଇଣ୍ଡିଆ ମେଣ୍ଟ ମଧ୍ୟରେ ଭୋଟ୍ ବ୍ୟବଧାନ ମାତ୍ର ୩ ପ୍ରତିଶତ ଥିବାବେଳେ, ନିର୍ବାଚନ କମିଶନ ଭୋଟର ତାଲିକାରୁ ୧୫ ପ୍ରତିଶତ ଭୋଟରଙ୍କ ନାମ ହଟାଇ ଦେଇଛନ୍ତି। ଅମିତ ଶାହ କହିଛନ୍ତି ଯେ ନରେନ୍ଦ୍ର ମୋଦୀ କୁଆଡ଼େ ଯାଉନାହାନ୍ତି। ମୁଁ ଆପଣମାନଙ୍କୁ କହିରଖୁଛି, ନରେନ୍ଦ୍ର ମୋଦୀ କୁଆଡ଼େ ଯାଇପାରିବେ ନାହିଁ; ଯଦି ସେ ଯିବାକୁ ଚାହାଁନ୍ତି ମଧ୍ୟ, ଆମେ ତାଙ୍କୁ ଯିବାକୁ ଦେବୁ ନାହିଁ। ସେ କହିଲେ, ନରେନ୍ଦ୍ର ମୋଦୀ ଜୀ ଏବଂ ଅମିତ ଶାହ ଜୀ, ଏହା ବୁଝିନିଅନ୍ତୁ – ଜ୍ଞାନେଶ କୁମାରଙ୍କ ପରେ ଆମେ ଆପଣଙ୍କ ବିରୋଧରେ ଛିଡ଼ା ହେବୁ। ମନେରଖନ୍ତୁ, ଆପଣ ଯେଉଁ ଭୋଟ୍ ଚୋରି କରିଛନ୍ତି, ସେଥିପାଇଁ ଆପଣ କୁଆଡ଼େ ଯାଇପାରିବେ ନାହିଁ; ଆପଣ ଏବଂ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ ଭାବେ ଗ୍ରହଣ କରାଯିବ। ସେ ଆହୁରି ମଧ୍ୟ କହିଲେ, ଦେଶ ନ୍ୟାୟ ପାଇବ। ଭୋଟ୍ ଚୋରି କରିବା ଏବଂ ଦେଶକୁ ଆଦାନୀଙ୍କ ହାତରେ ବିକି ଦେବା ଘଟଣାରେ ଆମେ ନ୍ୟାୟ ଲୋଡ଼ିବୁ। ପଳାୟନ କରିବା ବିଷୟରେ ଚିନ୍ତା ମଧ୍ୟ କରନ୍ତୁ ନାହିଁ; ଆପଣ ପଳାଇ ପାରିବେ ନା ଆପଣ ଏଠାରେ ରହିବେ, ଏବଂ ଏହି ସ୍ୱର ଆପଣଙ୍କ ବିରୁଦ୍ଧରେ, ଅମିତ ଶାହ ଏବଂ ଜ୍ଞାନେଶ କୁମାରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ କରିବ, ବୋଲି ଲୋକସଭାରେ ବିରୋଧୀ ଦଳ ନେତା କହିଛନ୍ତି। ଲୋକଙ୍କ ବିପୁଳ ସମାଗମକୁ ଉଲ୍ଲେଖ କରି ଗାନ୍ଧୀ କହିଲେ ଯେ ପ୍ରଧାନମନ୍ତ୍ରୀ ମୋଦୀ, ଗୃହମନ୍ତ୍ରୀ ଶାହ ଏବଂ ମୁଖ୍ୟ ନିର୍ବାଚନ କମିଶନର (ସିଇସି) କୁମାରଙ୍କ ନିକଟକୁ ଏକ ବାର୍ତ୍ତା ପହଞ୍ଚିଛି। ଗାନ୍ଧୀ କହିଲେ, ଏହା କୌଣସି ରାଜନୈତିକ ଦଳ କିମ୍ବା ନେତାଙ୍କ ସ୍ୱର ନୁହେଁ, ବରଂ ଯୁବକ, କୃଷକ ଓ ଶ୍ରମିକମାନଙ୍କ ସ୍ୱର। ଏହା ଘୋଷଣା କରୁଛି ଯେ ଆମେ ଭାରତରେ ଗଣତନ୍ତ୍ର ଏବଂ ସମ୍ବିଧାନକୁ ନଷ୍ଟ ହେବାକୁ ଦେବୁ ନାହିଁ”। ମୋଦୀ ସରକାରଙ୍କୁ କଡ଼ା ସମାଲୋଚନା କରି ଲୋକସଭାରେ ବିରୋଧୀ ଦଳ ନେତା କହିଲେ, ଆପଣଙ୍କ ପାଖରେ ଯେତେ ଶକ୍ତି କିମ୍ବା ଅର୍ଥ ଥାଉ ନା କାହିଁକି, ଆପଣ ସମ୍ବିଧାନଠାରୁ ବଡ଼ ନୁହଁନ୍ତି। ଭୋଟ୍ ଚୋରି ପ୍ରସଙ୍ଗ ଉଠାଇ ଟିଏମସି ମୁଖ୍ୟ ମମତା ବାନାର୍ଜୀ ପଶ୍ଚିମବଙ୍ଗର ଉଦାହରଣ ଦେଇଥିବା କଥା ଉଲ୍ଲେଖ କରି ଗାନ୍ଧୀ ଅଭିଯୋଗ କଲେ ଯେ ମଧ୍ୟପ୍ରଦେଶ, ହରିୟାଣା, ଛତିଶଗଡ଼ ଓ ମହାରାଷ୍ଟ୍ର ଭଳି ରାଜ୍ୟର ନିର୍ବାଚନରେ ??ଏବଂ ୨୦୨୪ ଲୋକସଭା ନିର୍ବାଚନରେ ମଧ୍ୟ ଏଭଳି ଘଟଣା ଘଟିଛି। ଇଭିଏମ୍ ମାଧ୍ୟମରେ ତଥା ଭୋଟର ତାଲିକାରୁ ନାମ କାଟିବା ଏବଂ ନୂଆ ନାମ ଯୋଡ଼ିବା ଜରିଆରେ ଭୋଟ୍ ଚୋରି କରାଯାଇଛି। ୨୦୨୪ ନିର୍ବାଚନ ପରେ, ଭୋଟର ତାଲିକାରୁ ୧୩.୫ କୋଟି ଭୋଟରଙ୍କ ନାମ ହଟାଇ ଦିଆଯାଇଛି, ଯାହା ପ୍ରତି ସାତ ଜଣ ଭୋଟରଙ୍କ ମଧ୍ୟରୁ ଜଣେ ଏବଂ ମୋଟ ଭୋଟରଙ୍କ ପ୍ରାୟ ୧୫ ପ୍ରତିଶତ ଅଟେ। ଆମେ ଏବଂ ଏନଡିଏ ମଧ୍ୟରେ ଥିବା ବ୍ୟବଧାନ ଥିଲା ୩ ପ୍ରତିଶତ। ସେ କହିଲେ, “ଏହାର ଅର୍ଥ ହେଉଛି ୨୦୨୪ ନିର୍ବାଚନ ବେଆଇନ ଥିଲା; ଏହାକୁ ଚୋରି କରାଯାଇଛି। ମୁଁ ଏହା କହୁନାହିଁ, ବରଂ ନିର୍ବାଚନ ଆୟୋଗ ନିଜେ ଏହା ଦର୍ଶାଇଛନ୍ତି, କାରଣ ସେମାନେ ୨୦୨୪ ତାଲିକାରୁ ୧୩.୩ କୋଟି ଭୋଟରଙ୍କ ନାମ ହଟାଇ ଦେଇଛନ୍ତି। ଅନ୍ୟପକ୍ଷରେ, ବିଜେପି ଅଭିଯୋଗ କରିଛି ଯେ ଗାନ୍ଧୀ ଦେଶରେ ଅରାଜକତା ସୃଷ୍ଟି କରିବା ପାଇଁ ବିଦେଶୀ ଶକ୍ତିଙ୍କ ଇଙ୍ଗିତରେ କାମ କରୁଛନ୍ତି। ବିଜେପି ନେତା ନିତିନ ନବୀନ କହିଛନ୍ତି, ଯେତେବେଳେ ସେମାନେ ହିମାଚଳରେ ଜନମତ ପାଆନ୍ତି କିମ୍ବା କର୍ଣ୍ଣାଟକରେ ଜିତନ୍ତି, ସେତେବେଳେ ସେମାନେ କୁହନ୍ତି ଯେ ଗଣତନ୍ତ୍ରର ବିଜୟ ହୋଇଛି; କିନ୍ତୁ ଯେତେବେଳେ ସେମାନେ ହରିୟାଣା, ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ବିହାର ଏବଂ ପଶ୍ଚିମବଙ୍ଗରେ ହାରିଯାଆନ୍ତି, ସେତେବେଳେ ସେମାନେ କୁହନ୍ତି ଯେ ଗଣତନ୍ତ୍ର ବିପଦରେ ଅଛି। ଆପଣଙ୍କର ଏଭଳି ଦ୍ୱୈତ ମାନସିକତା କାହିଁକି? ସେମାନେ ଗଣତନ୍ତ୍ରକୁ ଗାନ୍ଧୀ ପରିବାରର ନିୟମ ଅନୁଯାୟୀ ଚଳାଇବାକୁ ଚାହୁଁଛନ୍ତି, କିନ୍ତୁ ଗଣତନ୍ତ୍ର ଦେଶର ସମ୍ବିଧାନ ଅନୁସାରେ ଚାଲିବ। କୋଭିଡ୍ ମହାମାରୀ ସମେତ ନିଜର ପୂର୍ବ ଅନୁମାନଗୁଡ଼ିକ ସତ୍ୟ ସାବ୍ୟସ୍ତ ହୋଇଥିବା ଦାବି କରି ଗାନ୍ଧୀ କହିଲେ, ମୁଁ ଆପଣମାନଙ୍କୁ କହିବାକୁ ଚାହେଁ ଯେ, ଜ୍ଞାନେଶ କୁମାରଙ୍କୁ ମୁଖ୍ୟ ନିର୍ବାଚନ କମିଶନର ପଦରୁ ହଟାଇ ଦିଆଯିବ। ଜ୍ଞାନେଶ କୁମାର ଜେଲ୍ ଯିବେ। ଭୋଟ୍ ଚୋରି ପ୍ରସଙ୍ଗରେ ମୁଖ୍ୟ ନିର୍ବାଚନ କମିଶନର କୁମାର, ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଗୃହମନ୍ତ୍ରୀ ଶାହଙ୍କୁ ଟାର୍ଗେଟ କରି ଗାନ୍ଧୀ କହିଲେ, ଏହା କୌଣସି ସାଧାରଣ ଚୋରି ନୁହେଁ, ବରଂ ଏହା ପ୍ରତ୍ୟେକ ନାଗରିକଙ୍କ ସ୍ୱର ଏବଂ ଅଭିବ୍ୟକ୍ତିକୁ ଚୋରି କରିବା ସଦୃଶ। ଆଇନଗତ ଭାଷାରେ ଏହାକୁ ଅତ୍ୟନ୍ତ ବିରଳ ମଧ ସମସ୍ତ ସମ୍ପତ୍ତି ମାତ୍ର ଦୁଇ-ତିନି ଜଣ ବ୍ୟକ୍ତିଙ୍କ ହାତକୁ ଚାଲିଯାଇଛି, ଯେଉଁମାନଙ୍କର ଲକ୍ଷ କୋଟି ଟଙ୍କାର ଋଣ ଛାଡ଼ କରାଯାଉଛି; କିନ୍ତୁ ଯଦି ଜଣେ ଚାଷୀଙ୍କ ପୁଅ ଏକ ଛୋଟ ଋଣ ପରିଶୋଧ କରିବାରେ ଅକ୍ଷମ ହୁଏ, ତେବେ ତାକୁ ଜେଲ୍କୁ ପଠାଇ ଦିଆଯାଏ, ବୋଲି ସେ କହିଲେ। ଗାନ୍ଧୀ କହିଲେ ଯେ “ଶିବଙ୍କ ବରଯାତ୍ରୀ’ (ଶିବ କି ବରାତ୍)ରେ ଯେକେହି ସାମିଲ ହୋଇପାରନ୍ତି ଏବଂ ଦେଶ ମଧ୍ୟ ଠିକ୍ ସେହିପରି ହେବା ଉଚିତ୍। ସେ କହିଲେ, ଆମେ ଏପରି ଏକ ଦେଶ ଚାହୁଁନାହୁଁ ଯେଉଁଠାରେ ଆଦାନୀ ଜୀ ଯେକୌଣସି ସଂସ୍ଥାକୁ କବ୍ଜା କରିପାରିବେ କିମ୍ବା ଭିତ୍ତିଭୂମିକୁ ହାତେଇ ନେଇପାରିବେ… ଆମେ ଏହାକୁ ହେବାକୁ ଦେବୁ ନାହିଁ।’ ଦେଶକୁ ପୁନର୍ବାର ସଠିକ୍ ପଥକୁ ଫେରାଇ ଆଣିବା ପାଇଁ, ସେ ଯୁକ୍ତି ବାଢ଼ିଲେ ଯେ ଏହାର ପ୍ରଥମ ପଦକ୍ଷେପ ହେବ ଜ୍ଞାନେଶ କୁମାରଙ୍କୁ ହଟାଇବା। ତେବେ, କଂଗ୍ରେସ ନେତା ଜଣକ ଗୁରୁତ୍ୱ ଦେଇ କହିଲେ ଯେ କଂଗ୍ରେସ ଏବଂ ବିଜେପି ମଧ୍ୟରେ ପାର୍ଥକ୍ୟ ରହିଛି। ଆମେ ନରେନ୍ଦ୍ର ମୋଦୀ, ଅମିତ ଶାହ କିମ୍ବା ଜ୍ଞାନେଶ କୁମାରଙ୍କୁ ଘୃଣା କରୁନାହୁଁ। ଆମେ ସେହି ଲୋକ ଯେଉଁମାନେ ମହବ୍ୱତ କି ଦୁକାନ ଖୋଲିଥାଉ; ଆମେ ଅହିଂସାରେ ବିଶ୍ୱାସ କରୁ। ନରେନ୍ଦ୍ର ମୋଦୀ ଜୀ, ଅମିତ ଶାହ ଜୀ, ଜ୍ଞାନେଶ କୁମାର ଜୀ, ଆପଣମାନେ ଦେଶର ଆତ୍ମା, ସମ୍ବିଧାନ ଏବଂ ଗଣତନ୍ତ୍ର ଉପରେ ଆଘାତ କରିଛନ୍ତି, ଯାହାକୁ ଆମେ ଗ୍ରହଣ କରିବୁ ନାହିଁ। ମୋଦୀ ହୁଅନ୍ତୁ, ଶାହ ହୁଅନ୍ତୁ କିମ୍ବା ଜ୍ଞାନେଶ କୁମାର—ଆମେ କୌଣସି ପ୍ରକାରର ହିଂସା ଆଚରଣ କରିବୁ ନାହିଁ।’
