ନୂଆଦିଲ୍ଲୀ : ମୁମ୍ବାଇକୁ ୧୮ ରନରେ ହରାଇଲା ବେଙ୍ଗାଲୁରୁ । ୨୪୧ ରନକୁ ପିଛା କରିବାକୁ ଯାଇ ୨୨୨ ରନ କରିବାରେ ସକ୍ଷମ ହୋଇଛି ମୁମ୍ବାଇ । ଆରସିବି ଏହି ମ୍ୟାଚକୁ ୧୮ ରନରେ ଜିତି ନେଇଛି । ମୁମ୍ବାଇ ୫ ୱିକେଟରେ ୨୨୨ ରନ କରିବାରେ ସକ୍ଷମ ହୋଇଛି । ରଦରଫୋର୍ଡ ୩୧ ବଲରୁ ୭୧ ରନ କରି ନଟଆଉଟ ରହିଥିଲେ । ମାତ୍ର ମୁମ୍ବାଇ ଜିତିପାରିନଥିଲା । ବେଙ୍ଗାଲୁରୁ ଏହି ମ୍ୟାଚ ବିଜୟ ପରେ ୬ ପଏଣ୍ଟ ସହ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହିଛି । ମୁମ୍ବାଇର ବ୍ୟାଟ୍ସମ୍ୟାନମାନେ ଯଦିଓ ଚେଷ୍ଟା କରିଥିଲେ ତଥାପି ଏହି ବିଶାଳ ସ୍କୋରକୁ ପାର କରିବାରେ ସକ୍ଷମ ହୋଇନାହାନ୍ତି । ମୁମ୍ବାଇ ପକ୍ଷରୁ ରିକଲଟନ୍ ୨୨ ବଲରୁ ୩୭ ରନ କରିଥିବାବେଳେ ରୋହିତ ଶର୍ମା ୧୩ ବଲରୁ ୧୯ ରନ କରି ରିଟାର୍ଡ ହଟ୍ ହୋଇ ପାଭିଲିୟନ ଫେରିଥିଲେ । ପରେ ସୂର୍ଯ୍ୟକୁମାର ଯାଦବ ୩୩, ତିଲକ ବର୍ମା ୧, ହାର୍ଦ୍ଦିକ ପାଣ୍ଡ୍ୟା ୪୦, ନମନ ଧିର ୧ ରନ କରିପାରିଥିଲେ । ବାକି ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ରଦରଫୋର୍ଡ ୩୧ ବଲରୁ ୭୧ ରନ କରିଥିବାବେଳେ ମିଚେଲ ସାଣ୍ଟନର ବଲରୁ ରନ କରିଛନ୍ତି । ସେପଟେ ବେଙ୍ଗାଲୁରୁ ପକ୍ଷରୁ ସୂୟସ ଶର୍ମା ୨ ୱିକେଟ ନେଇଥିବାବେଳେ ଜାକବ ଡଫି, ରାସିଫ, କୃନାଲ ଗୋଟିଏ ଲେଖାଏଁ ୱିକେଟ୍ ଅକ୍ତିଆର କରିଛନ୍ତି । ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତିନେଇଥିଲା ମୁମ୍ବାଇ । ବେଙ୍ଗାଲୁରୁକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଜଉଈ ୪ ୱିକେଟରେ ୨୪୦ ରନର ବିଶାଳ ସ୍କୋର କରିଥିଲା ।ଦଳ ପକ୍ଷରୁ ଫିଲ୍ ସଲ୍ଟ, ବିରାଟ କୋହଲି ଏବଂ ଅଧିନାୟକ ରଜତ ପଟିଦାର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ । ତିନି ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନଙ୍କ ବିସ୍ଫୋରକ ବ୍ୟାଟିଂ ପରେ ଦଳ ବିଶାଳ ସ୍କୋର କରିପାରିଥିଲା । ବେଙ୍ଗାଲୁରୁପକ୍ଷରୁ ଦୁଇଓପନର ସଲ୍ଟ ଏବଂ ବିରାଟ ଆରମ୍ଭରୁ ମୁମ୍ବାଇ ବୋଲରଙ୍କୁ ଧୂଲେଇ କରିବା ଆରମ୍ଭ କରିଥିଲେ । ସଲ୍ଟ ୩୬ ବଳରୁ ୭୮ ରନ କରିଥିବାବେଳେ ବିରାଟ ୩୮ ବଲରୁ ୫୦ ରନ୍ କରିଥିଲେ । ଦୁଇ ଓପନରଙ୍କ ପରେ ଅଧିନାୟକ ରଜତ ପଟିଦାର ମଧ୍ୟ ଦମଦାର ବ୍ୟାଟିଂ କରିଥିଲେ । ସେ ୨୦ ବଲରୁ ୫୩ ରନ କରିଛନ୍ତି । ଶେଷ ଓଭର ଗୁଡ଼ିକରେ ବଡ଼ ସଟ୍ ଖେଳି ଦଳୀୟ ସ୍କୋରକୁ ଆଗକୁ ବଢ଼ାଇଥିଲେ ଟିମ୍ ଡେଭିଡ ଏବଂ ଜିତେଶ ଶର୍ମା । ଡେଭିଡ୍ ୧୬ ବଲରୁ ୩୪ ରନ କରିଥିବାବେଳେ ଜିତେଶ ଶର୍ମା ୯ ବଲରୁ ୧୦ ରନ କରିଥିଲେ । ସେପଟେ ମୁମ୍ବାଇ ପକ୍ଷରୁ ଟ୍ରେଣ୍ଟ ବୋଲ୍ଟ, ହାର୍ଦ୍ଦିକ ପାଣ୍ଡ୍ୟା, ମିଚେଲ ସାଣ୍ଟନର ଏବଂ ସାର୍ଦ୍ଦୁଲ ଠାକୁର ଗୋଟିଏ ଲେଖାଏଁ ୱିକେଟରେ ସନ୍ତୁଷ୍ଟ ହୋଇଥିଲେ । ଆଜିର ମ୍ୟାଚରେ ଷ୍ଟାର ବୋଲର ବୁମରା ୱିକେଟ୍ ଲେସ୍ ରହିଛନ୍ତି । ସେ ୪ ଓଭରରେ ୩୫ ରନ୍ ବ୍ୟୟ କରିଥିଲେ ।
