ନୂଆଦିଲ୍ଲୀ : ଆଇପିଏଲର ୧୯ତମ ମ୍ୟାଚ । ଲକ୍ଷ୍ନୌକୁ ୭ ୱିକେଟରେ ହରାଇଲା ଗୁଜୁରାଟ । ୧୬୫ ରନର ବିଜୟ ଲକ୍ଷ୍ୟକୁ ୮ ବଲ ବାକି ଥାଇ ଜିତି ନେଇଛି ଗୁଜୁରାଟ । ୩ ୱିକେଟ ହରାଇ ଏହି ସ୍କୋର ସଂଗ୍ରହ କରିପାରିଛି ଗୁଜୁରାଟ । ଦଳ ପକ୍ଷରୁ ଗିଲ ୪୦ ବଲରୁ ୫୬ ଏବଂ ବଟଲର ୩୭ ବଲରୁ ୬୦ ରନର ମ୍ୟାଚ ବିଜୟୀ ପାଳି ଖେଳିଛନ୍ତି । ବାକି ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ସାଇ ସୁଦର୍ଶନ ୧୫, ୱାଶିଂଟନ୍ ସୁନ୍ଦର ୨୧ ଏବଂ ରାହୁଲ ତେୱତିଆ ୧୦ ରନ କରିଛନ୍ତି । ଲକ୍ଷ୍ନୌ ପକ୍ଷରୁ ସାମି, ପ୍ରୀନ୍ସ ଯାଦବ ଏବଂ ଦିଗବେଶ ରାଠି ଗୋଟିଏ ଲେଖାଏଁ ୱିକେଟ୍ ଅକ୍ତିଆର କରିଛନ୍ତି । ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଗୁଜୁରାଟ । ଲକ୍ଷ୍ନୌକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା ଗୁଜୁରାଟ । ଲକ୍ଷ୍ନୌ ପ୍ରଥମେ ବ୍ୟାଟିଂ କରିଥିବାବେଳେ ୮ ୱିକେଟ୍ ବିନିମୟରେ ୧୬୪ ରନକରିଥିଲା ।ମାକ୍ରମ ଏବଂ ମାର୍ସ ଭଲ ଆରମ୍ଭ କରିଥିଲେ ମାତ୍ର ସେମାନେ ବଡ଼ ସ୍କୋର କରିବାରେ ସଫଳ ହୋଇନଥିଲେ । ମାକ୍ରମ ୪ ବଲରେ ୧୧ ରନ କରିଥିବାବେଳେ ମାକ୍ରମ ୨୧ ବଲରୁ ୩୦ ରନ୍ କରିଥିଲେ । ଏହା ବ୍ୟତିତ ଦଳର ବାକି ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ପନ୍ତ ୧୮, ବଦୋନି ୯, ପୁରନ ୧୯,ଅବଦୁଲ୍ଲ ସମାଦ ୧୮, ମୁକୁଲ ଚୌଧୁରୀ ୧୮ କରିଛନ୍ତି । ଶେଷ ଓଭର ଗୁଡ଼ିକରେ ମହମ୍ମଦ ସାମି ଏବଂ ଜର୍ଜ ଲିଣ୍ଡେ ବଡ଼ ସଟ୍ ଖେଳିଥିଲେ । ଲିଣ୍ଡେ ୯ ବଲରୁ ୧୬ ରନ୍ କରିଥିବାବେଳେ ସାମି ୫ ବଲରୁରନ କରିଛନ୍ତି । ସେପଟେ ଗୁଜୁରାଟ ପକ୍ଷରୁ ପ୍ରସିଦ୍ଧ କ୍ରିଷ୍ଣା ୪ ୱିକେଟ୍ ଅକ୍ତିଆର କରିଛନ୍ତି । ଅଶୋକ ଶର୍ମା ୨, ସିରାଜ ଏବଂ ରାବାଡ଼ା ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିବାରେ ସଫଳ ହୋଇଛନ୍ତି ।
