ବାଲିଗୁଡା: ବାଲିଗୁଡା ପୋଲିସ ପଞ୍ଝା ରେ ଚାରି ଜଣିଆ ଦୁର୍ଦାନ୍ତ ଅପରାଧୀ ଗ୍ୟାଙ୍ଗ ।ମୋଷ୍ଟ ୱାଣ୍ଟେଡ କ୍ରିମିନାଲ ତଥା ଦୁର୍ଦାନ୍ତ ଅପରାଧୀ ରିଚାର୍ଡ ନାୟକ ସମେତ ଚାରି ଅପରାଧୀ କୁ ଗିରଫ କରିଛି ବାଲିଗୁଡା ପୋଲିସ।ଏହି ଅପରାଧୀ ଙ୍କ ନାଁ ରେ ଚୋରି,ଡକାୟତି, ବେଆଇନ ଅସ୍ତ୍ର ରଖିବା ଓ ଗଂଜେଇ କାରବାର ଭଳି ବାଲିଗୁଡା ଓ ତୁମୁଡିବନ୍ଧ ଥାନା ରେ ୮ ରୁ ଉର୍ଦ୍ଧ ଅପରାଧିକ ମାମଲା ପୂର୍ବରୁ ରୁଜୁ ହୋଇଛି।ଗିରଫ ଚାରି ଅଭିଯୁକ୍ତ ହେଲେ ତୁମୁଡିବନ୍ଧ ଥାନା ଶଗଡ଼ିଆ ସାହି ର ରିଚାର୍ଡ ନାୟକ ଓ ଲୁହାର ସାହି ର ସଚିନ ନାୟକ,ଦାରିଙ୍ଗିବାଡ଼ି ଥାନା ସିମନବାଡି ର କେ ଶିବ ପ୍ରସାଦ ଆଚାର୍ଯ୍ୟ ଓ ବାଲିଗୁଡା ଥାନା କିଲୁଗାଁ ର ବିନୋଦ ପୂଜାରୀ । ଗତ କିଛି ଦିନ ହେବ ଜେଲ ରୁ ବେଲ ରେ ଆସି ବାଲିଗୁଡା ଥାନା ଅଂଚଳ ରେ ପୁଣି ସକ୍ରିୟ ରହିଥିଲା ଏହି ଗ୍ୟାଙ୍ଗ।ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବାଲିଗୁଡା ଏସଡ଼ିପିଓ ଶୁଭମ ଭୋସଲେ ଙ୍କ ନେତୃତ୍ୱ ରେ ବାଲିଗୁଡା ଥାନା ଅଧିକାରୀ ସମୀର ବେହେରା ଙ୍କ ଟିମ ଚଢ଼ାଉ କରି ଏହି ଗ୍ୟାଙ୍ଗ କୁ ଗିରଫ କରିଛି ।ଏହି ଗ୍ୟାଙ୍ଗ ପାଖରୁ ଗୋଟିଏ କାର, ଦୁଇ ଟି ଦେଶୀ ବନ୍ଧୁକ ଓ ଶହେ କେଜି ଗଂଜେଇ ମଧ୍ୟ ଜବତ କରାଯାଇଥିବା ବାଲିଗୁଡା ଏସଡ଼ିପିଓ ଶୁଭମ ଭୋସଲେ ସୂଚନା ଦେଇଛନ୍ତି ।କନ୍ଧମାଳ ଜିଲ୍ଲା ଓ ରାଜ୍ୟ ବାହାରେ ମଧ୍ୟ ଅପରାଧିକ କାର୍ଯ୍ୟକଳାପ ରେ ଏହି ଗ୍ୟାଙ୍ଗ ସକ୍ରିୟ ରହିଥିବା ପୋଲିସ ତଦନ୍ତ ରୁ ଜଣା ପଡିଛ।
