ନୀଳଗିରି; ସାମ୍ନାକୁ ଆସିଲା ନୀଳଗିରିରେ ଶିଶୁପୁତ୍ର ବିକ୍ରି ଘାଟଣା ନୀଳଗିରି ଏନ୍ଏସି ୭ନମ୍ବର ୱାର୍ଡ ସତ୍ୟସାଇ ପେଟ୍ରୋଲ ପମ୍ପ ନିକଟରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା। ସୂଚନା ଅନୁଯାୟୀ ଆଜି ସକାଳେ ହିନ୍ଦୀ ଏବଂ ବଙ୍ଗାଳି ରେ କଥା ହେଉଥିବା ଜଣେ ମହିଳା କାଖରେ ଏକ କୁନି ଶିଶୁପୁତ୍ର ଧରି ପେଟ୍ରୋଲ ପମ୍ପ ନିକଟରେ ପହଞ୍ଚିବା ପରେ ଶିଶୁ ପୁତ୍ରକୁ ବିକିବା ପାଇଁ କହୁଥିବା ଦେଖିବାକୁ ମିଳିଛି। ସ୍ଥାନିୟ ଲୋକ ଶିଶୁ ପୁତ୍ରକୁ ନେବା ପାଇଁ ଚାହୁଁଥିବା ବେଳେ କିଛି ସ୍ଥାନୀୟ ମହିଳା ତାଙ୍କୁ ଅଟାକାଇ ନୀଳଗିରି ପୋଲିସ କୁ ଖବର ଦେଇଥିଲେ। ଖବର ପାଇ ନୀଳଗିରି ପୋଲିସ ପହଞ୍ଚି ମହିଳା ଏବଂ ଶିଶୁ ପୁତ୍ରକୁ ଉଦ୍ଧାର କରିଥିବା ଜଣାପଡ଼ିଛି।

ତେବେ ଉକ୍ତ ମହିଳା ଜଣକ ନାମ ମୂଜରନ୍ ଅଲ୍ଲୀ ଓ ସ୍ୱାମୀ ଙ୍କ ନାମ ସୋରାଲିନ୍ ଅଲ୍ଲୀ ବୋଲି କହୁଥିବା ବେଳେ ମହିଳା ଜଣକ ମୁସଲିମ ସମ୍ପ୍ରଦାୟର ହୋଇଥିବା ବେଳେ ଘର ବାଂଲାଦେଶ ବୋଲି ପରିଚୟ ଦେଇଛି । ତେବେ ଶିଶୁ ପୁତ୍ରଟି ତାର ନା ସେ ଏହାକୁ କେଉଁଠାରୁ ଚୋରି କରି ଆଣି ଏଠାରେ ବିକ୍ରି କରିବା ପାଇଁ ପ୍ରଚେଷ୍ଟା କରୁଥିଲା ତାକୁ ନେଇ ନୀଳଗିରି ପୋଲିସ ତଦନ୍ତ ଆରମ୍ଭ କରିଛି।ମା ଓ ଶିଶୁ ପୁତ୍ରକୁ ଉଦ୍ଧାର କରି ନୀଳଗିରି ପୋଲିସ ଜିଲ୍ଲା ମହିଳା ଓ ଶିଶୁ ବିକାଶ କେନ୍ଦ୍ରରେ ଛାଡିଛନ୍ତି।
