ବାଲିଅନ୍ତା: ପୁରୀ-ଭୁବନେଶ୍ୱର ବାଇପାସ ରାସ୍ତା ଧଉଳି ଥାନା ଅଧିନ ଶିଶୁପାଳଗଡ଼ ଦଶହରା ପଡିଆରେ ଥିବା ଏକ ଘର ମଧ୍ୟକୁ ବୋଲେରୋ ଗାଡି ପଶିଯାଇଥିବା ଜଣାପଡିଛି ।ଏହି ଘଟଣାରେ ଘରେ ଥିବା ୨ ଭାଇ ଗୁରୁତର ଆହତ ହୋଇଥିବା ବେଳେ ଚାଳକ ସାମାନ୍ୟ ଆହତ ହୋଇଛନ୍ତ। ସେମାନଙ୍କ. ପରିଚୟ ମିଳିପାରିନାହିଁ ।ଖବରନେବାରେ ଜଣାପଡିଛି ପୁରୀରୁ ଏହି ବୋଲେରୋ ଭୁବନେଶ୍ୱର ଆଭିମୁଖେ ଯାଉଥିଲା ।ଅପରାହ୍ନ ପ୍ରାୟ ସାଢେ ୪ ଟାରେ ଭାରସାମ୍ୟ ହରାଇ ବୋଲେରୋଟି ଶିଶୁପାଳଗଡ଼ ଦୁର୍ଗାମଣ୍ଡପ ନିକଟରେ ଥିବା ଏକ ଆଜବେଷ୍ଟସ ଘରେ ପଶିଯାଇ ଓଲଟି ଯାଇଥିଲା । ଫଳରେ ଘର ଭାଙ୍ଗିଯିବା ସହ ଗାଡିଟି ୨ ଭାଇ ଶୁଭ ଓ ଶଙ୍କରଙ୍କ ଉପରେ ପଡିଯାଇଥିଲା । ଖବରପାଇ ଧଉଳି ଥାନା ପୁଲିସ ଦୁର୍ଘଟଣା ଗ୍ରସ୍ତ ଗାଡିକୁ ଉଦ୍ଧାର କରିବା ସହ ଗାଡି ତଳେ ଚାପି ହୋଇଥିବା ୨ ଭାଇଙ୍କୁ କଟର ସାହାଯ୍ୟରେ ଉଦ୍ଧାର କରି ରାଜଧାନୀ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।ଏହି ଘଟଣାରେ ଧଉଳି ଥାନା ପୁଲିସ ଚାଳକଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ।
