ପାରାଦୀପ : ପାରାଦୀପ ପୌରପାଳିକାର ଏନ୍େଫାର୍ସମେଣ୍ଟ ସ୍କ୍ୱାଡ୍ ଓ ଜଗତସିଂହପୁର ଖାଦ୍ୟ ନିରାପତ୍ତା ବିଭାଗର ମିଳିତ ସହଯୋଗରେ ପାରାଦୀପ ବଡପଡ଼ିଆ ଅଞ୍ଚଳର ବିଭିନ୍ନ ହୋଟେଲ ଓ ଖାଦ୍ୟ ପ୍ରତିଷ୍ଠାନରେ ଏକ ସ୍ୱତନ୍ତ୍ର ଯାଞ୍ଚ ଓ ଏନ୍େଫାର୍ସମେଣ୍ଟ ଅଭିଯାନ କରାଯାଇଥିଲା। ଏହି ଅଭିଯାନରେ ହୋଟେଲଗୁଡ଼ିକରେ ପ୍ରସ୍ତୁତ ଓ ପରିବେଷିତ ଖାଦ୍ୟର ମାନ, ଗୁଣବତ୍ତା ଓ ଖାଦ୍ୟ ନିରାପତ୍ତା ମାନଦଣ୍ଡ ଯାଞ୍ଚ କରାଯିବା ସହ ଏକକ ବ୍ୟବହୃତ ପଲିଥିନ୍/ପ୍ଲାଷ୍ଟିକ୍ ବ୍ୟବହାର ସମ୍ପର୍କରେ ମଧ୍ୟ ଯାଞ୍ଚ କରାଯାଇଥିଲା। ଯାଞ୍ଚ ସମୟରେ ନିୟମ ଉଲ୍ଲଂଘନ କରିଥିବା ୦୬ ଟି ହୋଟେଲ/ଖାଦ୍ୟ ପ୍ରତିଷ୍ଠାନ ବିରୋଧରେ ନିୟମାନୁଯାୟୀ ଜୋରିମାନା ଆଦାୟ କରାଯାଇଥିଲା। ଏହି ଅଭିଯାନରେ ମୋଟ ?୫ ,୦୦୦/- ଜୋରିମାନା ଆଦାୟ କରାଯାଇଛି।
