ବେତନଟୀ : ବାଲେଶ୍ୱର ରୁ ବାରିପଦା ପଟକୁ ଚୋରା ଗଞ୍ଜେଇ ନେଇ ବାଇକ ଯୋଗେ ଯାଉଥିବା ବେଳେ ଜଣକୁ ଗିରଫ କରିବା ସହିତ ବାଇକ ଏବଂ ଗଞ୍ଜେଇ କୁ ଜବତ କରିଛି ବେତନଟୀ ପୁଲିସ । ସୂଚନା ଅନୁଯାୟୀ ୧୮ନମ୍ବର ଜାତୀୟ ରାଜପଥ ବେତନଟୀ ଥାନା ଅଧୀନ ପୁରୁଣା ଦମକଳ କେନ୍ଦ୍ର ନିକଟରେ ପୋଲିସ ପେଟ୍ରୋଲିଙ୍ଗ ସାରି ଫେରୁଥିବା ସମୟରେ ଚୋରା ଗଞ୍ଜେଇ ସମେତ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ଜଣକ ବଡ଼ସାହି ସୋରିଷକୋଠା ଅଞ୍ଚଳର ଶମ୍ଭୁ ମହାଳିକ, ବୋଲି ଜଣାପଡିଛି। ଅଭିଯୁକ୍ତ ନିକଟରୁ ଏକ ବାଇକ ସମେତ ୧୯ କିଲୋ ୬୮୦ ଗ୍ରାମର ଗଞ୍ଜେଇ ଜବତ କରାଯାଇଛି, ଏହାର ଅନୁମାନିକ ମୂଲ୍ୟ ଦେଢ଼ ଲକ୍ଷରୁ ଉର୍ଦ୍ଧ ଟଙ୍କା ହେବା ନେଇ ସୂଚନା ମିଳିଛି। ଚୋରା ଗଞ୍ଜେଇ ଜବତ ସମୟରେ ବେତନଟୀ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ଅତିରିକ୍ତ ତହସିଲଦାର ଈଶ୍ୱର ଚନ୍ଦ୍ର ରଣା, ବେତନଟୀ ପୋଲିସ ଏସ ଆଇ ମଦନ ମୋହନ ପରିଡାଙ୍କ ସମେତ କର୍ମଚାରୀମାନେ ଉପସ୍ଥିତ ରହିଥିଲେ। ପୋଲିସ ପକ୍ଷରୁ ଏନେଇ ୧୬୧/୨୬ ରେ ମାମଲା ରୁଜୁ ହୋଇଛି।
