ପୁରୀ: ଶୁକ୍ରବାର ବିଭିନ୍ନ ସମୟରେ ଶ୍ରୀ ଜଗନ୍ନାଥ ସଂସ୍କୃତି ନେଇ ଦ୍ୱନ୍ଦ ଓ ବିବାଦ ମୁଣ୍ଡ ଟେକୁଛି। କିଏ ଧାମ ଶବ୍ଦ ବ୍ୟବହାର କଲେଣି ତ କିଏ ଅଦିନରେ ରଥ ଯାତ୍ରା କଲେଣି। ଏ ସବୁ କଥା ଜଗନ୍ନାଥ ପ୍ରେମୀଙ୍କୁ ଦାରୁଣ ଆଘାତ ଦେଉଛି। ଧର୍ମ କୁ ନଷ୍ଟ ବା ବିକୃତ କରିବାର ମସୁଧା ଦେଇ ଅଥବା ପ୍ରଚୁର ଆର୍ôଥକ ଲାଭ ଉଦେଶ୍ୟରେ ହେଉ କି କିଛି ବ୍ୟକ୍ତି ବା ସଂସ୍ଥା ଏଭଲି ଅବାଞ୍ଛିତ ପଦକ୍ଷେପ ନେଉଛନ୍ତି। ଏ ସବୁକୁ ପ୍ରତିହତ କରି ମହାପ୍ରଭୁଙ୍କ ପ୍ରଚଳିତ ପରମ୍ପରା ଓ ସଂସ୍କୃତି କୁ ସୁରକ୍ଷା ଦେବା ପାଇଁ ଆଜି ପୁରୀ ରାଧାବଲ୍ଲଭ ମଠ ପରିସରରେ ଆହୂତ ହୋଇଥିବା ବୈଠକରେ ସର୍ବସମ୍ମତି କ୍ରମେ “ଶ୍ରୀ ଜଗନ୍ନାଥ ସଂସ୍କୃତି ସୁରକ୍ଷା କ୍ରିୟାନୁଷ୍ଠାନ ସମିତି ଓଡିଶା ‘ ନାମରେ ଏକ ଅନୁଷ୍ଠାନ ଆତ୍ମପ୍ରକାଶ କରିଛି।

ଏହି ସମିତିର ମାର୍ଗଦର୍ଶକ ରୂପେ ପରମହଂସ ପ୍ରଜ୍ଞାନାନନ୍ଦଜି ମହାରାଜ, ମହନ୍ତ ସଚ୍ଚିଦାନନ୍ଦ ଜି ମହାରାଜ ମନୋନୀତ ହୋଇଥିଲେ। ପ୍ର. ହରେକୃଷ୍ଣ ଶତପଥି, ସଭାପତି , ମହନ୍ତ ରାମକୃଷ୍ଣ ଦାସ ମହାରାଜ କାର୍ଯ୍ୟକାରୀ ସଭାପତି, ମହନ୍ତ ବିଜୟ ରାମାନୁଜ ଦାସ ଓ ଦୁର୍ଗାଦାସ ମହାପାତ୍ର ଉପସଭାପତି, ସମ୍ପାଦକ ମନୋଜ ରଥ , ସଂଗଠନ ସମ୍ପାଦକ ଡ଼ଃ ରାମଚରଣ ଦାସ, , କୋଷାଧ୍ୟକ୍ଷ ବାବା ସତ୍ୟାନନ୍ଦ ଦାସ ପ୍ରମୁଖ ମନୋନୀତ ହୋଇଥିଲେ। କାର୍ଯ୍ୟକାରିଣୀ ସଦସ୍ଯ ଭାବେ ପଣ୍ଡିତ ନରେଶ ଦାଶ , ପଣ୍ଡିତ ମାତୃ ପ୍ରସାଦ ମିଶ୍ର , ପଣ୍ଡିତ ମହେଶ ସାହୁ , ପଣ୍ଡିତ ବିଶ୍ୱମ୍ଭର ଦାଶ , ଡ଼ଃ ଅତୁଲ ନନ୍ଦଙ୍କୁ କାର୍ଯ୍ୟ କାରିଣୀ ସଦସ୍ୟ ରୂପେ ଗ୍ରହଣ କରାଯାଇଛି । ଆଗାମୀ ଦିନରେ ଓଡ଼ିଶାର ୩୦ଟି ଜିଲ୍ଲରୁ ୧୦୦ ଜଣ କାର୍ଯ୍ୟକାରୀ ସଦସ୍ୟ ଗ୍ରହଣ କରିବାକୁ ପ୍ରସ୍ତାବ ପାରିତ ହେଲା।ଏତତ ବ୍ୟତୀତ ନିମ୍ନ ଲିଖିତ ନିଷ୍ପତି ଗୁଡିକ ସର୍ବସମ୍ମତି କ୍ରମେ ନିଆଗଲା ।

ଖୁବ ଶୀଘ୍ର ୭ ଜଣିଆ ପ୍ରତିନିଧି ମଣ୍ଡଳ ମୁଖ୍ୟମନ୍ତ୍ରୀ,ଆଇନମନ୍ତ୍ରୀ, ମୁଖ୍ୟ ପ୍ରଶାସକ ରାଜ୍ୟପାଳଙ୍କୁ ଭେଟି ଶ୍ରୀ ଜଗନ୍ନାଥ ସଂସ୍କୃତିର ଅବକ୍ଷୟ ରୋକିବା ଆଇନ ପ୍ରଣୟନ କରିବା ପାଇଁ ପ୍ରସ୍ତାବ ଦେବେ। ଶ୍ରୀ ଜଗନ୍ନାଥ ଅନ୍ନିମସନ ଫିଲ୍ମ ବାବଦରେ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଣ୍ଣୟ ସନ୍ତୋଷ ଜନକ ହୋଇ ନଥିବାରୁ ପୁନର୍ବିଚାର ପାଇଁ ଆବେଦନ କରାଯିବ।ଶ୍ରୀ ଜଗନ୍ନାଥ ଅନ୍ନିମସନ ଫିଲ୍ମ ପ୍ରଦର୍ଶନ ସ୍ଥାନରେ ସ୍ଥାନୀୟ ଭକ୍ତ ମାନଙ୍କର ସହଯୋଗରେ ପ୍ରତିବାଦ ଓ ସଚେତନତା ସୃଷ୍ଟି କରାଯିବ।ଶ୍ରୀ ଜଗନ୍ନାଥ ଧର୍ମ ସଂସ୍କୃତି ସୁରକ୍ଷା ପାଇଁ ଧର୍ମ ଗର୍ଜନ ସମାବେଶ ଆୟୋଜନ ହେବ ।
