ବାଲିଅନ୍ତା: ଗତକାଲି ଠାରୁ ଟଙ୍କପାଣି ସେତୁରୁ କୁଆଖାଇ ନଦୀକୁ ଡେଇଁ ଜଣେ ଯୁବକ ନିଖୋଜ ହେବାର ୧୨ ଘଣ୍ଟା ପରେ ମୃତଦେହ ଉଦ୍ଧାର ହୋଇଛି କ୍ଷ ଡେଇଁଥିବା ସ୍ଥାନରୁ ପ୍ରାୟ ୩/୪ କିମି ଦୂରରେ ଦୟା ଓ ଭାର୍ଗବୀ ମଧ୍ୟବର୍ତ୍ତି ଅଞ୍ଚଳ ନିକଟରେ ଭାସୁଥିବା ଅବସ୍ଥାରେ ଉଦ୍ଧାର ହୋଇଛି କ୍ଷ ଖବରନେବାରେ ଜଣାପଡିଛି ଗତକାଲି ରାତି ପ୍ରାୟ ୧୧ ଟା ସମୟରେ ଶ୍ରୀଲିଙ୍ଗରାଜ ଥାନା ପୁରୁଣାଭୁବନେଶ୍ୱର ହରଚଣ୍ଡୀ ସାହିର ଗୁଡ଼ୁ ଓରଫ ଭବାନୀ ଖଟେଇ ଟଙ୍କପାଣି ସାଇମନ୍ଦିର ପାର୍ଶ୍ୱରୁ ନିଜର ମୋଟର ସାଇକଲ ଯୋଗେ ଆସି ହଠାତ ଟଙ୍କପାଣି ସେତୁର ଡାହାଣ ପାର୍ଶ୍ୱ ଉପରେ ଠିଆ ହୋଇ କେହି କିଛି ବୁଝିବା ପୂର୍ବରୁ ନଦୀକୁ ଡେଇଁଥିଲେ କ୍ଷ ଉକ୍ତ ସେତୁ ଉପରେ ଯାଉଥିବା ମୋଟର ସାଇକଲ ଚାଳକ ପାଟି କରିବାରୁ ଲୋକେ ସେଠାରେ ରୁଣ୍ଡ ହୋଇଥିଲେ କ୍ଷ ପରେ ଭବାନୀଙ୍କ ପରିବାର ଓ ସାଙ୍ଗମାନେ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲେ କ୍ଷ ଖବରପାଇ ବାଲିଅନ୍ତା ଓ କଳ୍ପନା ଅଗ୍ନିଶମ ବାହିନୀ ପହଞ୍ଚିଥି ଖୋଜାଖୋଜି କରିଥିଲେ କ୍ଷ ମାତ୍ର ରାତିରେ ଖୋଜିବା ଅସମ୍ଭବ ହେବାରୁ ସେମାନେ ପଳାଇଥିଲେ କ୍ଷ ଆଜି ସକାଳୁ ବାଲିଅନ୍ତା ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ ଦଳ ସହିତ ଖୋଜାଖୋଜି କରିଥିଲେ କ୍ଷ ପ୍ରାୟ ୭ ଘଣ୍ଟା ସର୍ଚ୍ଚ ଅପରେସନ ପରେ ଭବାନୀଙ୍କ ମୃତଦେହ ମିଳିଥିଲା କ୍ଷ ଖବରପାଇ ବାଳକାଟି ଫାଣ୍ଡି ପୁଲିସ ମୃତଦେହକୁ ରାଜଧାନୀ ଚିକିତ୍ସାଳୟରେ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି କ୍ଷ
