ବାଲିଗୁଡା: ମୌଳିକ ସମସ୍ୟା ରେ ଜର୍ଜରିତ ଗାଁ ଏବେ ଖୋଜୁଛି ନିଜ ଠିକଣା।ବର୍ଷ ବର୍ଷ ଧରି ବାହ୍ୟ ଜଗତ ରୁ ବିଛିନ୍ନ ରହୁଥିବା ଗାଁ ଭୌଗଳିକ ମାନଚିତ୍ର ରୁ ଚାହୁଁଚି ନିଜ ପରିଚୟ ଓ କନ୍ଧମାଳ ଜିଲ୍ଲା ର ବାଲିଗୁଡା ବ୍ଲକ ଅନ୍ତର୍ଗତ ଦୁର୍ଗମ ସଲାଗୁଡା ପଂଚାୟତ ର ତେର୍ଜାକିଆ ୱାର୍ଡ ର କଡ଼ଗାସାହି ଗାଁ ।ତେର୍ଜାକିଆ ୱାର୍ଡ ର କଡ଼ଗାସାହି ଗାଁ କୁ ବିଛିନ୍ନ କରୁଛି ସାବନଯୋଡି ନାଳ ।ତେର୍ଜାକିଆ ମୁଖ୍ୟ ରାସ୍ତା ରୁ କଡ଼ଗାସାହି ଗାଁ କୁ ଯିବା ସମୟରେ ପଡିଥାଏ ଏହି ସାବନଯୋଡି ନାଳ । କନ୍ଧମାଳ ଜିଲ୍ଲା ର ବନ ପାହାଡ଼ ଘେରା ବାଲିଗୁଡା ବ୍ଲକ ର ଦୁର୍ଗମ ସଲାଗୁଡା ପଂଚାୟତ ର ତେର୍ଜାକିଆ ୱାର୍ଡ ର କଡ଼ଗାସାହି ଗାଁ । ଏହି ଗାଁ ରେ ପ୍ରାୟ ୪୫ ରୁ ଉର୍ଦ୍ଧ ପରିବାର ବସବାସ କରୁଥିବା ବେଳେ ଗାଁ କୁ ପକ୍କା ରାସ୍ତା ଓ ବ୍ରିଜ ନଥିବା କାରଣ ରୁ ବର୍ଷ ବର୍ଷ ଧରି ହନ୍ତସନ୍ତ ହେଉଛନ୍ତି ଏଠାକାର ଗ୍ରାମବାସୀ । ତେର୍ଜାକିଆ ମୁଖ୍ୟ ରାସ୍ତା ରୁ କଡ଼ଗାସାହି ଗାଁ କୁ ଯିବା ସମୟରେ ପଡେ ଏହି ସାବନଯୋଡି ନାଳ । ନାଳ ସେପଟେ ରହିଛି ତେର୍ଜାକିଆ ୱାର୍ଡ ର କଡ଼ଗାସାହି ଗାଁ । ସଲାଗୁଡା ପଂଚାୟତ ର ତେର୍ଜାକିଆ ୱାର୍ଡ ରୁ ବର୍ଷ ବର୍ଷ ଧରି ବିଛିନ୍ନ ରହିଛନ୍ତି କଡ଼ଗାସାହି ଗାଁ ର ୪୫ ରୁ ଉର୍ଦ୍ଧ ପରିବାର ।

ଗାଁ ବିକାଶ ରେ ବାଧକ ସାଜି ନିଜ ତେର୍ଜାକିଆ ୱାର୍ଡ ରୁ ବିଛିନ୍ନ କରିବା ସହ ଲୋକଙ୍କ ଦୁର୍ଦଶା ବଢ଼େଇ ଚାଲିଛି ଏହି ସାବନଯୋଡି ନାଳ ।ନାଳ ଅତିକ୍ରମ କଲା ପରେ ହିଁ ପଡେ ଅଙ୍ଗନବାଡି କେନ୍ଦ୍ର,ବିଦ୍ୟାଳୟ, ପଂଚାୟତ କାର୍ଯ୍ୟାଳୟ ସବୁକିଛି । ସାବନଯୋଡି ନାଳ ଉପରେ ପୋଲ ଓ ଗାଁ କୁ ଯିବାକୁ ନିତିଦିନିଆ ପକ୍କା ରାସ୍ତା ନଥିବା ରୁ ବିପଦ ସଂକୁଳ ଅବସ୍ଥାରେ ନାଳ ପାରି ହୋଇ ଯାତାୟାତ କରିଥାନ୍ତି ଏଠାକାର ଗ୍ରାମବାସୀ । ଅଙ୍ଗନବାଡି ଠାରୁ ନେଇ ସ୍କୁଲ ପିଲା ସମସ୍ତେ ନାଳ ଅତିକ୍ରମ କରି ଦୟନୀୟ ଭାବେ ଭରା ନଈ ପାରି ହୋଇ ଯାତାୟାତ କରିଥାନ୍ତି କ୍ଷ କିଏ କାଖରେ ତୋ କିଏ ହାତ ଧରାଧରି ହୋଇ ବିପଦ ସଂକୁଳ ଅବସ୍ଥାରେ ନାଳ ପାରି ହୋଉଛନ୍ତି ଏହି ସାବନଯୋଡି ନାଳ ରେ ।ଟିକିଏ ଅସାବଧାନତା ହେଲେ କୋମଳମତି ଶିଶୁ ଙ୍କ ସହ କିଛି ବି ଅଘଟଣ ଘଟିପାରେ ।ତଥାପି ନିଜ ଉଜ୍ଜଳ ଭାଗ୍ୟ ଗଢିବାକୁ ଭରା ନାଳ ପାରି ହୋଇ ଅଙ୍ଗନବାଡି କେନ୍ଦ୍ର ଓ ସ୍କୁଲ କୁ ଯାଉଛନ୍ତି ଦେଶ ର ଭବିଷ୍ୟତ ।ଛୋଟ ରୁ ବଡ଼ ସମସ୍ତେ ସବୁ ସମୟରେ ଏପରି ଦୟନୀୟ ଅବସ୍ଥାରେ ସାବନଯୋଡି ନାଳ ଅତିକ୍ରମ କରି ନିଜ ଦୈନନ୍ଦିନ କାର୍ଯ୍ୟ କୁ ଯାଇଥାନ୍ତି ।

ବର୍ଷା ଦିନେ ଲୋକ ଙ୍କ ସମସ୍ୟା ଆହୁରି ବି ବଢିଥାଏ।ସାବନଯୋଡି ନାଳ ରେ ବଢ଼ି ପାଣି ଆସିବା ଦ୍ୱାରା ଜଳବନ୍ଦୀ ଅବସ୍ଥାରେ ରହି ବାହ୍ୟ ଜଗତ ରୁ ବିଛିନ୍ନ ହୁଏ ଏହି କଡ଼ଗାସାହି ଗାଁ ।ସଲାଗୁଡା ପଂଚାୟତ ର ତେର୍ଜାକିଆ ୱାର୍ଡ ରୁ ବର୍ଷ ବର୍ଷ ଧରି ବିଛିନ୍ନ ହୋଇ ଅଭିଶପ୍ତ ଜୀବନ ବିତାଉଛନ୍ତି କଡ଼ଗାସାହି ଗ୍ରାମବାସୀ । ବାରମ୍ବାର ସାବନଯୋଡି ନାଳ ଉପରେ ପୋଲ ନିର୍ମାଣ ନେଇ ଗ୍ରାମବାସୀ ଦାବି କରି ଆସୁଥିଲେ ବି ଆଜି ଯାଇଁ ପୋଲ ନିର୍ମାଣ ହୋଇ ପାରିନି । ଏପରି କି ୨୦୦୭ ମସିହାରେ ବାଲିଗୁଡା ଥାନା ଗଟାଙ୍ଗୀ ଗାଁ ର ମା ଝିଅ ଏହି ସାବନଯୋଡି ନାଳ ପାରି ହେଉଥିବା ବେଳେ ଭାସି ଯାଇ ମୃତ୍ୟୁ ବରଣ କରିଥିଲେ । ଅନେକ ଲୋକ ଭାସି ଯାଇ ଏହି ସାବନଯୋଡି ନାଳ ରୁ ଉଦ୍ଧାର ହୋଇ ମରଣ ମୁହଁ ରୁ ଜୀବନ ବି ଫେରି ପାଇଛନ୍ତି । ତଥାପି ପ୍ରଶାସନ ର ଦୃଷ୍ଟି ପଡିନି ଏହି ଗାଁ ରେ । ନାଳ ରେ ମା ଝିଅ ଙ୍କ ଭାସି ଯାଇ ମୃତ୍ୟୁ ପରେ ବାରମ୍ବାର ବ୍ଲକ ପ୍ରଶାସନ ଠୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଯାଇଁ ସବୁଠି ପୋଲ ନିର୍ମାଣ ନେଇ ଦାବି ଜୋର ଧରିଥିଲା ।ତଥାପି ତେର୍ଜାକିଆ ୱାର୍ଡ ମାନଚିତ୍ର ରୁ ବିଛିନ୍ନ ହୋଇଥିବା କଡ଼ଗାସାହି ଗାଁ ର ପରିଚୟ ଆଜି ବି ଅଧୁରା ରହିଗଲା। ତେଣୁ ତେର୍ଜାକିଆ ମୁଖ୍ୟ ରାସ୍ତା ରୁ କଡ଼ଗାସାହି ଗାଁ କୁ ଦୀର୍ଘ ସାତଶହ ମିଟର ରାସ୍ତା ଓ ସାବନଯୋଡି ନାଳ ଉପରେ ସ୍ଥାୟୀ ପୋଲ ନିର୍ମାଣ ପାଇଁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା। ଦାବି ପୂରଣ ନ ହେଲେ ଆଗାମୀ ଦିନ ରେ ରାଜରାସ୍ତା କୁ ଓଲ୍ହାଇବାକୁ ଚେତାବନୀ ଦେଇଛନ୍ତି କଡ଼ଗାସାହି ଗ୍ରାମବାସୀ । ସେପଟେ କଡ଼ଗାସାହି ଗାଁ ର ସମସ୍ୟା ସମ୍ପର୍କ ରେ ଜାଣିବା ପରେ ଗାଁ କୁ ପକ୍କା ରାସ୍ତା ଓ ନାଳ ଉପରେ ପୋଲ ନିର୍ମାଣ ନେଇ ତୁରନ୍ତ ପଦକ୍ଷେପ ନିଆଯିବ କହିଛନ୍ତି କନ୍ଧମାଳ ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ଶମ୍ଭୁନାଥ ନନ୍ଦୀ ।
