ଫୁଲବାଣୀ,: ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସର ରେ ପବିତ୍ର ଜନ୍ମାଷ୍ଟମୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି କ୍ଷ ପ୍ରଥମେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ରାଜେନ୍ଦ୍ର କୁମାର ପାଢ଼ୀ ଅତିଥ୍ ପରିଚୟ ପ୍ରଦାନ କରିଥିଲେ। ପରେ ପରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ବରିଷ୍ଠ ଆଚାର୍ଯ୍ୟ ଦେବେନ୍ଦ୍ର ପଟ୍ଟନାୟକ ଙ୍କ ରଚନାରେ ଦୁର୍ଯ୍ୟୋଧନ ସିଂଙ୍କ ସଂଯୋଜନାରେ ସାମୁହିକ ସଂଗୀତ ଗାନ କରାଗଲା କ୍ଷ ଆଚାର୍ଯ୍ୟା ପ୍ରତିଭା ଦାଶଙ୍କ ଦ୍ୱାରା ଭାଗବତ ପଠନ କରାଯାଇଥିଲା ।ତତ ପରେ ପୂଜନ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ହରପ୍ରିୟା ମିଶ୍ର ଯୋଗ ଦେଇଥିବା ବେଳେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ବ୍ରଜବନ୍ଧୁ ମଲ୍ଲିକ ଅନ୍ୟ ତମ ଅତିଥି ଭାବେ ଯୋଗ ଦେଇ ଶ୍ରୀକୃଷ୍ଣଙ୍କ ଲୀଳା ବିଷୟରେ ଶିଶୁ ମାନଙ୍କୁ ଅବଗତ କରାଇଥିଲେ।ଶିଶୁ ମାନେ କୃଷ୍ଣ ଓ ରାଧାରାଣୀ ବେଶରେ ସଜେଇ ହୋଇ ବେଶ ପ୍ରତିଯୋଗିତାରେ ଭାଗ ନେଇଥିଲେ,

ଏଥି ସହିତ ଭଜନ ପ୍ରତିଯୋଗିତା ମଧ୍ୟ ହୋଇଥିଲା । ଭଜନ ପ୍ରତିଯୋଗିତା ରେ ଅଷ୍ଟମ ଶ୍ରେଣୀର ରୟାଲ ତ୍ରିପାଠୀ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ସାଇ ଶ୍ରଦ୍ଧା ଓଝା କୃଷ୍ଣ ବେଶରେ ପ୍ରଥମ, ଏଞ୍ଜେଲ ଆସ୍ମାନ ଶିଶୁ ଭଜନରେ ପ୍ରଥମ ହୋଇ ପୁରସ୍କୃତ ହୋଇଥିଲେ କ୍ଷ ଏଥି ସହିତ ୧୭୫ ଜଣ ଶିଶୁ ବାଟିକା ବିଭାଗ ର ଶିଶୁଙ୍କୁ ରାଧାକୃଷ୍ଣ ବେଶ ପାଇଁ ପୁରସ୍କୃତ ମଧ୍ୟ କରାଯାଇଥିଲା । ଶିଶୁମାନଙ୍କ ମନ୍ଦିର ଭ୍ରମଣ, ଶ୍ରୀକୃଷ୍ଣଙ୍କ ଦହି ହାଣ୍ଡି ଭାଙ୍ଗିବା,ଦୋଳିରେ ଶ୍ରୀକୃଷ୍ଣଙ୍କୁ ଝୁଲାଇବା ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ସହଯୋଗ ଏବଂ ଅଭିଭାବକ/ଅଭିଭାବିକାମାନଙ୍କ ଉପସ୍ଥିତି କାର୍ଯ୍ୟକ୍ରମଟିକୁ ସରସ ସୁନ୍ଦର କରିପାରିଥିଲା। ପରିଶେଷରେ ଉପସ୍ଥିତ ସମସ୍ତଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା।
