ଖପ୍ରାଖୋଲ: ଗଞ୍ଜେଇ ଚାଲାଣ ବିରୋଧରେ ଖପ୍ରାଖୋଲ ପୋଲିସର ଅଭିଯାନକୁ ମିଳିଛି ବଡ଼ ସଫଳତା। ଶୁକ୍ରବାର ଖପ୍ରାଖୋଲ-ଧଣ୍ଡାମୁଣ୍ଡା ରାସ୍ତାରେ ପେଟ୍ରୋଲିଂ ସମୟରେ ଜଣେ ଅଭିଯୁକ୍ତଙ୍କଠାରୁ ୧୦ କିଲୋ ୯୩୦ ଗ୍ରାମ ଗଞ୍ଜେଇ ଜବତ କରିଛି ପୋଲିସ। ଏଥିସହ ଗଞ୍ଜେଇ ଚାଲାଣରେ ବ୍ୟବହୃତ ଏକ ମୋଟରସାଇକେଲ ମଧ୍ୟ ଜବତ ହୋଇଛି। ପୋଲିସ ସୂଚନା ଅନୁଯାୟୀ, ଶୁକ୍ରବାର ଅପରାହ୍ନରେ ଖପ୍ରାଖୋଲ ଥାନା ଏସ୍ଆଇ ଲିଙ୍ଗରାଜ କିଷାନ ପୋଲିସ ଟିମ୍? ସହ ଖପ୍ରାଖୋଲରୁ ଧଣ୍ଡାମୁଣ୍ଡା ରାସ୍ତାରେ ପେଟ୍ରୋଲିଂ କରୁଥିଲେ। ଏହି ସମୟରେ ଧଣ୍ଡାମୁଣ୍ଡା ପଟୁ ଗୁଣ୍ଡୁରୁପାଲି ଦିଗକୁ ଜଣେ ବ୍ୟକ୍ତି ଅତ୍ୟଧିକ ବେଗରେ ବାଇକ୍? ଚଳାଇ ଆସୁଥିବା ଦେଖି ପୋଲିସ ତାଙ୍କୁ ଅଟକାଇଥିଲା। ପଚରାଉଚରା ବେଳେ ଅଭିଯୁକ୍ତ ଜଣକ ନିଜ ନାମ କଲେଶ୍ୱର ଜାଲ (୩୮) ଏବଂ ଧଣ୍ଡାମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ସାନଉଡେନ ଗ୍ରାମର ବାସିନ୍ଦା ବୋଲି ପରିଚୟ ଦେଇଥିଲେ। ତାଙ୍କ ଚାଲିଚଳନ ଓ ଉତ୍ତରରେ ସନ୍ଦେହ ହେବାରୁ ପୋଲିସ ତାଙ୍କୁ ତଲାସି କରିଥିଲା। ତଲାସି ସମୟରେ ତାଙ୍କ ନିକଟରୁ ଏକ ଧଳା ପ୍ଲାଷ୍ଟିକ ବସ୍ତାରେ ଗଞ୍ଜେଇ ମିଳିଥିଲା। ପରେ ବାଇକ୍?ର ଡିକି ଓ ସିଟ୍? ତଳେ ଯାଞ୍ଚ କରିବାରୁ ଲୁଚାଇ ରଖାଯାଇଥିବା ଆହୁରି ବହୁ ପରିମାଣର ଗଞ୍ଜେଇ ଉଦ୍ଧାର ହୋଇଥିଲା। ଘଟଣାସ୍ଥଳରେ ଖପ୍ରାଖୋଲ ତହସିଲଦାର ଆଦିତ୍ୟ ସୁନ୍ଦର ରାଉତରାୟ ମାଜିଷ୍ଟ୍ରେଟ୍? ଭାବେ ଉପସ୍ଥିତ ରହିଥିଲେ। ଖପ୍ରାଖୋଲ ଥାନାଧିକାରୀ ନରେନ୍ଦ୍ର ଛତରଙ୍କ ସମେତ ପୋଲିସ ଟିମ୍? ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଆଇନାନୁଯାୟୀ ତଲାସି ଓ ଜବତ ପ୍ରକ୍ରିୟା ସମ୍ପନ୍ନ କରିଥିଲେ। ଜବତ ଗଞ୍ଜେଇକୁ ଓଜନ କରାଯିବା ପରେ ଏହାର ଓଜନ ୧୦ କିଲୋ ୯୩୦ ଗ୍ରାମ ବୋଲି ଜଣାପଡ଼ିଥିଲା। ଏନେଇ ଖପ୍ରାଖୋଲ ଥାନାରେ ଏନ୍ଡିପିଏସ୍ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ ଥାନାକୁ ଆଣି ଅଧିକ ପଚରାଉଚରା କରାଯାଇଥିଲା। ପଚରାଉଚରାରୁ ଅଭିଯୁକ୍ତ ବାଲିଗୁଡ଼ା ଅଞ୍ଚଳରୁ ଗଞ୍ଜେଇ ଆଣି ଖପ୍ରାଖୋଲ ଓ ଲାଠୋର ଅଞ୍ଚଳରେ ଯୋଗାଣ କରୁଥିବା ପୋଲିସ ଜାଣିବାକୁ ପାଇଛି।ଅଭିଯୁକ୍ତଙ୍କୁ ଶନିବାର କୋର୍ଟ ଚାଲାଣ କରାଯିବ। ଏହି ଗଞ୍ଜେଇ ଚାଲାଣ ଚକ୍ରରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ଏବଂ ଏହାର ମୁଖ୍ୟ ଉତ୍ସ ଓ ଯୋଗାଣ ଶୃଙ୍ଖଳ କେଉଁଠାକୁ ବ୍ୟାପିଛି, ସେନେଇ ପୋଲିସର ତଦନ୍ତ ଜାରି ରହିଛି ବୋଲି ଖପ୍ରାଖୋଲ ଥାନାଧିକାରୀ ନରେନ୍ଦ୍ର ଛତର ସୂଚନା ଦେଇଛନ୍ତି। ଏହି ଅବସରରେ ଖପ୍ରାଖୋଲ ତହସିଲଦାର ତଥା ମାଜିଷ୍ଟ୍ରେଟ୍? ଆଦିତ୍ୟ ସୁନ୍ଦର ରାଉତରାୟ ଯୁବପିଢ଼ିଙ୍କୁ ନିଶାଦ୍ରବ୍ୟଠାରୁ ଦୂରେଇ ରହିବାକୁ ଆହ୍ୱାନ ଦେଇଛନ୍ତି। ନିଶା ଯୁବସମାଜର ଭବିଷ୍ୟତକୁ ନଷ୍ଟ କରିବା ସହ ପରିବାର ଓ ସମାଜରେ ଅଶାନ୍ତି ସୃଷ୍ଟି କରୁଥିବାରୁ ଏଥିପ୍ରତି ସମସ୍ତେ ସଚେତନ ହେବା ଆବଶ୍ୟକ ବୋଲି ସେ କହିଛନ୍ତି। ବିଶେଷକରି ଯୁବପିଢ଼ି ନିଶାର ପ୍ରଲୋଭନରୁ ଦୂରେଇ ଶିକ୍ଷା, କ୍ରୀଡ଼ା ଓ ସୃଜନଶୀଳ କାର୍ଯ୍ୟରେ ନିଜକୁ ନିୟୋଜିତ କରି ଏକ ସୁସ୍ଥ ଓ ସୁନ୍ଦର ସମାଜ ଗଠନରେ ଭାଗୀଦାର ହେବାକୁ ସେ ଆହ୍ୱାନ ଦେଇଛନ୍ତି।
