ନିଳଗିରି: ପୂର୍ବରୁ ବାସୁଦେବପୁର ମ୍ୟୁନିସିପାଲିଟିରରେ ଦୀର୍ଘ ବର୍ଷ ଜେଇ ଭାବେ କାର୍ଯ୍ୟରତ ଥିଲେ ଦେବାଶିଷ ପୃଷ୍ଟି (୫୭)।
। ତାଙ୍କର ଗତ ସେପ୍େଟମ୍ବର ମାସରେ ନୀଳଗିରି ଏନ ଏ ସିକୁ ବଦଳୀ ହୋଇଥିଲା।ସେ ନିଳଗିରି ଏନ୍ ଏ ସି ରେ ଯୋଗ ଦେବା ପରେ ସେ ବରିସାହି ଗ୍ରାମରେ ଭଡ଼ା ଘରେ ରହିଆସୁଥିଲେ।ଅଫିସ କାର୍ଯ୍ୟ ସାରି ଖାଇପିଇ ରାତିରେ ସୋଇଥିଲେ। ହେଲେ ମଙ୍ଗଳବାର ଦିନ ସକାଳେ ଦିନ ୧୦ଟା ପର୍ଯ୍ୟନ୍ତ କବାଟ ନଖୋଲିବାରୁ ଘର ମାଲିକ ବହୁବାର ଡାକିରୁ ସେ ଶୁଣି ନ ଥିଲେ। ଘର ମାଲିକ କବାଟ ନଖୋଲିବାର ସନ୍ଦେହ କରି ଏନ୍ ଏ ସି କର୍ମଚାରୀଙ୍କୁ କହିଥିଲେ।କର୍ମଚାରୀ ମାନେ ଘରମାଲିକଙ୍କ ଘରେ ପଂହଁଚି ଡାକିବା ସହିତ ଫୋନ୍ ମଧ୍ୟ କରିଥିଲେ। ମାତ୍ର ଜେଇ କୌଣସି ଉତ୍ତର ଦେଇ ନଥିଲେ । ଶେଷରେ କର୍ମଚାରୀ ମାନେ କବାଟ ଭାଙ୍ଗିବା ପରେ ଖଟରେ ସୁପ୍ତ ଅବସ୍ଥାରେ ଶୋଇ ରହିଥିବାର ଦେଖିବାକୁ ପାଇଥିଲେ। କର୍ମଚାରୀ ମାନେ ସଙ୍ଗେସଙ୍ଗେ ନୀଳଗିରି ମେଡିକାଲକୁ ଚିକିତ୍ସା ପାଇଁ ନେଇଥିଲେ।ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ଶୁଣିବା ପରେ ବାସୁଦେବପୁର ପୌରପାଳିକା ବହୁ କର୍ମଚାରୀ ସହିତ ନୀଳଗିରିର ଏନ ଏ ସି କର୍ତୃପକ୍ଷ ନୀଳଗିରି ନିର୍ବାହୀ ଅଧିକାରୀ ଅଂଶୁମାନ ପରିଡା, ମହେନ୍ଦ୍ର ବେହେରା, ସମସ୍ତ କାଉନସିଲର ଉପସ୍ଥିତ ରହି ଡାକ୍ତରଖାନରେ ଶେଷ ଦର୍ଶନ କରିଥିଲେ।ଯାହା ସୂଚନା ମିଳିଛି ଏନେଇ ତାଙ୍କ ସ୍ତ୍ରୀଙ୍କୁ ଜଣାଇବା ପରେ ସେ ମଧ୍ୟ ତାଙ୍କ ସ୍ୱାମୀ ଦେବାଶିଷ ପୃଷ୍ଟିଙ୍କୁ ଯୋଗାଯୋଗ କରିଥିଲେ, ହେଲେ ତାଙ୍କ ସ୍ତ୍ରୀ ଫୋନ ମଧ୍ୟ ଉଠାଇ ନଥିଲେ ବୋଲି ଘରମାଲିକ ପ୍ରକାଶ କରିଛନ୍ତି। ଜେଇ ଦେବାଶିଷ ପୃଷ୍ଟିଙ୍କ ଘର ଭୁବନେଶ୍ୱର ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ନବୋଦ୍ୱୟ ସ୍କୁଲରେ ଚାକିରୀ କରିଥିବାର ଜଣାପଡିଛି। ସଂନ୍ଧ୍ୟା ହେଲେ ଶବବ୍ୟବଚ୍ଛେଦ ହେବାର ନିୟମ ନଥିବା ବେଳେ ଜରୁରୀକାଳୀନ ପରିସ୍ଥିତିକୁ ଆଖିଆଗରେ ରଖି ବାଲେଶ୍ୱର ଜିଲ୍ଲାପାଳ ସୂର୍ଯ୍ୟାବଂଶୀ ସୁରଜ ମୟୁର ନିର୍ଦେଶରେ ଡ଼ିଜି ଲାଇଟ ବ୍ୟବସ୍ଥା କରି ଶବବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯିବାର ବ୍ୟବସ୍ଥା କରାଯାଇଛି। ତେବେ ଅଦ୍ୟାବଧି ଜେଇ ଜଣଙ୍କର ମୃତ୍ୟୁର ଅସ୍ପଷ୍ଟ ଥିବା ବେଳେ ଶବବ୍ୟବଚ୍ଛେଦ ରିପୋର୍ଟ ଆସିଲେ ପ୍ରକୃତ ମୃତ୍ୟୁର ଜଣାପଡିବ।
