ଦଶପଲ୍ଲା : ବାଣୀଗୋଛା ପୁଲିସ ୭୨ କେଜି ଗଞ୍ଜେଇ ସହ ଏକ କାର୍ ଜବତ କରି ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ସୌଟିକିଆ ଗ୍ରାମର ସୁଶାନ୍ତ ଦିଗାଲଙ୍କ ପୁଅ ମଣ୍ଟୁ ଦିଗାଲ (୨୧) ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ଆଜି ଭୋର ସମୟରେ ବାଣୀଗୋଛା ଥାନା ଅଧିକାରୀ ଶିବପ୍ରସାଦ ଭଦ୍ରଙ୍କ ନିର୍ଦ୍ଦେଶକ୍ରମେ ଏସଆଇ ବୀରେନ୍ଦ୍ର କୁମାର ଦେହୁରୀ ସ୍ଥାନୀୟ କାମିଟିପଙ୍ଗା ସ୍ଥିତ ହନୁମାନ ମନ୍ଦିର ନିକଟରେ ଗାଡ଼ି ଯାଞ୍ଚ କରୁଥିଲେ। ଏହି ସମୟରେ ଏକ ମାରୁନ ରଙ୍ଗର ଟାଟା ସୁମୋ ଗୋଲ୍ଡ ଗାଡ଼ିକୁ ଯାଞ୍ଚ କରିବା ବେଳେ ଗାଡ଼ିର ଛାତ ଭିତରେ ଥିବା ଏକ ଗୁପ୍ତ ସ୍ଥାନରେ ଗଞ୍ଜେଇ ଲୁଚାଇ ରଖାଯାଇଥିବା ଜଣାପଡ଼ିଥିଲା।

ପୁଲିସ ଗାଡ଼ିରେ ଗଞ୍ଜେଇ ନେଇ ଯାଉଥିବା ଯୁବକଙ୍କୁ ଗିରଫ କରିବା ସହ କା,ର୍ ଗୋଟିଏ ଭିଭୋ ମୋବାଇଲ ଫୋନ୍ ଏବଂ ୭୨ କେଜି ଗଞ୍ଜେଇ ଜବତ କରିଛି। ଏ ନେଇ ବାଣୀଗୋଛା ଥାନାରେ କେସ୍ ନଂ ୧୪୬/୦୩.୧୧.୨୦୨୬ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
